IBN ଓଡ଼ିଶା ବ୍ୟୁରୋ

କୁନି ପିଲାର ଭିଡିଓ ଭାଇରାଲ୍‌ ହେବା ପରେ ଅଙ୍ଗନବାଡ଼ି ଖାଦ୍ୟ ତାଲିକାରେ ବିରିୟାନି ସାମିଲ୍‌ କଲା କେରଳ

ଥିରୁବନନ୍ତପୁରମ: ଆଜିକାଲି ବିରିୟାନି ପ୍ରେମୀଙ୍କ ସଂଖ୍ୟା ଖୁବ୍ ଅଧିକ। ଛୋଟ ପିଲାଙ୍କ ମଧ୍ୟରେ ବି ବିରିୟାନି ପ୍ରତି ଭଲପାଇବା ଦେଖିବାକୁ ମିଳୁଛି। କେରଳର ଏକ ଘଟଣା ଆପଣଙ୍କୁ ଚକିତ କରିବ। ଅଙ୍ଗନବାଡ଼ିକୁ ଯାଉଥିବା ଏକ ଛୋଟ ଶିଶୁକୁ ବିରିୟାନି ଖୁବ୍ ଭଲଲାଗେ। ହେଲେ ଅଙ୍ଗନବାଡ଼ି ଖାଦ୍ୟ ତାଲିକାରେ ଥିବା ଉପମା ତାକୁ ଭଲ ଲାଗେନାହିଁ।

କୁନି ପିଲାଟି ଏକ ଭିଡିଓରେ କହୁଥିବାର ଶୁଣିବାକୁ ମିଳୁଛି ଯେ ଉପମା ନୁହେଁ; ବିରିୟାନି ଦିଆଯାଉ। ଏପରିକି ପିଲାଟିର ପାଟି ଠିକ୍‌ କରି ଖୋଲି ନଥିବାରୁ ସେ ବିରିୟାନିକୁ ‘ବିରିନାନୀ’ ବୋଲି ଉଚ୍ଚାରଣ କରୁଥିବାର ଶୁଣିବାକୁ ମିଳୁଛି। ସେହି ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ କୁନି ପିଲାଟିର ଖନ ଖନ କଥାକୁ ପ୍ରାୟ ସମସ୍ତେ ପସନ୍ଦ କରିଥିଲେ।

କୁନି ପିଲାଟି ବିରିୟାନି କଥା କହୁଥିବା ବେଳେ ତାଙ୍କ ମାଆ ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ଖୁବ୍ ଗ୍ରହଣୀୟତା ମିଳିଛି। ଏପରିକି ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ କୁନି ପିଲାଟିର ପକ୍ଷ ନେଇ ରାଜ୍ୟ ସରକାରଙ୍କୁ ନିବେଦନ କରିବା ପରେ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି।

କେରଳର ସ୍ୱାସ୍ଥ୍ୟ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବୀଣା ଜର୍ଜ ସତକୁ ସତ ଏବେ ଅଙ୍ଗନବାଡ଼ିର ଖାଦ୍ୟ ତାଲିକାରେ ବିରିୟାନି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ପିଲାଟିର ମାଆ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button