ରାଜ୍ୟ

ବଡ଼ଭାଇ ପାଇଁ ଜୀବନ ଦେଲା ସାନଭାଇ – Ibnodisha

[ad_1]

କଟକ: ବଡ଼ଭାଇ ପାଇଁ ଜୀବନ ଦେଲା ସାନଭାଇ । ବଡ଼ ଭାଇର ଜୀବନ ବଞ୍ଚାଇବାକୁ ଯାଇ ସାନ ଭାଇର ଉଡ଼ିଗଲା ପ୍ରାଣବାୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ବାଙ୍କୀ ଅଞ୍ଚଳରେ । ନଦୀରେ ବୁଡ଼ି ଯାଉଥିବା ବଡ଼ ଭାଇକୁ ଉଦ୍ଧାର କରିବାକୁ ଯାଇ ସାନ ଭାଇର ପ୍ରାଣ ଚାଲିଯାଇଛି । କଟକ ଜିଲ୍ଲା ବାଙ୍କୀ ସ୍ଥିତ ଦେବୀ ଦ୍ୱାରରେ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବାବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ ଯୁବକଙ୍କ ନାଁ ଆକାଶ ରାଉତରାୟ ବୋଲି ଜଣା ପଡ଼ିଛି । ତେବେ ଆକାଶଙ୍କ ଘର ଭୁବନେଶ୍ୱର ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଭୁବନେଶ୍ୱରରୁ କିଛି ଯୁବକ ଶନିବାର ଦେବୀଦ୍ୱାରକୁ ବୁଲିବାକୁ ଆସି ଥିଲେ। ଏହି ସମୟରେ ଆକାଶଙ୍କ ବଡ଼ ଭାଇ ନଦୀରେ ଗାଧୋଇବା ପାଇଁ ଯାଇଥିଲେ। ଆଉ ନଦୀରେ ଗାଧୋଇବାବେଳେ ହଠାତ ପାଣିରେ ବୁଡି ଯାଇ ଥିଲେ। ବଡ଼ ଭାଇଙ୍କୁ ଉଦ୍ଧାର କରିବାକୁ ଯାଇ ସାନ ଭାଇ ମଧ୍ୟ ନଦୀକୁ ଡିଆଁ ମାରିଥିଲେ । ସୌଭାଗ୍ୟ ବଶତଃ, ଆକାଶଙ୍କ ବଡ଼ ଭାଇ ନିଜେ ପହଁରିକି କୂଳକୁ ଆସି ଯାଇଥିଲେ । ହେଲେ ତାଙ୍କ ସାନ ଭାଇ କିନ୍ତୁ ଆଉ ଫେରିନଥିଲେ । ନଦୀରେ ବୁଡି ଆକାଶ ନିଖୋଜ ହୋଇ ଯାଇଥିଲେ । ସେହି ସମୟରେ ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ଆକାଶଙ୍କ ପତ୍ତା ମିଳିନଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button