ଦେଶ

ଜେଟ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ ମନି ଲଣ୍ଡରିଂ ମାମଲାରେ ଗିରଫ – Ibnodisha

[ad_1]

ନୂଆଦିଲ୍ଲୀ: ୫୩୯ କୋଟି ଟଙ୍କାର କାନାରା ବ୍ୟାଙ୍କ ଋଣ ଠକେଇ ମାମଲାରେ ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଶୁକ୍ରବାର ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି।

କାନାରା ବ୍ୟାଙ୍କର ଅଭିଯୋଗ ଆଧାରରେ ସିବିଆଇ ମାମଲା ରୁଜୁ କରିବା ପରେ ମେ’ ୨୦୨୩ରୁ ଇଡି ଏହି ମାମଲାର ତଦନ୍ତ କରୁଥିଲା। ବ୍ୟାଙ୍କ ଅଭିଯୋଗ କରିଛି ଯେ ଜେଟ୍ ଏୟାରଓ୍ବେଜ ସମ୍ପୃକ୍ତ ପକ୍ଷଙ୍କୁ ଅନାଧିକୃତ ଅର୍ଥ ପ୍ରଦାନ କରି ଅର୍ଥ ହଡପ କରିଛି, ଏଥିରେ ଗୋଏଲଙ୍କ ପତ୍ନୀ ଅନିତା ଏବଂ ଜେଟ୍ ଲାଇଟ୍ (ଇଣ୍ଡିଆ) ଲିର ହାତ ଅଛି।

ଇଡିର ତଦନ୍ତରୁ ଜାଣିବାକୁ ମିଳିଛି ଯେ ଜେଟ୍ ଏୟାରଓ୍ବେଜ ବ୍ୟାଙ୍କରୁ ମିଳିଥିବା ଋଣକୁ ସେମାନେ ଯେଉଁ ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ ତାହା ବ୍ୟତୀତ ଅନ୍ୟ କାମରେ ବ୍ୟବହାର କରିଥିଲେ। ଏହି ଟଙ୍କା କମିସନ ଖର୍ଚ୍ଚ, ଜେଟ୍ ଲାଇଟ୍ (ଇଣ୍ଡିଆ) ଲିମିଟେଡରେ ନିବେଶ ଏବଂ ପ୍ରଫେସନାଲ କନସଲଟାନ୍ସି ଖର୍ଚ୍ଚ ପାଇଁ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button