IBN ଓଡ଼ିଶା ବ୍ୟୁରୋ

ଗାଧେଇବା ପରେ ନଡିଆ ତେଲ ଲଗାଇବାର ଚମତ୍କାରୀ ଫାଇଦା ବିଷୟରେ ଜାଣନ୍ତୁ…Benefits of coconut oil

ବନ୍ଧୁଗଣ ନଡିଆର ଆମ ପାଇଁ କେତେ ଉପକାରୀତା ରହିଛି ତାହା ତ ଆପଣମାନେ ନିହାତି ଜାଣିଥିବେ। ତେବେ ବନ୍ଧୁଗଣ ନଡିଆରୁ ମିଳୁଥିବା ତେଲ ଅର୍ଥାତ ନଡିଆ ତେଲ ଆମ ଚୁଟି ପାଇଁ ଯେମିତି ଏକ ବରଦାନ ହୋଇଥାଏ । ଠିକ ସେହିପରି ଆମ ଶରୀର ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । କାରଣ ନଡିଆ ବଡି ପାଇଁ ବହୁତ ଭଲ ମଏଶ୍ଚରାଇଜର ଭାବେ କାମ କରିଥାଏ । ଯାହା ଆପଣଙ୍କୁ ଦାମୀ ଦାମୀ ବଡି କ୍ରିମ କି ଲୋସନରୁ ମିଳିପାରିନଥାଏ । ତେବେ ବନ୍ଧୁଗଣ ନଡିଆ ତେଲକୁ ଗାଧେଇବା ପରେ ଦେହରେ ଲଗାଇବାର ଫାଇଦା ଗୁଡିକ ବିଷୟରେ ଆସନ୍ତୁ ଜାଣିବା ।

1- ନଡିଆ ତେଲ ଲଗାଇବା ଦ୍ଵାରା ଦେହ ଚିକ୍କଣ ଦେଖାଯାଇଥାଏ । ସବୁଠାରୁ ବଡ କଥା ହେଉଛି ନଡିଆ ତେଲ ଆପଣଙ୍କୁ ବହୁତ କମ ଦାମରେ ମଧ୍ୟ ମିଳିଯିବ ।

2- ଯଦି ଆପଣଙ୍କ ଶରୀର କୌଣସି ଜାଗାରେ ଇନଫେକସନ ହୋଇ କୁଣ୍ଡେଇ ହେଉଥାଏ । ତେବେ ନଡିଆ ତେଲରେ କର୍ପୁର ମିଶାଇ ସବୁ ଦିନ ଗାଧେଇଲା ପରେ କୁଣ୍ଡିଆ ଜାଗାରେ ଲଗାନ୍ତୁ ଆପଣଙ୍କ ତ୍ଵଚା ସମସ୍ୟା ଦୂର ହୋଇବ ।

3- ଯଦି ଆପଣଙ୍କ ବଡିରେ କୌଣସି ପ୍ରକାର ଜଳାପୋଡା ଚିହ୍ନ, ଫୁଲିବା ବା କୁଣ୍ଡେଇ ଭଳି ସମସ୍ଯା ରହିଛି । ତେବେ ମଧ୍ୟ ନଡିଆ ତେଲ ଏବଂ କର୍ପୁର ମିଶ୍ରଣ ଆପଣଙ୍କ ପାଇଁ ଲାଭକାରୀ ଅଟେ ।

4- ନଡିଆ ତେଲ ବହୁତ ଭଲ କ୍ଲିଞ୍ଜର ଭଳି କାମ କରି ଥାଏ ଯେତେ ମେକଅପ ଥିଲେ ମଧ୍ୟ ଟିକେ ନଡିଆ ତେଲ ତୁଳାରେ ଲଗାଇ ପୋଛିଲେ ପୁରା ଚେହେରା ସଫା ହୋଇ ଯାଇଥାଏ ନଚେତ ମୁହଁ ସାରା ତେଲ ଲଗାଇ ତୁଳାରେ ପୋଛିଲେ ମଧ୍ୟ ମେକଅପ ଭଲ ଭାବେ ସଫା ହୋଇ ଯାଇଥାଏ ।

5- ହେୟାର ରିମୁଭିଙ୍ଗ ପାଇଁ ମଧ୍ୟ ଲୋକ ନଡିଆ ତେଲ ପ୍ରୟୋଗ କରିଥାନ୍ତି । ହେୟର ରିମୁଭ କରିବା ଆଗରୁ ନଡିଆ ତେଲ ଦ୍ଵାରା ସେହି ସ୍ଥାନର ଚୁଟିକୁ ମସାଜ କରି ଜାଗା ନରମ ଏବଂ ଚିକ୍କଣ କରି ଦେଇଥାଏ ଓ ଏହା ପରେ ହେୟର ରିମୁଭ ହୋଇଥାଏ ।

ତେବେ ବନ୍ଧୁଗଣ ନଡିଆ ତେଲର ଆମ ବଡି ପାଇଁ ବହୁତ ଲାଭ ରହିଅଛି । ତେଣୁ ଗାଧେଇବା ପରେ ଆପଣ ନିହାତି ଭାବେ ନଡିଆ ତେଲ ନିଜ ବଡିରେ ଲଗାଇବା ଆରମ୍ଭ କରିଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button