IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶୋଇବା ବେଳେ କୌଣସି ବ୍ୟକ୍ତି ମୁଣ୍ଡ ପାଖରେ ଜମାରୁ ରଖନ୍ତୁ ନାହିଁ ଏହି ଜିନିଷ ! ନଚେତ ଦୁର୍ଭାଗ୍ୟ ଘରକୁ ଆସିଥାଏ… Vastu tips

ବନ୍ଧୁଗଣ ଯେଉଁ ବ୍ୟକ୍ତି ବ୍ରହ୍ମ ମୂହୁର୍ତ୍ତରୁ ଉଠିଯାଇଥାଏ । ସେହି ବ୍ୟକ୍ତି ନିଜ ଜୀବନରେ ଅନେକ କିଛି ଉନ୍ନତି କରିଥାଏ । ସେହି ବ୍ୟକ୍ତିକୁ ତା’ ର ଜୀବନରେ କିଛି ବଡ ସମସ୍ଯାର ମଧ୍ୟ ସାମ୍ନା କରିବାକୁ ପଡିନଥାଏ । ଏହିଭଳି ଲୋକଙ୍କ ଉପରେ ଭଗବାନ ନାରାୟଣଙ୍କର ମଧ୍ୟ ଅଶେଷ କୃପାଦ୍ରୁଷ୍ଟି ରହିଥାଏ । ମା’ ଲକ୍ଷ୍ମୀ ଏହି ଲୋକଙ୍କ ଉପରେ କୃପା ଦ୍ରୁଷ୍ଟି ବଜାୟ ରଖିଥାନ୍ତି ।

ତେବେ ଶାସ୍ତ୍ର ଦ୍ରୁଷ୍ଟି କୋଣରୁ ବ୍ୟକ୍ତିର ଶୋଇବା ସମୟରେ ଯଦି ଏଭଳି କିଛି ଭୁଲ ହୋଇଯାଇଥାଏ । ତେବେ ସେହି ବ୍ୟକ୍ତିର ଜୀବନରେ ଅନେକ ଦୁଃଖ, କଷ୍ଟ ଆସିଥାଏ । ତେଣୁ ବ୍ୟକ୍ତି ଶୋଇବା ସମୟରେ ନିଜ ପାଖରେ ଏଭଳି କିଛି ଜିନିଷ ରଖିବା ଉଚିତ ନୁହେଁ । ଯାହା ଉପରେ ଆଜି ଏଠାରେ ଆମେ ଆଲୋଚନା କରିବାକୁ ଯାଉଛୁ ।

1- ବ୍ୟକ୍ତି ଶୋଇବା ସମୟରେ ନିଜର ପାଦ ଦକ୍ଷିଣ କି ପୂର୍ବ ଦିଗରେ ନରଖିବା ଉଚିତ । ପୂର୍ବ ଓ ଦକ୍ଷିଣ ଦିଗରେରେ ମୁଣ୍ଡ ରଖି ଶୋଇବା ହିଁ ଉଚିତ । 2- ଶୋଇବା ସମୟରେ ଅନେକ ବ୍ୟକ୍ତି ନିଜ ମୁଣ୍ଡ ପାଖରେ ପାଣି ରଖିକି ଶୋଇଥାନ୍ତି । ହେଲେ ମୁଣ୍ଡ ପାଖରେ ପାଣି ରଖିକି ଶୋଇବା ଦ୍ଵାରା ବ୍ୟକ୍ତିର ଚନ୍ଦ୍ରମା ପ୍ରଭାବିତ ହୋଇଥାଏ । ଏହାର ପ୍ରଭାବ ବ୍ୟକ୍ତିର ମାନସିକ ସ୍ଵାସ୍ଥ ଉପରେ ମଧ୍ୟ ପଡିଥାଏ । ତେଣୁ ମୁଣ୍ଡ ପାଖରେ ପାଣି ରଖିକି ଶୋଇବା ଅନୁଚିତ ।

3- ଶୋଇବା ସ୍ଥାନ ଆଖାପାଖି ଜୋଟା, ଚପଲ ଆଦି ରଖିକି ଶୋଇବା ଅନୁଚିତ । ନଚେତ ଏହା ସେହି ବ୍ୟକ୍ତିର ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ । 4- ଯେଉଁ ସ୍ଥାନରେ ଶୋଇବେ । ତା’ ର ସାମ୍ନାରେ ଆଇନା ବିଲକୁଲ ବି ରଖିବା ଉଚିତ ନୁହେଁ । କାରଣ ଶୋଇବା ସମୟରେ ନିଜର ଛବି ଅଇନାରେ ନଦେଖିବା ଉଚିତ । ନଚେତ ସେହି ବ୍ୟକ୍ତିର ସ୍ଵପ୍ନରେ ବାରମ୍ବାର ଖରାପ ସ୍ଵପ୍ନ ଆସିଥାଏ । ଯାହାର ନକରାତ୍ମକ ପ୍ରଭାବରୁ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥାଏ ।

5- ଶୋଇବା ସମୟରେ ବ୍ୟକ୍ତି ନିଜ ମୁଣ୍ଡ ପାଖରେ କୌଣସି ପ୍ରକାର ସୁଗନ୍ଧିତ ତୈଳ ରଖିକି ଶୋଇବା ଅନୁଚିତ । କାରଣ ସୁଗନ୍ଧିତ ତୈଳ ରାତ୍ରୀ ସମୟରେ ଖରାପ ଶକ୍ତିକୁ ଆକର୍ଷଣ କରିଥାଏ ।

6- ବାସ୍ତୁ ଶାସ୍ତ୍ର ଅନୁଯାଇ ଶୋଇବା ସମୟରେ ନିଜ ପାଖରେ ପୁସ୍ତକ ଆଦି ରଖିବା ମଧ୍ୟ ଅନୁଚିତ । ଖାସ୍ କରି ବିଦ୍ୟାର୍ଥୀ ମାନଙ୍କୁ ଏହି ସବୁ କଥା ଉପରେ ଧାନ ରଖିବା ଅବଶ୍ୟ ଦରକାର ହୋଇଥାଏ । ତେବେ ବ୍ୟକ୍ତି ଶୋଇବା ସମୟରେ ଏହଗି ସବୁ କଥା ଊପରେ ଧ୍ୟାନ ରଖି ଶୋଇବା ଦ୍ଵାରା ତାହାର ନିଦ୍ରା ଭଲ ଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button