ଏହି ଆଙ୍ଗୁଠିକୁ ମାତ୍ର 5 ମିନିଟ ଦବାଇ ରଖନ୍ତୁ, ଆପଣଙ୍କୁ ଏଥିରୁ ଅନେକ ଲାଭକାରୀ ଫାଇଦା ମିଳିଥାଏ…Surya mudra

ବନ୍ଧୁଗଣ ଆଙ୍ଗୁଠିକୁ କିଛି ସମୟ ପାଇଁ ଦବାଇ ରଖିବାର ମଧ୍ୟ ବହୁତ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଫାଇଦା ରହିଛି । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ଯଦି ଆପଣ ଏହା ନିଜ ଆଙ୍ଗୁଠିରେ ଟ୍ରାଏ କରିବେ ତେବେ ନିହାତି ଏହାର ପ୍ରଭାବ ଜାଣିବାକୁ ପାଇବେ । ତେବେ ଯଦି ଆପଣ ନିଜର ଅନାମିକା ଆଙ୍ଗୁଠିକୁ ବୁଢା ଆଙ୍ଗୁଠି ଦ୍ଵାରା ଦବାଇ ରଖନ୍ତି । ଏଥିସହ ବାକି 3 ଟି ଯାକ ଆଙ୍ଗୁଠିକୁ ପୁରା ସିଧା କରି ରଖନ୍ତୁ । ଯେଉଁ ବ୍ୟକ୍ତି ଏହି ମୁଦ୍ରାର ଅଭ୍ଯାସ 10 ରୁ 15 ମିନିଟ ପର୍ଯ୍ୟନ୍ତ ସକାଳୁ ଉଠି 15 ଦିନ ପର୍ଯ୍ୟନ୍ତ କରିବେ ।
ତେବେ ମୁଦ୍ରାକୁ ରୁଷୀମୁନୀଙ୍କ ଭାଷାରେ ଅଗ୍ନୀ ବା ସୂର୍ଯ୍ୟ ମୁଦ୍ରା ବୋଲି କୁହାଯାଇଥାଏ । ଯୋଗସାଧନା ବୈଦିକ ଯୁଗରୁ ଚାଲିଆସିଛି । ପ୍ରାଚୀନ କାଳରୁ ମୁନିରୁଷୀ ମାନେ ତପସ୍ୟା ଦ୍ଵାରା ଯୋଗର ସାଧନାକୁ ଅନୁଭବ କରିଆସିଛନ୍ତି । ଯୋଗସାଧନା ଓ ଯୋଗମୁଦ୍ରା ଆମର ରୁଷୀମୁନୀ ମାନଙ୍କର ଏକ ପରମ୍ପରା ରୂପେ ରହି ଆସିଛି । ଯାହାକି ସମଗ୍ର ମାନବ ଜାତିକୁ ପ୍ରସନ୍ନ ରୂପେ ବଞ୍ଚିବାର କୌଶଳ ଶିକ୍ଷାଇଥାଏ । ତେଣୁ ମାନବ ଜୀବନରେ ଯୋଗ କୌଣସି ବରଦାନରୁ ମଧ୍ୟ କମ ହୋଇନଥାଏ ।
ତେବେ ଏହି ସୂର୍ଯ୍ୟ ମୁଦ୍ରାର ମଧ୍ୟ ବହୁତ ଅଧିକ ମହତ୍ଵ ରହିଆସିଛି । ସୂର୍ଯ୍ୟ ମୁଦ୍ରା ଆମ ଶରୀରର ଅଗ୍ନୀ ତତ୍ଵକୁ ସଞ୍ଚାରୀତ କରିଥାଏ । ସକାଳୁ ଖାଲି ପେଟରେ ସୂର୍ଯ୍ୟମୁଦ୍ରା କରିବା ଦ୍ଵାରା ଶରୀରରେ କୋଲେଷ୍ଟ୍ରଲର ସ୍ତର କମ ହୋଇକି ଥାଏ । ଯାହା ଫଳରେ ବ୍ୟକ୍ତି ଅଯଥା ମୋଟାପଣର ଶିକାର ହୋଇପାରିନଥାଏ ।
ସୂର୍ଯ୍ୟମୁଦ୍ରାକୁ ନିୟମିତ ରୂପେ କରିବା ଦ୍ଵାରା ଶରୀରରେ ବଳ ସୃଷ୍ଟି ହୋଇଥାଏ । ଯାହା ଶରୀରର ମେଟାବଲିଜମ୍ କୁ ବୁଷ୍ଟ କରିଥାଏ । ଏଥିସହ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ । ତେବେ ଏହି ମୁଦ୍ରାର ଅଭ୍ଯାସ ଦ୍ଵାରା ମାନସିକ ଚିନ୍ତା ବା ଷ୍ଟ୍ରେସ ମଧ୍ୟ ବ୍ୟକ୍ତିର କମ ହେବାକୁ ଲାଗେ । ଯାହା ଦ୍ଵାରା ବ୍ୟକ୍ତିକୁ ମାନସିକ ଶାନ୍ତି ମିଳିଥାଏ ।
ଏଥିସହ ମନ ମଧ୍ୟ ପ୍ରଫୁଲ୍ଲିତ ରହିବା ସହ ସବୁ କାମ କରିବାକୁ ଇଛା ହୋଇଥାଏ । ଡେଲିଭରୀ ପରେ ଯେଉଁ ମହିଳାଙ୍କ ପେଟ ବଢିଯାଇଥାଏ । ସେମାନଙ୍କ ପେଟର ମୋଟାପଣ କମାଇବା ପାଇଁ ଏହି ମୁଦ୍ରା ହେଲ୍ପ କରିଥାଏ । ପେଟର ପାଚନ ପ୍ରଣାଳୀ ମଧ୍ୟ ଭଲ ହୋଇଥାଏ । ଏଥିସହ ଏହା ଲୋ ବିପି ଓ ଥାଇରଏଡକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ସୂର୍ଯ୍ୟମୁଦ୍ରା କରିବା ଦ୍ଵାରା ଶରୀରର ତାପମାତ୍ରା ବଢିଥାଏ ।
ତେଣୁ ଏହାକୁ କରିବା ପୂର୍ବରୁ ପାଣି ପିଇବା ଉଚିତ । ତେଣୁ ଯଦି ଚାହିଁବେ ଅଳ୍ପ କିଛି ଖାଇ ପାଣି ପିଇ 10 ରୁ 15 ମିନିଟ ପରେ ଏହି ମୁଦ୍ରାକୁ କରିପାରିବେ ।