IBN ଓଡ଼ିଶା ବ୍ୟୁରୋ

ସୁଶୀଲ ମୋଦୀ, ଶାରଦା ସିହ୍ନା, ପିଆର୍‌ ଶ୍ରୀଜେଶଙ୍କୁ ପଦ୍ମ ସମ୍ମାନ: ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ୨୦୨୫ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ପୁରସ୍କାର ‘ପଦ୍ମ ପୁରସ୍କାର’ (ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ) ଘୋଷଣା କରାଯାଇଛି। କଳା, ସମାଜସେବା, ସାଧାରଣ ବ୍ୟାପାର, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ ଓ ଉଦ୍ୟୋଗ, ଔଷଧ, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା, ପ୍ରଶାସନିକ ସେବା ଇତ୍ୟାଦି ବିଭିନ୍ନ କ୍ଷେତ୍ର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ୨୦୨୫ ମସିହା ପାଇଁ ରାଷ୍ଟ୍ରପତି ୧୩୯ଟି ପଦ୍ମ ପୁରସ୍କାରକୁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ୭ ପଦ୍ମବିଭୂଷଣ, ୧୯ ପଦ୍ମଭୂଷଣ ଓ ୧୧୩ ପଦ୍ମଶ୍ରୀ ରହିଛି। ଏହି ତାଲିକାରେ ବିଦେଶୀ/ଏନ୍‌ଆର୍‌ଆଇ/ପିଆଇଓ/ଓସିଆଇ ବର୍ଗର ୧୦ ଜଣ ଏବଂ ୧୩ ଜଣ ମହିଳା ଅଛନ୍ତି। ପ୍ରଖ୍ୟାତ ଗାୟିକା ଶାରଦା ସିହ୍ନା ଏବଂ ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କୁ ପଦ୍ମବିଭୂଷଣ(ମରଣୋତ୍ତର) ସମ୍ମାନରେ ସମ୍ମାନିତ କରାଯାଇଛି।

ସେହିପରି ଖ୍ୟାତନାମା ଗାୟକ ପଙ୍କଜ ଉଧାସ ଓ ରାଜନେତା ସୁଶୀଲ ମୋଦୀଙ୍କ ସମେତ ୧୯ ଜଣଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି। ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ କରିଥିବା ପୋଷ୍ଟ୍‌ରେ ଲେଖିଛନ୍ତି,‘ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ। ସେମାନଙ୍କ ଅସାଧାରଣ ଉପଲବ୍ଧିକୁ ସମ୍ମାନିକରି ଭାରତ ଗର୍ବିତ। ସେମାନଙ୍କର ନିଷ୍ଠା ପ୍ରକୃତରେ ପ୍ରେରଣାଦାୟକ। ପ୍ରତ୍ୟେକ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ କଠିନ ପରିଶ୍ରମ, ଉତ୍ସାହ ଏବଂ ଅଭିନବତା ଅଗଣିତ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି। ସେମାନେ ଆମକୁ ଉତ୍କର୍ଷତା ପାଇଁ ପ୍ରୟାସ କରିବା ଏବଂ ନିଃସ୍ୱାର୍ଥପର ଭାବରେ ସମାଜର ସେବା କରିବାର ମୂଲ୍ୟ ଶିଖାନ୍ତି।’

Related Articles

Leave a Reply

Your email address will not be published. Required fields are marked *

Back to top button