ମନୋରଞ୍ଜନ

ବଡ଼ ପରଦାରେ ବାପା ଶାହରୁଖ୍‌ଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିବେ ସୁହାନା ଖାନ୍‌ – Ibnodisha

[ad_1]

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହରୁଖ୍‌ ଓ ଗୌରୀ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ବଲିଉଡ୍‌ର ଲୋକପ୍ରିୟ ଷ୍ଟାର୍‌କିଡ୍‌ସମାନଙ୍କ ମଧ୍ୟରୁ ଅନ୍ୟତମ। ଖୁବ୍ ଶୀଘ୍ର ସେ ନେଟ୍‌ଫ୍ଲିକ୍ସରେ ‘ଦ ଅର୍ଚିଜ୍‌’ ଜରିଆରେ ନିଜର ଅଭିନୟ‌ ଡେବ୍ୟୁ କରିବାକୁ ଯାଉଛନ୍ତି।

ଓଟିଟି ପ୍ଲାଟ୍‌ଫର୍ମ ପରେ ସୁହାନାରେ ତାଙ୍କ ବାପାଙ୍କ ସହ ବଡ଼ ପରଦାରେ ବି ଡେବ୍ୟୁ କରିବାକୁ ପ୍ରସ୍ତୁତ। ‘କାହାଣୀ-୨’ ଓ ‘ବଦଲା’ ପରି ସିନେମା କରିଥିବା ନିର୍ମାତା ସୁଯୋୟ ଘୋଷ ଏକ ନୂଆ ପ୍ରକଳ୍ପ ଉପରେ କାମ କରୁଛନ୍ତି।

‘ଇଣ୍ଡିଆ ଟୁଡେ’ର ଖବର ମୁତାବକ, ସୁଯୋୟଙ୍କ ଫିଲ୍ମରେ ଶାହରୁଖ୍‌ ଓ ତାଙ୍କ ଝିଅ ସୁହାନା ଖାନ୍‌ ମୁଖ୍ୟ ଭୂମିକ‌ାରେ ନଜର ଆସିବେ। ପୂର୍ବରୁ କୁହାଯାଉଥିଲା କି ଶାହରୁଖ୍‌ ଫିଲ୍ମରେ ଏକ ଛୋଟ ଭୂମିକାରେ ନଜର ଆସିବେ। ମାତ୍ର ସେପରି ନୁହେଁ, କିଙ୍ଗ୍‌ଖାନ୍‌ଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଯେପରିକି ସେ ‘ଡିୟର୍‌ ଜିନ୍ଦେଗୀ’ରେ ଆଗରୁ ନଜର ଆସିସାରିଛନ୍ତି।

ଏହି ଫିଲ୍ମ ଏକ ସ୍ପାଇ ଥ୍ରିଲର୍‌ ହେବ। ଯେଉଁଠାରେ ସୁହାନାଙ୍କୁ ଏକ ଗୁପ୍ତଚର ଭୂମିକାରେ ଦେଖିବାକୁ ମିଳିବ। ତେବେ ଏହି କାମରେ ଶାହାରୁଖ୍‌ ସୁହାନାଙ୍କୁ ସାହାଯ୍ୟ କରୁଥିବାର ନଜର ଆସିବେ।

ଫିଲ୍ମଟିର ପ୍ରି-ପ୍ରଡକ୍ସନ କାମ ଆରମ୍ଭ ହୋଇସାରିଛି। ଏବେ ଏହାକୁ ନେଇ ଆନୁଷ୍ଠାନିକ ଘୋଷଣା ହେବା ବାକି ରହିଛି। ଏହା ପୂର୍ବରୁ ଶାହରୁଖ୍‌ ଓ ସୁହାନା ‘ବଦ୍‌ଲା’ର ପ୍ରଡକ୍ସନ ପାଇଁ ଏକତ୍ର ନଜର ଆସିଥିଲେ। ଯେଉଁଥିଲେ ମେଗା ଷ୍ଟାର୍‌ ଅମିତାଭ ବଚ୍ଚନ ଓ ତାପସୀ ପାନ୍ନୁ ମୁଖ୍ୟ ଭୂମିକାରେ ଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button