Vastu tips; – ରୋଷେଇ ଘରେ ତାୱା ଓ କଢେଇକୁ ଏମିତି ରଖି ଦିଅନ୍ତୁ…ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଯିବେ…

ବନ୍ଧୁଗଣ ଘରର ସମସ୍ତ ସ୍ଥାନ ମଧ୍ୟରୁ ଘରର କିଛି ପ୍ରମୁଖ ସ୍ଥାନ ମଧ୍ୟରେ ରୋଷେଇ ଘର ରହିଛି । ତକାରଣ ଏହି ଘରେ ମାତା ଅର୍ଣ୍ଣପୂର୍ଣ୍ଣାଙ୍କର ବାସ ହୋଇଥାଏ ବୋଲି କୁହାଯାଇଥାଏ । ତେଣୁ ରୋଷେଇ ଘରକୁ ସଠିକ ବାସ୍ତୁ ନିୟମ ଅନୁଯାଇ ତିଆରି କରାଯିବା ଠାରୁ ନେଇକି ରୋଷେଇ ଘରେ କେଉଁଠି କେଉଁ ଜିନିଷ ସବୁ ରଖାଯିବ ସେହି କଥା ଉପରେ ମଧ୍ୟ ଅବଶ୍ୟ ଧ୍ୟାନ ଦେବାକୁ ପଡିଥାଏ । ନଚେତ ମାତା ଅର୍ଣ୍ଣପୂର୍ଣ୍ଣା ରୁଷ୍ଠ ହୋଇଯାଇଥାନ୍ତି ।
ତେବେ ବନ୍ଧୁଗଣ ରୋଷେଇ ଘରର ବାସନକୁସନ ମଧ୍ୟରେ ତାୱା ଓ କଢେଇ ଏହି 2 ଟି ଜିନିଷ ରାହୁଙ୍କର ପ୍ରତିନିଧିତ୍ଵ କରିଥାନ୍ତି । ଅନେକ ଲୋକମାନଙ୍କର ମନରେ ଦ୍ୱନ୍ଦ ଆସେ ଯେ ତାୱା ଓ କଢେଇ କୁ ସିଧା ରଖିବା ନା ଓଲଟା ରଖାଯିବା ଉଚିତ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ରୋଷେଇ ଘର ସମ୍ବନ୍ଧୀୟ ଏଭଳି କିଛି ନିୟମ ଯାହା ଠିକ ଭାବେ ପାଳନ କରିଲେ । ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
1- ପ୍ରଥମତଃ ରୋଷେଇ ଘର ହେଉଛି ମାତାଲଷ୍ମୀଙ୍କର ବାସସ୍ଥାନ । ତେଣୁ ଏହି ସ୍ଥାନକୁ ସର୍ବଦା ପରିଷ୍କାର ପରିଛନ୍ନ ରଖନ୍ତୁ । ରାତି ଖାଇବା ଖାଇସାରିଲା ପରେ ସେଇ ଅଇଁଠା ବାସନ କୁ ଶୋଇବା ପୂର୍ବରୁ ସଫା କରିଦିଅନ୍ତୁ । ଆଳସ୍ୟ ଯାଗୁଁ ଅନେକ ଲୋକ ଅଇଁଠା ବାସନକୁ ସକାଳ ପଯ୍ୟନ୍ତ ନଧୋଇ ରଖିଦିଅନ୍ତି । ଯାହାକି ବାସ୍ତୁ ହିସାବରେ ଅନୁଚିତ ଅଟେ । ତେଣୁ ଆପଣ ରାତି ବାସନ ସକାଳ ପର୍ଯ୍ୟନ୍ତ ରଖନ୍ତୁ ନାହିଁ । ବିଶେଷକରି ତାୱା ଓ କଢେ଼ଇକୁ ନ ଧୋଇ ସକାଳ ପର୍ଯ୍ୟନ୍ତ ଛାଡିବା ଉଚିତ ନୁହେଁ ।
2- ଦ୍ବିତୀୟତଃ ବେଳେବେଳେ ଘରର ସଦସ୍ୟଙ୍କ ମଧ୍ୟରେ ଛୋଟ ଛୋଟ କଥା କୁ ନେଇ ଝଗଡା ହୋଇଥାଏ । ଏହା ରାହୁଙ୍କର ପ୍ରଭାବ ଯୋଗୁ ହୋଇଥାଏ ବୋଲି ମାନାଯାଇଥାଏ। ତେଣୁ ଆପଣ ସକାଳୁ ତାୱା ଗରମ କରି ସେଥିରେ ଟିକେ ପାଣି ପକାନ୍ତୁ, ଏହା ଦ୍ୱାରା ଘରର ସଦସ୍ୟଙ୍କ ମନରେ କ୍ରୋଧ ଶାନ୍ତ ହୋଇଥାଏ ଏବଂ ସକାଳ ଖାଇବା ବନାଇବା ପୂର୍ବରୁ ଘରେ ବ୍ୟବହୃତ ଲୁଣକୁ ଟିକେ ତାୱା ଉପରେ ପକାଇଦିଅନ୍ତୁ । ପରେ ଗୋଟେ ଛୋଟ ରୁଟି ତିଆରି କରି ଘରେ ରଖିଦିଅନ୍ତୁ । ସେହି ରୁଟିକୁ କୌଣସି ପଶୁପକ୍ଷୀଙ୍କୁ ଭୋଜନ ରୂପେ ଦେଇଦିଅନ୍ତୁ । ଘରର ପ୍ରଥମ ରୁଟି ଗାଈଙ୍କୁ ଦିଆଯାଏ, କିନ୍ତୁ ଆପଣ କାଉ କି ପାରା କିମ୍ବା ମାଛକୁ ରୁଟି ଖୁଆଇପାରିବେ ।
3- ତୃତୀୟତଃ ଘରେ ଯେତେବେଳେ ତାୱାର ବ୍ୟବହାର କରାଯାଉ ନଥିବ । ସେତେବେଳେ ତାୱାକୁ ଘୋଡାଇ ରଖନ୍ତୁ ଏବଂ ଖାଇବା ରନ୍ଧା ପରେ ତାୱାକୁ ସେମିତି ଖୋଲାରେ ରଖନ୍ତୁ ନାହିଁ । କଢେ଼ଇ ଓ ତାୱାକୁ ଆପଣଙ୍କ ଚୁଲାର ଡାହାଣ ପଟେ ରଖନ୍ତୁ । ଏହି ଦୁଇ ବସ୍ତୁକୁ କେବେହେଲେ ସିଧା ରଖିବା ଓ ଅଇଁଠା କରିବା ଉଚିତ ନୁହେଁ । ବାସନ ଧୋଇବା ବେଳେ ତାୱା ଓ କଢେଇ ଉପରେ ଅନ୍ୟ ଅଇଁଠା ବାସନ ମଧ୍ୟ ରଖନ୍ତୁ ନାହିଁ ।