IBN ଓଡ଼ିଶା ବ୍ୟୁରୋ
ତ୍ରିବେଣୀ ସଂଗମରେ ପତ୍ନୀଙ୍କ ସହ ସ୍ନାନ କଲେ ଅରୁଣ ଗୋଭିଲ୍

ପ୍ରୟାଗରାଜ: ‘ରାମାୟଣ’ରେ ରାମ ଭୂମିକାରେ ଲୋକଙ୍କ ମନରେ ରାଜ୍ କରୁଥିବା ଅରୁଣ ଗୋଭିଲଙ୍କୁ ସମସ୍ତେ ଜାଣନ୍ତି। ୧୯୮୭ ମସିହାରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ମୁଖ୍ୟ ଭୂମିକା ନିଭାଇ ସେ ଘରେ ଘରେ ପରିଚିତ ପାଲଟିଥିଲେ। ଦର୍ଶକଙ୍କ ମନରେ ଆଜି ବି ସେ ଭଗବାନ ରାମଙ୍କ ପରିଚୟ ନେଇ ରହିଛନ୍ତି। ସେଥିପାଇଁ ସେ ଯୁଆଡ଼େ ବି ଯାହାନ୍ତି ତାଙ୍କୁ ରାମଙ୍କ ନାମରେ ଲୋକେ ସମ୍ବୋଧନ କରନ୍ତି। ନିକଟରେ ଅରୁଣ ଗୋଭିଲ ତାଙ୍କ ପତ୍ନୀ ଓ ପରିବାର ସହ ମହାକୁମ୍ଭ ୨୦୨୫ରେ ପହଞ୍ଚିଛନ୍ତି।