IBN ଓଡ଼ିଶା ବ୍ୟୁରୋ

ଏହି ରାଶିର ଝିଅ ମାନେ ହୋଇଥାନ୍ତି ସବୁଠାରୁ ଭଲ ସ୍ତ୍ରୀ, ଏମାନେ ଘରକୁ ଆସିବା ଦ୍ବାରା ଧନ ଆସିବାର ମାର୍ଗ ଖୋଲି ଯାଇଥାଏ…

ବନ୍ଧୁଗଣ ପ୍ରତେକ ପୁଅ ମାନେ ନିଜ ଜୀବନ ସାଥୀଙ୍କୁ ବାଛିବା ପୂର୍ବରୁ ସେମାନଙ୍କର ଅଲଗା ଅଲଗା ଗୁଣ ବିଷୟରେ ଜାଣିବାକୁ ଚେଷ୍ଟା କରିଥାନ୍ତି । କେଉଁ ପୁଅଙ୍କୁ ଗୋରା ଝିଅ ଦରକାର ତ ଆଉ କାହାକୁ ସଂସ୍କାରୀ ଝିଅ ଦରକାର । କାହାକୁ ପାଠ ପଢା ଝିଅ ଦରକାର ତ ଆଉ କାହାକୁ ହାଇଟ ଥିବା ଝିଅ ଦରକାର । ଝିଅ ଯେମିତି ବି ହୋଇଥାଉ ସେ ଯେବେ ବୋହୂ ହୋଇ ଶାଶୁଘରକୁ ଆସିଥାଏ ବହୁତ ଚେଞ୍ଜେସ ଆସିଥାଏ ।

କିଛି ବୋହୂ ଏମିତି ଆସିଥାନ୍ତି ଯେଉଁ ମାନେ ପରିବାରକୁ ବାନ୍ଧି ରଖିଥାନ୍ତି ତ ଆଉ କିଛି ପରିବାରରେ କଳହ ଲଗାଇଥାନ୍ତି । ଆଜି ଆମେ ଜାଣିବା ଏମିତି କିଛି ରାଶିର ଝିଅ ବିଷୟରେ ଯେଉଁ ମାନେ ବାହାଘର ପରେ ଶାଶୁଘରର ସୁଖ ସମୃଦ୍ଧି ବଢାଇଥାନ୍ତି । 1- ବୃଷ ରାଶି : ଏହି ରାଶିର ଝିଅ ମାନେ ଭାଗ୍ଯର ମାମଲା ରେ ବହୁତ ଆଗରେ ରହିଥାନ୍ତି । ଏମାନେ ଯେଉଁଠି କି ଯାଇଥାନ୍ତି ସେଠିକାର ପରିବେଶ ପଜେଟିଭ କରି ଦିଅନ୍ତି । ଏହି ରାଶିର ଝିଅ କୁ ବୋହୂ କରିଲେ ପୁଅର ଭାଗ୍ୟ ବଦଳି ଯାଇଥାଏ । ପୁଅ ର କ୍ଯାରିୟର ଓ ବିଜନେସ ରେ ଉନ୍ନତି ହୋଇଥାଏ । ଏହା ସହ ଏହି ଝିଅ ମାନେ ସ୍ଵଭାବରେ ବହୁତ ଭଲ ହୋଇଥାନ୍ତି ।

2- କନ୍ୟା ରାଶି : ଏହି ରାଶିର ଝିଅ ମାନେ ମା ଲକ୍ଷ୍ମୀ ଙ୍କ ସ୍ଵରୁପା ହୋଇଥାନ୍ତି । ଏମାନେ ଯେଉଁ ଘରେ ପାଦ ରଖିଥାନ୍ତି ସେହି ଘରେ ଧନ ଆଗମନର ନୂଆ ନୂଆ ମାର୍ଗ ଖୋଲିଥାଏ । ଏହି ଝିଅ ମାନଙ୍କୁ ବୋହୂ କରିଲେ କିଛି ଦିନ ମଧ୍ୟରେ ଘରେ ଉନ୍ନତି ହେବାର ଦେଖାଯାଏ । ଏହି ରାଶିର ଝିଅ ମାନେ ସ୍ଵଭାବ ରେ ଖୁବ ଭଲ ହୋଇଥାନ୍ତି ।

3- ବିଛା ରାଶି : ଏହି ରାଶିର ଝିଅ ମାନେ ସ୍ଵଭାବ ରେ ଖୁବ ଶାନ୍ତ ଓ ସରଳ ହୋଇଥାନ୍ତି । ଏମାନେ ଯେଉଁ ବି ଘରକୁ ଯାଇଥାନ୍ତି ସେମାନେ ନିଜ ବୋହୂ ଉପରେ ଗର୍ବ କରିଥାନ୍ତି । ଏମାନେ ଯେଉଁଠି କି ବାହା ହୋଇ ଯାଆନ୍ତି ସେଠିକାର ମାନ ସମାନ ବଢି ଯାଇଅଥାଏ । ଏମାନେ ନିଜ ସ୍ଵାମୀ ର ଭାଗ୍ୟ ଦଳାଇ ଦିଅନ୍ତି । ଏହି ରାଶିର ଝିଅଙ୍କୁ ବିବାହ କରିଲେ ପୁଅର ଭାଗ୍ୟ ସଫଳ ହୋଇଥାଏ ।

4- କୁମ୍ଭ ରାଶି : ଏହି ରାଶିର ଝିଅ ମାନେ ବହୁତ ହସମୁଖ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜର ପାଖା ପାଖି ଲୋକଙ୍କୁ ଖୁସି ଦେବାକୁ ଚାହିଁଥାନ୍ତି । ଏମାନେ ଆସିବା ଦ୍ଵାରା ଘରର ମାହୋଲ ଖୁସି ରେ ଭରିଯାଏ । ଏମାନଙ୍କ ଠାରେ କିଛି ଏମିତି କ୍ଷମତା ଥାଏ ଯାହା ଦ୍ଵାରା ଏମାନେ ପରିବାରର ଆର୍ଥିକ ସ୍ଥିତି ସମାନ କରିଥାନ୍ତି । ଏମାନେ ନିଜ ସ୍ବାମୀଙ୍କର ଖୁବ ଆଦର ଓ କେୟାର କରିଥାନ୍ତି । ଏମାନେ ନିଜ ଶାଶୁଘରର ନାଁ ରଖିଥାନ୍ତି । ଯାହା ପାଇଁ ଏମାନଙ୍କ ପରିବାର ଲୋକେ ଗର୍ବ ଅନୁଭବ କରିଥାନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button