IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶନିବାର ଦିନ ଏହି ଜିନିଷ ଖାଉଥିଲେ, ତୁରନ୍ତ ଖାଇବା ବନ୍ଦ କରନ୍ତୁ, ନହେଲେ ଆପଣ ବି ହୋଇପାରନ୍ତି ଶନିଦେବଙ୍କ କୋପର ଶିକାର !

ଶନିବାର ଦିନଟିକୁ ନ୍ୟାୟର ଦେବତା ଶନିଦେବଙ୍କୁ ସମର୍ପଣ କରାଯାଇଛି । ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ଶନି ଦଶା ରହିଥାଏ । ତେବେ ଶନିଦେବଙ୍କ ବ୍ରତ କରିବାକୁ ଜ୍ଯୋତିଷ ମାନେ ମତ ଦେଇଥାନ୍ତି । ତେବେ ଶନିଦେବ ମହାରାଜା ନ୍ୟାୟରେ ରହି ଭଲ କାମ କରୁଥିବା ଲୋକଙ୍କ ଉପରେ ନିଜର ସବୁବେଳେ କୃପାଦ୍ରୁଷ୍ଟି ପକାଇ ରଖିଥାନ୍ତି । ଏଥିସହ ଅନ୍ୟାୟ ମାର୍ଗରେ ଚାଲୁଥିବା ଲୋକଙ୍କ ଉପରେ କୋପବୃଷ୍ଟି କରିଥାନ୍ତି । ତାପରେ ସେହି ବ୍ୟକ୍ତିର ଦୁର୍ଭାଗ୍ୟ ଚାଲି ଆସିଥାଏ ।

ତେଣୁ ଶନିଦେବଙ୍କୁ ପ୍ରସନ୍ନ କରି ରଖିବା ପାଇଁ ବ୍ୟକ୍ତି ମାନଙ୍କୁ ଅନେକ କିଛି ନିୟମର ପାଳନ କରିବାକୁ ପଡିଥାଏ । ତେବେ ଆଜି ଆପଣ ମାନେ ଜାଣିବାକୁ ପାଇବେ । ଶନିବାର ଦିନ କେଉଁ ଖାଦ୍ୟ ଖାଇବା ଉଚିତ ଓ କେଉଁ ଖାଦ୍ୟ ଖାଇବା ଅନୁଚିତ ।

1- ଶନିବାର ଦିନ କ୍ଷୀର କିମ୍ବା କ୍ଷୀରରୁ ପ୍ରସ୍ତୁତ କୌଣସି ଖାଦ୍ୟ ପଦାର୍ଥ ସେବନ କରନ୍ତୁ ନାହିଁ । କାରଣ ଏହି ଦିନ କ୍ଷୀର ଖାଉଥିବା ଲୋକ ମାନେ ଶନିଦେବଙ୍କର ଅବମାନନା କରିଥାନ୍ତି ।  ଯେଉଁ ବ୍ୟକ୍ତି ଶନିବାର ଦିନ କ୍ଷୀର ଖାଇବାକୁ ଚାହୁଁଥିବ । ସେହି ବ୍ୟକ୍ତି କ୍ଷୀରରେ ହଳଦୀ କିମ୍ବା ଗୁଡ ମିଶାଇ ଖାଇପାରିବ ।

2- ଶନିବାର ଦିନ ଆମ୍ବ ଆଚାର ଖାଇବା ମଧ୍ୟ ଅନୁଚିତ । ନଚେତ ଏହି ଦିନ ଆମ୍ବ ଆଚାର ଖାଉଥିବା ଲୋକଙ୍କ ଉପରେ ପ୍ରଭୁ ଶନି ମହାରାଜାଙ୍କର କୋପଦ୍ରୁଷ୍ଟି ସହିବାକୁ ପଡିଥାଏ । ଯଦି ଚାହିଁବେ, ତେବେ ଅନ୍ୟ କୌଣସି ଆଚାର ଖାଇପାରିବେ, ହେଲେ ଆମ୍ବ ଆଚାର ଖାଇପାରିବେ ନାହିଁ ।

3- ଶନିବାର ଦିନ ନାଲି ରଙ୍ଗର ଲଙ୍କା ଭୁଲରେ ବି ଖାଆନ୍ତୁ ନାହିଁ । କାରଣ ଏହି ନାଲି ରଙ୍ଗ ଶନିଦେବଙ୍କୁ ଜମାରୁ ବି ପସନ୍ଦ ନୁହେଁ । ଅନ୍ୟ କୌଣସି ରଙ୍ଗର ଲଙ୍କା ଖାଇପାରିବେ ।

4- ଶନିବାର ଦିନ ଚଣା, ବିରି, ମୁଗ ଡାଲି ଖାଇପାରିବେ । ହେଲେ ଶନିବାର ଦିନ ମଶୁର ଡାଲିର ସେବନ କରନ୍ତୁ ନାହିଁ । କାରଣ ମଶୁର ଡାଲି ସହ ମଙ୍ଗଳ ଗ୍ରହଙ୍କର ସମ୍ପର୍କ ରହିଥାଏ । ତେଣୁ ଯେଉଁ ବ୍ୟକ୍ତି ଏହି ଦିନ ମଶୁର ଡାଲିର ସେବନ କରିଥାଏ । ସେହି ବ୍ୟକ୍ତି ଉପରେ ଶନିଦେବଙ୍କର କୋପ ଦ୍ରୁଷ୍ଟି ମଧ୍ୟ ପଡିଥାଏ ।

5-ଶନିବାର ଦିନ ଭୁଲ କରି ମଧ୍ୟ ନିଶା ଜାତୀୟ ଦ୍ରବ୍ୟର ସେବନ କରନ୍ତୁ ନାହିଁ । ନଚେତ ଏହି ଦିନ ଶନିଦେବଙ୍କ କୋପରୁ ଦୁର୍ଘଟଣା ଘଟିବାର ବହୁ ସମ୍ଭାବନା ରହିଥାଏ । ତେଣୁ ଉପୋରୋକ୍ତ ନିୟମ ଗୁଡିକ ମାନିବା ଦ୍ଵାରା କୌଣସି ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କର କୋପଦ୍ରୁଷ୍ଟି ପଡିନଥାଏ । ଏଥିସହ ପ୍ରଭୁ ଶନିମହାରାଜା ସେହି ବ୍ୟକ୍ତି ଉପରେ ସର୍ବଦା ପ୍ରସନ୍ନ ହୋଇକି ରହିଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button