ମନୋରଞ୍ଜନ

ରିଲିଜ୍ ହେଲା ‘କର୍ତ୍ତବ୍ୟ’: ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଫିଲ୍ମ – Ibnodisha

[ad_1]

ଭୁବନେଶ୍ବର: ରିଲିଜ୍‌ ହୋଇଥିବା ନୂଆ ଓଡ଼ିଆ ଫିଲ୍ମ ଶ୍ରୀ ଜଗନ୍ନାଥ ମୁଭିଜ୍ ଓ ମୁକ୍ତି ଏକ୍ସପ୍ରେସ ପକ୍ଷରୁ ନିର୍ମିତ ‘କର୍ତ୍ତବ୍ୟ’ର କେନ୍ଦ୍ରରେ ଜଣେ କର୍ତ୍ତବ୍ୟପରାୟଣ ଶିକ୍ଷକ ଅଛନ୍ତି। ନିଜର ସାଧୁତା ପାଇଁ ସେ ସମସ୍ୟାରେ ଛନ୍ଦି ହେଉଛନ୍ତି। ତେବେ ତାଙ୍କର ଦୁଇଜଣ ଛାତ୍ର ତାଙ୍କର ସହାୟତା କରିଛନ୍ତି। ତେବେ ଏ ଫିଲ୍ମର ବଡ଼ ଆକର୍ଷଣ ହେଉଛି, ଏ ହେଉଛି ବିଶିଷ୍ଟ ଅଭିନେତା ସ୍ବର୍ଗତ ବିଜୟ ମହାନ୍ତିଙ୍କର ଶେଷ ଅଭିନୀତ ଫିଲ୍ମ। ଶଙ୍କର ପାତ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ମାନସ ରଞ୍ଜନ ପାତ୍ର ନି‌ର୍ଦ୍ଦେଶନା ଦେଇଛନ୍ତି। ବିଜୟ ମହାନ୍ତିଙ୍କ ସହିତ ଏଥିରେ ଅଭିନୟରେ ବିଶିଷ୍ଟ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା, ରତନ ମେହେର, ସୂର୍ଯ୍ୟନାରାୟଣ ବେହେରା ପ୍ରମୁଖ ଅଛନ୍ତି।

ସ୍ବର୍ଗତ ସତ୍ୟ ଓ ରୂପେଶ ନାୟକ ଭୂମିକାରେ ଅଭିନୟ କରିଥିବାବେଳେ ପ୍ରିୟଦର୍ଶିନୀ ଓ ତନୁଶ୍ରୀ ମୁଖ୍ୟ ନାୟିକା ଭାବେ ଅଛନ୍ତି। ସୂର୍ଯ୍ୟ ହିନ୍ଦୁସ୍ଥାନୀଙ୍କ ଏହାର କାହାଣୀ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପି.କୁମାର। ଗୀତଗୁଡ଼ିକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ, ସାସମଲ୍‌ ମାନସ, ସୂର୍ଯ୍ୟ ନାରାୟଣ ଓ ମନୋରଞ୍ଜନ ସାହାଣୀ। ଏ ଗୀତଗୁଡ଼ିକୁ ଗାଇଛନ୍ତି ମହମ୍ମଦ ଅଜିଜ୍‌, ହ୍ୟୁମାନ ସାଗର, ମାଧବ, କୁମା‌ର ବାପି, କୁମାର ବିଜୁ, ସଞ୍ଜୁ ଓ ଟିନା। ଏହା ଏକ ଭିନ୍ନ ସ୍ବାଦର ସିନେମା‌ ତଥା ସ୍ବର୍ଗତ ବିଜୟ ମହାନ୍ତିଙ୍କ ପ୍ରଶଂସକଙ୍କ ପାଇଁ ଏକ ଉପହାର ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ସବୁ ବୟସ ଓ ଶ୍ରେଣୀର ଦର୍ଶକ ଏହାକୁ ଉପଭୋଗ କରିବେ ବୋଲି ଆଶା ରଖା ଯାଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button