ଥଣ୍ଡା, ଜ୍ୱର, କାଶ, ବନ୍ଦ ନାକ, ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ ଉପଚାର

ବନ୍ଧୁଗଣ ବଦଳୁଥିବା ଋତୁ କାରଣରୁ ଆପଣଙ୍କୁ ଥଣ୍ଡା, କାଶ, କଫ ଭଳି ସମସ୍ୟା ଭୋଗିବାକୁ ପଡିପାରେ । ଯଦି ଆପଣଙ୍କୁ ଠାରେ ଥଣ୍ଡା କି କାଶ ଭଳି ସମସ୍ଯା ଆରମ୍ଭ ହୋଇଥାଏ ତେବେ ବହୁତ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏଥିପାଇଁ ଆପଣ ବିଭିନ୍ନ ପ୍ରକାରର ଏଲୋପାତି ମେଡ଼ିସିନର ସେବନ କରିବା ଆରମ୍ଭ କରି ଦିଅନ୍ତି ।
ଏଲୋପାତି ମେଡିସିନର ପ୍ରୟୋଗ କରିବା ପୂର୍ବରୁ ଯଦି ଆପଣ କିଛି ଘରୋଇ ଉପଚାରର ପ୍ରୟୋଗ କରିବେତେବେ ଆପଣଙ୍କର ତୁରନ୍ତ ଥଣ୍ଡା, କାଶ, କଫ ଭଳି ସମସ୍ୟା ଦୂର କରିପାରିବେ । ଆଜି ଆମେ ଆପଣଙ୍କ ପାଇଁ କିଛି ସହଜ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଏହି ସବୁ ସମସ୍ଯା ଦୂର ହେବ ।
ଏକ ପାତ୍ରରେ ୨ରୁ ୩ ଗ୍ଳାସ ପାଣି ନିଅନ୍ତୁ । ପାଣି ଗରଣ ହେବା ପରେ ଅଧା ଚାମଚ ଗୋଲମରୀଚ ନିଅନ୍ତୁ । ଏହା ପରେ ଜୀରା ର ଆବଶ୍ୟକ ରହିଛି ଯାହା ରୋଷେଇ ଘରୁ ସହଜରେ ମିଳିଯିବ । ଏବେ ଆପଣଙ୍କୁ ଆବଶ୍ୟକ ପଡିବ ଛୋଟ ଖଣ୍ଡ ଅଦା । ଅଦାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏବେ ଏହି ୩ଟି ସାମଗ୍ରୀକୁ ଦର ଛେଚା କରି ବାଟି ଦିଅନ୍ତୁ ।
ତାପରେ ଫୁଟୁଥିବା ପାଣିରେ ଏହି ସବୁ ସାମଗ୍ରୀକୁ ପକାଇ ଦିଅନ୍ତୁ । ଏବେ ଏହାକୁ ୧୦ ମିନିଟ ଯାଏଁ ଭଲରେ ଫୁଟାନ୍ତୁ । ଯେମିତି ସବୁ ସାମଗ୍ରୀ ପୋଷାକ ତତ୍ତ୍ଵ ପାଣିକୁ ଆସିଯିବ । ଆଣି ଫୁଟିବା ପରେ କିଛି ସମୟ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ତାପରେ ଏହାକୁ ଏକ ଗ୍ଲାସରେ ଛାଣି ନିଅନ୍ତୁ । ଏବେ ଏଥିରେ ଫାଳେ ଲେମୁ ଆଡ କରନ୍ତୁ । ଲେମ୍ବୁ ଭିଟାମିନ-ସି ରେ ଭରପୁର ଅଟେ ।