ମନୋରଞ୍ଜନ

ବାରମ୍ବାର କାହିଁକି ଚିତ୍କାର କରୁଛ, ମୁଁ ଗାଡ଼ିରେ ବସି ଚାଲିଯିବା ପରେ କରିବ: ଶାହିଦ୍ କପୁର – Ibnodisha

[ad_1]

ମୁମ୍ବାଇ: ବାରମ୍ବାର କାହିଁକି ଚିତ୍କାର କରୁଛ। ମୁଁ ଗାଡ଼ିରେ ବସି ଚାଲିଯିବା ପରେ ପାଟି କରିବ। ଏଭଳି କହି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ରାଗିଗଲେ ବଲିଉଡ ଅଭିନେତା ଶାହିଦ୍ କପୁର। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଅଭିନେତା ଶାହିଦ କପୁର ରାଗିଯାଉଥିବା ଦେଖାଯାଇଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଶାହିଦ୍ ନିଜ କାର ପାଖକୁ ଯିବା ପୂର୍ବରୁ ପଛକୁ ବୁଲି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ରାଗୁଛନ୍ତି। ଶାହିଦ୍… ଶାହିଦ୍… କହି ଚିତ୍କାର କରୁଥିବାରୁ କାହିଁକି ଏତେ ଜୋରରେ ଚିତ୍କାର କରୁଛ ବୋଲି କହୁଛନ୍ତି ଅଭିନେତା। “ତୁମେ କାହିଁକି ବାରମ୍ବାର ପାଟି କରୁଛ, ମୁଁ ଏଠାରେ ଠିଆ ହୋଇଛି। ଯେତେବେଳେ ମୁଁ କାରରେ ବସି ଚାଲିଯିବି ସେତେବେଳେ ପାଟି କରିବ। ଏବେ ଶାନ୍ତ ରୁହ।” ଶାହିଦ୍ ଏଭଳି କହୁଥିବାର ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି।

ଲୋକମାନେ କହିଛନ୍ତି ଯେ ଶାହିଦ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ସଠିକ୍ ଉତ୍ତର ଦେଇଛନ୍ତି। ଜଣେ ବ୍ୟବହାରକାରୀ ଭିଡିଓରେ ନିଜର ମତ ରଖି ଲେଖିଛନ୍ତି ଯେ, ‘ମଜା ଆସିଗଲା। ଏମାନଙ୍କୁ ଏଭଳି ଶୁଣାଇବା ଦରକାର।’ ଅନ୍ୟ ଜଣେ ବ୍ୟବହାରକାରୀ କହିଛନ୍ତି ଯେ ‘ଶାହିଦ ଭାଇ ଠିକ୍ କହିଛନ୍ତି। ଏ ଲୋକମାନେ ମାଛ ବଜାର କରିଦିଅନ୍ତି’।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button