ଏହି ଘରୋଇ ପେଷ୍ଟରେ ତମ୍ବା, ପିତ୍ତଳ ବାସନ ଏମିତି ଚମକିବ, ଯେମିତି ବାସନ ପୁରା ନୂଆ ଲାଗିବ…

ବନ୍ଧୁଗଣ ସମସ୍ତଙ୍କ ଘରେ ପୂଜା କାର୍ଯ୍ୟ ପାଇଁ ଅଥବା ଅନ୍ୟାନ୍ୟ ସବୁ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ତମ୍ବା, ପିତ୍ତଳ କିମ୍ବା ଚାନ୍ଦିର ବାସନକୁସନ ରଖାଯାଇଥାଏ । ସେହିସବୁ ବାସନ ଗୁଡିକ ସମୟ କ୍ରମେ କଳା ପଡିଯାଇଥାଏ ଏବଂ ସେଥିରେ ପୂର୍ବ ଭଳି ନୂଆ ଚମକ ନଥାଏ । ତାହାକୁ ସଫା କରି ସେଥିରେ ଚମକ ଆଣିବାକୁ ଲୋକ ବିଭିନ୍ନ ପ୍ରକାର ଡିଟରଜେଣ୍ଟ ଓ ସାବୁନ ବ୍ୟବହାର କରିବା ସତ୍ବେ ମଧ୍ୟ ସେଥିରେ ନୂଆ ଭଳି ଚମକ ଆସିପାରିନଥାଏ ।
ତେଣୁ ଆପଣଙ୍କ ଘରେ ଥିବା ଏହିସବୁ ବାସନ ଗୁଡିକୁ ଯଦି ଆପଣ ସବୁବେଳେ ନୂଆ କରି ରଖିବାକୁ ଚାହୁଁଛନ୍ତି । ତେବେ ଆପଣ ସେଥିପାଇଁ ଏକ ଜବରଦସ୍ତ ଘରୋଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଯେଉଁ ପେଷ୍ଟକୁ ବ୍ୟବହାର କରି ଯଦି ଆପଣ ବାସନକୁ ମାଯିବେ ତେବେ ବାସନ ଗୁଡିକର ଚମକ ଏମିତି ଆସିବ ଯେ ପୁରା ନୂଆ ଭଳି ଦେଖାଯିବ । ଆସନ୍ତୁ ତମ୍ବା ଚାନ୍ଦି, ଓ ପିତଳ ବାସନକୁ ସଫା କରିବାର ପେଷ୍ଟ ବନେଇବା ।
ଏହି ପେଷ୍ଟ ବନେଇବା ପାଇଁ ଆପଣଙ୍କୁ ଅଧା କପ ଅଟା , ଅଧା କପ ଲୁଣ ଓ ଅଧା କପ ଡିଟରଜେଣ୍ଟର ଆବଶ୍ୟକତା ପଡିବ । ଏହିସବୁ ସାମଗ୍ରୀକୁ ଆପଣ ଏକାଠି ମିଶାଇ ରଖନ୍ତୁ । ତାପରେ ୧/୪ ର ଲେମ୍ବୁର ରସ ନେଇ ସେଥିରେ ଟିକେ ଟିକେ କରି ମିଶାଇବା । ତାପରେ ୩/୪ କପର ଭିନେଗାର ନେବା ଆଉ ଟିକେ ଟିକେ କରି ମିଶାଇବା । ଏଥିସହ ଏକ ଚାମଚ ମିଠା ସୋଢା ମିଶାନ୍ତୁ ।
ଧ୍ୟାନ ରଖନ୍ତୁ, ଏହି ପେଷ୍ଟ ବନାଇବା ପାଇଁ ସବୁ ସମଗ୍ରୀକୁ ମିଶାଇ ପରେ ଯାଇ ଶେଷରେ ସୋଢା ସେଥିରେ ମିଶାନ୍ତୁ । ତାପରେ ସବୁ ସାମଗ୍ରୀକୁ ଭଲରେ ମିଶାଇବା ପାଇଁ ଅଳ୍ପ ଗରମ ପାଣି ମିଶାଇବା । ତାପରେ ଆପଣଙ୍କର ସେହି ସବୁ ସମଗ୍ରୀ ମିଶିକି ଏକ ପେଷ୍ଟ ପ୍ରସ୍ତୁତ ହୋଇଯିବ । ଯଦି ଆପଣଙ୍କୁ ଲିକ୍ୱିଡ ବାଲା ପେଷ୍ଟ ବନାଇବାର ନାହିଁ । ତେବେ ଆପଣ ସେହିସବୁ ସାମଗ୍ରୀରେ ପାଣି ନମିଶାଇ ତାହାକୁ କେବଳ ଗୁଣ୍ଡ କରି କୌଣସି ଡବାରେ ଭରି ରଖିଦେବାର ଅଛି ।
ଯେତେବେଳେ ଆପଣଙ୍କର ବାସନ ମାଜିବା ପାଇଁ ଦରକାର ପଡିବ । ଆପଣ ସେତେବେଳେ ପାଣି ମିଶାଇ ବାସନ ମାଯିବେ । ଆପଣ ଏହି ଘରୋଇ ବାସନ ମଜା ପେଷ୍ଟ ବନାଇ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତୁ । ଏହି ଘରୋଇ ଉପାୟ ଦ୍ଵାରା ଆପଣଙ୍କର ତମ୍ବା, ପିତ୍ତଳ ଓ ଚାନ୍ଦିର ବାସନ ମାଜିବା ପରେ ତାହା ପୂରାପୂରି ନୂଆ ଭଳି ଚମକିବାକୁ ଲାଗିବ ।