IBN ଓଡ଼ିଶା ବ୍ୟୁରୋ

ବାରମ୍ବାର ଶାରୀରିକ ସମ୍ୱନ୍ଧ ପରେ ମଧ୍ୟ କଣ ପାଇଁ ମେଣ୍ଟେନାହିଁ ଦେହର ଭୋକ?

ଏକ ରିପୋର୍ଟ ଅନୁଯାଇ ଅନେକ ଲୋକ ସେକ୍ସ କରିସାରିବା ପରେ ମଧ୍ୟ ଏହାପରେ ସେମାନଙ୍କର ଯୌନ ସମ୍ପର୍କ ରଖିବାର ଇଚ୍ଛା ଆହୁରି ବଢ଼ି ଯାଇଥାଏ । ବିଶେଷଜ୍ଞ ମାନଙ୍କ ଅନୁଯାଇ ଏହା ଏକ ସାଧାରଣ ପ୍ରକ୍ରିୟା ଅଟେ ଏବଂ ଏହା ପଛରେ ଅନେକ ଗୁଡିଏ କାରଣ ରହିଛି, ଯାହା ଆମ୍ଭର ଶରୀରର ପ୍ରାକୃତିକ ଆବଶ୍ୟକତା କିମ୍ବା ଶରୀରରେ ହେଉଥିବା ରାସାୟନିକ ଉତ୍ପାଦନ ଏବଂ ହରମୋନ୍ ସହିତ ଜଡିତ ଅଟେ । ତେବେ ଆସନ୍ତୁ ଜାଣିବା ଏହାର କିଛି କାରଣ ମାନଙ୍କ ବିଷୟରେ:-

ଶରୀରରେ ଡୋପାମାଇନ୍ ଏବଂ ଅକ୍ସିଟୋସିନ୍ ନାମକ ହରମୋନ୍ ରିଲିଜ଼ ହେବା ଦ୍ୱାରା ହିଁ ଆମକୁ ଯୌନ ସୁଖଃ ମିଳିଥାଏ । ଶରୀର କୁ ମିଳିଥିବା ଏହି ଅନୁଭବ କୁ ମସ୍ତିଷ୍କ ଏକ ସଙ୍କେତ ପଠାଏ, ଯାହାଦ୍ୱାରା ଶରୀର ଏହି ପ୍ଲେଜର୍ କୁ ବାରମ୍ବାର ଅନୁଭବ କରିବାକୁ ଚାହିଁ ଥାଏ । ଏହି କାରଣରୁ ଜଣେ ବ୍ୟକ୍ତି ଅଧିକ ସେକ୍ସ ଭିତରେ ଅଧିକ ବିରତି ନକରି ଆଉ ଥରେ ସେକ୍ସ ପାଇଁ ପ୍ରସ୍ତୁତ ହୋଇଯାଇଥାଏ ।

ଯେତେବେଳେ ଏକ ଦମ୍ପତି ପ୍ରେମ ସମ୍ପର୍କରେ ରହିଥାନ୍ତି, ସେତେବେଳେ ସେମାନଙ୍କ ଭିତରେ କେବଳ ଶରୀର ନୁହେଁ ବରଂ ଭାବନାର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ । ସେଥିପାଇଁ କିଛି ଲୋକଙ୍କ ପାଇଁ ସେକ୍ସ ପ୍ରେମକୁ ପ୍ରକାଶ କରିବାର ଏକ ଉପାୟ ମଧ୍ୟ ଅଟେ । ଏହି କାରଣରୁ, ଦମ୍ପତିମାନେ ପରସ୍ପରକୁ ସ୍ପର୍ଶ କରିବା ଏବଂ ସମ୍ପର୍କ ଗଢ଼ିବା ପରେ ତୁରନ୍ତ ଅନ୍ତରଙ୍ଗ ହେବାକୁ ପସନ୍ଦ କରିଥାନ୍ତି । ଗୋଟେ ପଟେ ଯେତେବେଳେ ମଣିଷ ଚରମ ସୁଖଃ ପାଇବା ସହ ସନ୍ତୁଷ୍ଟ ହୋଇଥାଏ । ଅନ୍ୟ ପକ୍ଷରେ ଏହା ଅନୁଭଵ ନ ହେବା ଦ୍ୱାରା ଲୋକେ ଅବସାଦ ଗ୍ରସ୍ତ ହୋଇଯାନ୍ତି । ତେଣୁ ସେକ୍ସ ପରେ ବି ଚରମ ସୁଖଃ ନ ମିଳିଲେ ଲୋକମାନେ ପୁଣି ଥରେ ଯୌନ ସମ୍ବନ୍ଧ ରଖିଥାନ୍ତି ।

:- ପୁରୁଷ ଜୀବନରେ ଏହି ୧୦ ପ୍ରକାରର ରୋଗ ଥିଲେ ଭୁଲରେ ବି ଭାଏଗ୍ରା ନେବା ଉଚିତ୍ ନୁହେଁ ! ନଚେତ୍ ଚାଲିଯିବ ଜୀବନଯଦି ଏକ ପ୍ରେମୀ ଯୁଗଳ ବହୁତ ସମୟ ହେବ ଦେଖା ହୋଇନାହାନ୍ତି କିମ୍ବା ଶାରୀରିକ ସମ୍ପର୍କ ଗଢ଼ି ପାରିନାହାନ୍ତି, ତେବେ ଏହା ମଧ୍ୟ ବାରମ୍ବାର ସେକ୍ସ ପାଇଁ ଇଚ୍ଛା ହେବାର ଏକ କାରଣ ହୋଇପାରେ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଯେ ସେକ୍ସ ଏକ ନିଶା ମଧ୍ୟ ହୋଇପାରେ, ଏହା ଦ୍ୱାରା ମଣିଷ ବାରମ୍ବାର ନିଜର ଦେହର ଭୋକ କୁ ମେଣ୍ଟାଇବା କୁ ଚେଷ୍ଟା କରିଥାଏ । ଏପରି ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button