ରାଜ୍ୟ

ଶସ୍ୟ ଠାରୁ ଅଗାଡିକୁ ଅଲଗା କରୁଛି ଦେଶୀ ଯୋଗାଡ଼, ଚାଷୀଙ୍କ ନିଆରା ପ୍ରୟାସ

ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ । ନା ଦରକାର ପଡେ ଲକ୍ଷାଧିକ ଟଙ୍କାର ଯାନ୍ତ୍ରିକ ସରଞ୍ଜାମ ନା ଅଧିକ ଖର୍ଚ୍ଚାନ୍ତ ହେବାର ଥାଏ ଭୟ । କୌଣସି ସରକାରୀ ସହାୟତାକୁ ଅପେକ୍ଷା ନକରି ଜଣେ ଚାଷୀଟିଏ ଖଣ୍ଡିଏ ଚିରା ଅଦରକାରୀ ବସ୍ତାଟିକୁ ନିଜ ଚାଷ କାମରେ ବ୍ୟବହାର କରି ପାରୁଛି । ସହଜରେ ଶସ୍ୟ ଠାରୁ ଅଗାଡିକୁ ଅଲଗା କରିପାରୁଛି ଚାଷୀ ।

ଆଜିକାଲି ନୂତନ ଜ୍ଞାନ କୌଶଳ ଦ୍ୱାରା ଚାଷ କାମ କରାଯାଉଛି । ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଯଥା ଟ୍ରାକ୍ଟର, ଥ୍ରେସର,ପାୱାର ଟିଲର, ଫ୍ୟାନ ଭଳି ବହୁ ସାମଗ୍ରୀ ରହିଛି । ଏସବୁକୁ ପ୍ରାୟ ବଡ ବଡ ଚାଷୀମାନଙ୍କୁ ଛାଡିଦେଲେ ଭାଗଚାଷୀ, ଛୋଟଚାଷୀ ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ବ୍ୟବହାର କରିବା ଅସମ୍ଭବ ହୋଇଥାଏ । ଫଳରେ ଚାଷୀମାନେ ଆଜି ବି ନୂତନ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ନ ହେବା ସହ ଏହାକୁ ବ୍ୟବହାର ନ କରି ସେହି ପୁରୁଣା ଢାଞ୍ଚାରେ ଚାଷ କାମ କରୁଛନ୍ତି । ଯେଉଁଥିରେ ଚାଷୀଙ୍କୁ ଅଧିକ ଝାଳ ବୁହା ପରିଶ୍ରମ କରିବାକୁ ପଡିଥାଏ । ସମୟ ବିନିଯୋଗ କରିବାକୁ ପଡିଥାଏ ।

ସବୁଠାରୁ ବଡକଥା ହେଲା ଚାଷ କାମରେ ବ୍ୟବହୃତ ହେଉଥିବା ବିଭିନ୍ନ ଯନ୍ତ୍ରପାତି ଗୁଡିକୁ ଚାଷୀମାନଙ୍କ ପାଖରେ ସବସିଡି ଜରିଆରେ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ଏବେ ବି ଚାଷୀଙ୍କ ପାଖରେ ସାମାନ୍ୟ ଧାନ ହେଉ ଅବା କୌଣସି ଫସଲକୁ ଅମଳ କରିବା ପରେ ତାକୁ ଉଡେଇବା ପାଇଁ ପଙ୍ଖାଟିଏ ମଧ୍ୟ ଯୋଗାଇ ଦିଆଯାଇ ନାହିଁ । ଯାହାକୁ ନେଇ ଚାଷୀମାନେ ସରକାରଙ୍କ ପ୍ରତି ଆସ୍ଥା ଓ ଭରଷା କମାଇବାରେ ଲାଗୁଥିବା ଜଣାପଡିଛି ।

ଏଭଳି ଦେଶୀ ଉପାୟ ଆଉ ଦେଖିବାକୁ ମିଳୁ ନଥିବା ବେଳେ ଚାଷୀ ନିଜ ବୁଦ୍ଧି ଖଟାଇ ଏଭଳି ଉଦ୍ୟମରେ ତାର ଚାଷ କାମରେ ବ୍ୟବହାର କରି କେବଳ ବିରି ନୁହଁ ଧାନ, ମୁଗ, କୋଳଥ ଭଳି ବିଭିନ୍ନ ଫସଲରୁ ଅଗାଡି ଅଲଗା କରି ପାରୁଛି । ଚାଷୀଙ୍କ ଏହି ଦେଶୀ ଯୋଗାଡ ଦେଖିବା ପରେ ଚାଷୀଙ୍କ ବୁଦ୍ଧିକୁ ତାରିଫ ନକରି ରହି ହେଉନି ।

Related Articles

Leave a Reply

Your email address will not be published. Required fields are marked *

Back to top button