IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭୁଲରେ ବି ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ! Ajira Anuchint

ନମସ୍କାର ବନ୍ଧୁଗଣ, ନିଜ ଜୀବନକୁ ସୂଚାରୁ ରୂପେ ଚଲାଇବା ପାଇଁ ବା ଜୀବନକୁ ହସ ଖୁସିରେ ଭରିବା ପାଇଁ କିଛି ନୀତି ନିୟମର ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ । ଆମ ହିନ୍ଦୁ ଧର୍ମରେ ନୀତି ନିୟମ ଅନୁଯାୟୀ ହିଁ ଜୀବନ ଆଧାରିତ । ନୀତି ନିୟମର ପାଳନ ନକରିବାର କିଛି କୁପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ଯାହା ଆମେ ଜାଣି ପାରିନଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ସନ୍ଧ୍ୟା ସମୟରେ କେଉଁ କାର୍ଯ୍ୟ କରିବା ସମ୍ପୂର୍ଣ ଭାବରେ ନିଷେଧ ଅଟେ ।

ପ୍ରଥମ: ସନ୍ଧ୍ୟା ସମୟରେ କେବେ ମଧ୍ୟ ଭୋଜନ କରିବା ଉଚିତ ହୋଇନଥାଏ । ଯଦି ଆପଣ ନମାନି ଭୋଜନ କରନ୍ତି ତେବେ ଭୋଜନ କରୁଥିବା ବ୍ୟକ୍ତିଙ୍କର ବହୁତ ବଡ ଅନିଷ୍ଟ ହୋଇଥାଏ । ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ । ଦିତୀୟ: ଧ୍ୟାନ ରଖିବେ ସନ୍ଧ୍ୟା ସମୟରେ ଝାଡୁ କରିବା ଉଚିତ ହୋଇନଥାଏ । ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି । ତେଣୁ ଆପଣ ସନ୍ଧ୍ୟା ପୂର୍ବରୁ ଏହି ସବୁ କାର୍ଯ୍ୟ ସାରିଦେବା ଉଚିତ ।

ତୃତୀୟ: ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ସମୟରେ ,ଦେବା ଦେବୀ ମାନେ ଧରାବତରଣ କରିଥାନ୍ତି । ଏହି ସମୟରେ ତାଙ୍କ ଆଳତି ହୋଇଥାଏ । ତେଣୁ ଆପଣ କେବେ ଭୁଲରେ ମଧ୍ୟ ଏହି ସମୟରେ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ । ନଚେତ ଭଗବାନ ଆପଣଙ୍କ ଘର ଉପରେ କୋପ ଦୃଷ୍ଟି ରଖିଥାନ୍ତି । ଏଥିପାଇଁ ଆପଣଙ୍କ ଘରେ ସବୁବେଳେ ଦାରିଦ୍ରତା ଲାଗିରହିଥାଏ ।

ଚତୁର୍ଥ: ଆପଣ ସନ୍ଧ୍ୟା ସମୟରେ ଶୋଇବା ଅନୁଚିତ । ଏହାକୁ ବହୁତ ବଡ ଅଶୁଭ ମନା ଯାଇଥାଏ । ପୂଜା ଅର୍ଚନା କରିବା ସମୟରେ ଯଦି  ଆପଣ ଶୋଇ ରହିବେ ତେବେ ଆପଣ ନର୍କ ଯନ୍ତ୍ରଣାର ଭାଗୀ ହେବେ । ସନ୍ଧ୍ୟା ସମୟରେ ଆପଣ ଶୋଇ ରହିଲେ ଅନେକ ପ୍ରକାରର ରୋଗ ବ୍ୟାଧି ଦେଖା ଦେଇଥାଏ ।

ପେଟ ରୋଗ ସହ ଶରୀରରେ ଚର୍ବି ବଢିବାର ଆଶଙ୍କା ରହିଥାଏ । ତେଣୁ ଆପଣ ଏହିସବୁ କଥାକୁ ଧ୍ୟାନରେ ରଖି କେବେ ମଧ୍ୟ ସନ୍ଧ୍ୟା ସମୟରେ ସୁଅନ୍ତୁ ନାହିଁ । ପଞ୍ଚମ: ସନ୍ଧ୍ୟା ସମୟରେ ଚଉରା ମୂଳରେ ଦୀପଟିଏ ନିଶ୍ଚୟ ଜାଳନ୍ତୁ । ଏହା ଆପଣଙ୍କ ଘରର ପରିବେଶକୁ ଶୁଭ ରଖିଥାଏ । ଏବଂ ଆପଣଙ୍କ ଘରକୁ ସୁଖ ଶାନ୍ତିର ଆଗମନ ହୋଇଥାଏ ।

ଆପଣ ସନ୍ଧ୍ୟା ସମୟରେ ମାତା ବୃନ୍ଦାବତୀଙ୍କୁ ଛୁଇଁବା ଅନୁଚିତ । ଏହାକୁ ବହୁତ ବଡ ପାପ ବୋଲି ଶାସ୍ତ୍ରରେ ବିବେଚିତ କରାଯାଇଛି । କେବେ ମଧ୍ୟ ସନ୍ଧ୍ୟା ସମୟରେ ଚଉରା ମୂଳରେ ଜଳ ଅର୍ପଣ କରିବେ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button