IBN ଓଡ଼ିଶା ବ୍ୟୁରୋ

ଶୋଇବା ପୂର୍ବରୁ ପାଣି ପିଇଲେ ଶରୀରକୁ କ’ଣ ସବୁ ମିଳିଥାଏ ଫାଇଦା, ଜାଣି ନଥିଲେ ଏବେ ହିଁ ଜାଣି ନିଅନ୍ତୁ…

ବନ୍ଧୁଗଣ ମଣିଷ ଜୀବନକୁ ସରସ ସୁନ୍ଦର କରିବାକୁ ଆମ ଶାସ୍ତ୍ର, ଗ୍ରନ୍ଥ ଆଦିରେ ଅନେକ ନିୟମମାନ ରହିଛି । ଯେଉଁସବୁ ନିୟମକୁ ପାଳନ କରିଲେ ମନୁଷ୍ୟ ବହୁତ ଲାଭ ପାଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ସେହିସବୁ ଉପାୟ ଗୁଡିକ ବିଷୟରେ ଏଠାରେ ଆଲୋଚନା କରିବା । 1- ସକାଳୁ ଉଠିଲା ପରେ ଖାଲି ପେଟରେ ତିନି ଗ୍ଲାସ ପାଣି ପିଇଲେ ଅନ୍ତରର ଶକ୍ତି ଜାଗ୍ରତ  ହୋଇଥାଏ । ଏକ ଗ୍ଲାସ ପାଣି ଗାଧୋଇ ସାରି ପିଇଲେ ବ୍ଲଡ ପ୍ରେସର ନିୟନ୍ତ୍ରଣ ରହିଥାଏ । ଦୁଇ ଗ୍ଲାସ ପାଣି ଖାଇବାର ଅଧଘଣ୍ଟା ପୂର୍ବରୁ ପିଇଲେ ଖାଦ୍ଯ ଭଲ ହଜମ ହୋଇଥାଏ । ରାତିରେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ପାଣି ପିଇଲେ ହୃଦଘାତ ହେବାର ସମ୍ଭାବନା କମ ରହିଥାଏ ।

2- ପାଞ୍ଚୋଟି ଗୋଲମରୀଚ, ଗୋଟିଏ ପିଆଜ ଓ ଅଧା ଚାମଚ ଲୁଣକୁ ବାଟି କେଶରେ ଲଗାଏଲେ କେଶ ଝଡିବା ବନ୍ଦ ହୁଏ ।  ମୁହଁରେ କଳା ଦାଗ ଥିଲେ ଦହିରେ ବିଲାତି ରସ ମିଶାଇ ପନ୍ଦର ମିନିଟ ଲଗାଇ ଧୋଇଲେ ମୁହଁ ସଫା ହୋଇଥାଏ । ମୁହଁର ରଙ୍ଗ ସଫା କରିବା ପାଇଁ ହେଲେ ଆଳୁର ରସକୁ ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ । ଦୁଇଟି ଗୁଜୁରାତିକୁ ଗୁଣ୍ଡା କରି ରାତିରେ ଶୋଇବା ବେଳେ ଉଷୁମ ପାଣିରେ ଖାଇଲେ କେଶ ମୂଳ ମଜଭୁତ ହୋଇଥାଏ ।

ଅଣ୍ଟା ଦରଜ ହେଉଥିଲେ ପାଞ୍ଚଟି ଖଜୁରୀ କୋଳି ସହିତ ମେଥି ଗୁଣ୍ଡକୁ ସିଝାଇ ଖାଇଲେ ତାହା ଦୂର ହୁଏ । ପେଟର ଗ୍ଯସ ସମସ୍ଯା ଦେଖାଦେଲେ ଏକ ଚାମଚ ଜୁଆଣୀ ସହିତ ଟିକେ କଳା ଲୁଣ ମିଶାଇ ଉଷୁମ ପାଣିରେ ଖାନ୍ତୁ ।

3- ରୋଷେଇ କରିବା ପରେ ଚୁଲାକୁ ଭଲ ଭାବେ ସଫା କରିବା ଉଚିତ ଏହା ସମୃଦ୍ଧିର ପ୍ରତୀକ ଅଟେ । ରାତିରେ ରୋଷେଇ ଘରେ କେବେବି ଅଇଁଠା ବାସନ ରଖନ୍ତୁ ନାହିଁ ଏହା ଶୁଭ ହୋଇନଥାଏ । ଭଙ୍ଗା ବାସନରେ କେବେବି ଖାଆନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ । ରୋଷେଇ ଘରେ ଏବଂ ପୂଜା ସ୍ଥାନରେ କେବେ ବି ଔଷଧ ରଖନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

4- ଘରର ଉତ୍ତର ପୂର୍ବ କୋଣରେ କାଚ ପାତ୍ରରେ ଲୁଣ ରଖିଲେ ଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଘର ଭିତରେ ମହାଦେବଙ୍କର ପରିବାର ସହିତ ଫଟୋ ରଖିଲେ ପିଲାମାନେ ଆଜ୍ଞାକାରି ହୋଇଥାନ୍ତି । ପଇସା ରଖୁଥିବା ସ୍ଥାନରେ କିମ୍ବା ଆଲମାରୀରେ ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ଯା ହୋଇନଥାଏ ।

ଘରର ପଇସା ରଖୁଥିବା ଆଲମାରି ଘରର ଦକ୍ଷିଣ ଦିଗରେ ରଖିଲେ ଶୁଭ ହୋଇଥାଏ । ଘରର ଗାଧୁଆ ଘର କିମ୍ବା ପାଇଖାନା କବାଟ ସବୁବେଳେ ବନ୍ଦ ରହିବା ଉଚିତ । ଏହା ଦ୍ଵାରା  ମଙ୍ଗଳ ହୋଇଥାଏ । ରୋଷେଇ ଘରେ କେବେବି ଆଇନା ଲଗାଇବା ଉଚିତ ନୁହେଁ ଏହା କଲେ ଅମଙ୍ଗଳ ହୋଇଥାଏ । ଘରର ଉତ୍ତର ଦିଗରେ ବିବାହ ଫଟୋ ଲଗାଇବା ମଙ୍ଗଳ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button