IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଠାକୁର ପୂଜା କରିବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 7 ଟି ଭୁଲ, ନଚେତ ଆସିବ ଭୟଙ୍କର ପରିସ୍ଥିତି ! Puja tips

ହିନ୍ଦୁ ଧର୍ମର ପ୍ରତ୍ଯେକଙ୍କ ଘରେ ଘରେ ଭଗବାନଙ୍କର ନିତ୍ୟ ପୂଜା ଆରାଧନା କରାଯାଇଥାଏ । ତେବେ ପୂଜାପାଠ କରିବା ସମୟରେ କଣ କଣ କରିବା ଉଚିତ ! କେଉଁ ସବୁ କାର୍ଯ୍ୟ ଗୁଡିକ କରିବା ଅନୁଚିତ ! ସେଥି ଉପରେ ବିଶେଷ ଭାବେ ଦ୍ରୁଷ୍ଟି ଦେବାକୁ ମଧ୍ୟ ପଡିଥାଏ । ତେବେ ଆପଣ କଣ ପୂଜା କରିବା ସମୟରେ ଏହି 7 ଟି ଭୁଲ କରୁଛନ୍ତି କି ! ବନ୍ଧୁଗଣ ଠାକୁର ପୂଜା କରିବା ସମୟରେ କେଉଁ 7 ଟି ଭୁଲ ଭୁଲରେ ବି କରିବା ଉଚିତ ନୁହେଁ ଚାଲନ୍ତୁ ଜାଣିବା ।

1- ପୂଜା କରିବା ସମୟରେ ମନରେ ପ୍ରଭୁଙ୍କ ଧ୍ୟାନ ଛଡା ଅନ୍ୟ କୌଣସି କଥା ଉପରେ ଭାବନ୍ତୁ ନାହିଁ । କାହା ପ୍ରତି ମନରେ ଖରାପ ଚିନ୍ତାଧାରା ଆଣନ୍ତୁ ନାହିଁ । ନଚେତ ଆପଣଙ୍କ ପୂଜାପାଠ ବ୍ୟର୍ଥ ଯାଇଥାଏ । ନିଜ ମନକୁ ସଂପୂର୍ଣ୍ଣ ଭାବେ ପ୍ରଭୁଙ୍କ ଆରାଧନାରେ ଲୀନ କରିଦିଅନ୍ତୁ ।

2- କଳା ବା ନୀଳ ରଙ୍ଗର ବସ୍ତ୍ର ପରିଧାନ କରି ପୂଜା କରିବା ଅନୁଚିତ । ଏପରି କରିବା ଦ୍ଵାରା ପୂଜା ପାଠ ସଂପୂର୍ଣ୍ଣ ହୋଇପାରିନଥାଏ । ତେଣୁ ପୂଜା ସମୟରେ ବିଶେଷ କରି ଧଳା, ନାଲି ଭଳି ହାଲୁକା ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରନ୍ତୁ । ଯାହା ଦ୍ଵାରା ମନ ପ୍ରସନ୍ନ ରହିବା ସହ ପୂଜାରେ ମଧ୍ୟ ଆପଣଙ୍କ ଧ୍ୟାନ ଭଲ ଭାବେ ଲାଗିପାରିଥାଏ ।

3- ମୃତ ଶରୀରକୁ ସ୍ପର୍ଶ କରି ସ୍ନାନ ନକରି ପୂଜା କରିବା ଅନୁଚିତ । ତେବେ ସେହି ପୂଜା ଦ୍ଵାରା ଭଗବାନ କ୍ରୋଧିତ ହୋଇଥାନ୍ତି । ସେହି ପୂଜା ସଫଳ ହୋଇପାରିନଥାଏ । ତେଣୁ ଶବକୁ ସ୍ପର୍ଶ କରିବା ପରେ ସ୍ନାନ କରି ଶୁଦ୍ଧ ହୋଇ ଭଗବାନଙ୍କର ପୂଜା କରନ୍ତୁ ।

4- ଯିଏ ମନରେ କ୍ରୋଧ, ଈର୍ଷା ଭଳି ଭାବନା ରଖି ଭଗବାନଙ୍କର ପୂଜା କରୁଥାଏ । ସେପରି ପୂଜାକୁ ପ୍ରଭୁ ସ୍ଵୀକାର କରିନଥାନ୍ତି । ତେଣୁ ମନକୁ ବିଚଳିତ ନକରି ଶାନ୍ତ ମନରେ ଭଗବାନଙ୍କୁ ପୂଜା କରନ୍ତୁ ।

5- ଅନ୍ଧାରରେ ଭଗବାନଙ୍କ ପୂଜାପାଠ କାର୍ଯ୍ୟ କରନ୍ତୁ ନାହିଁ । ଏହା ବହୁତ ଖରାପ ପରିଣାମ ଦେଇଥାଏ । ତେଣୁ ଆଲୋକ ସୁବିଧା ଥିବା ସ୍ଥାନରେ ହିଁ ପ୍ରଭୁଙ୍କୁ ରଖି ସେଠାରେ ତାଙ୍କର ପୂଜା କରନ୍ତୁ  ।

6- ପୂଜା ସମୟରେ ବିନା ଶଙ୍ଖ ଓ ଘଣ୍ଟି ଶବ୍ଦରେ ପୂଜା କରିବା ଦ୍ଵାରା ଭଗବାନ ପ୍ରସନ୍ନ ହୋଇପାରିନଥାନ୍ତି । ତେଣୁ ଯଥା ସମ୍ଭବ ପ୍ରତିଦିନ ଶଙ୍ଖ ଓ ଘଣ୍ଟଘଣ୍ଟି ବଜାଇ ପୂଜାପାଠ ଭଳି ମଙ୍ଗଳ କାର୍ଯ୍ୟ କରନ୍ତୁ । ଏହା ଘର ମଧ୍ୟରେ ଶାନ୍ତି ତଥା ଆଧ୍ୟାତ୍ମିକ ବାତାବରଣ ଖେଳାଇ ରଖିଥାଏ ।

7- ଗପ, ଥଟ୍ଟା, ମଜାମସ୍ତି କରି ପୂଜାପାଠ କରନ୍ତୁ ନାହିଁ । ନଚେତ ଏଭଳି ପୂଜା ବ୍ୟର୍ଥରେ ଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button