କୁକୁର ମାନେ ରାତିରେ କାନ୍ଦିବା କଣ ସୁଚାଇ ଥାଏ ? କ’ଣ ସତରେ ଦେଇଥାଏ କିଛି ଅଶୁଭ ସଂକେତ !

ରାତିରେ କୁକୁର କଣ ପାଇଁ କାନ୍ଦିଥାନ୍ତି ? ତେବେ କୁକୁରର କନ୍ଦିବାକୁ ଅଶୁଭ କୁହାଯାଇଥାଏ ବୋଲି ବହୁତ ପୁରୁଣା କାଳରୁ ପ୍ରଚଳିତ ହୋଇ ଆସିଛି । ତେଣୁ ପୂର୍ବଯଙ୍କ କହିବା ଅନୁସାରେ କୁକୁର ରାତିରେ କାନ୍ଦିବା ମାନେ ଅଶୁଭକୁ ବୁଝାଇଥାଏ । ତେବେ କୁକୁର କାନ୍ଦିବା ଦ୍ଵାରା ଦ୍ଵାରା ଅଶୁଭ ହୋଇଥାଏ ଏହି କଥାକୁ ବହୁତ ଲୋକ ଅନ୍ଧ ବିଶ୍ବାସ ବୋଲି ମାନିଥାନ୍ତି । ହେଲେ ପ୍ରାଚୀନ କାଳରେ ମୁନିରୁଷି ମାନେ ଏହି ପ୍ରକାରର କେତେ ସଂକେତ କହିଥିଲେ ।
1- ତେବେ କୁକୁର ମାନେ ରାତିରେ ସାଧାରଣତଃ କାନ୍ଦିନଥାନ୍ତି । ବଂର ସେମାନେ ହାଉଲ କରିଥାନ୍ତି । କୁକୁର ମାନଙ୍କର ଯଦି କିଛି ସନ୍ଦେଶ କାହାକୁ ପଠାଇବାର ଥାଏ । ତେବେ ସେମାନେ ହାଉଲ କରିଥାନ୍ତି । ଯାହାକୁ ଶୁଣି ଲୋକମାନେ କୁକୁର କାନ୍ଦୁଛି ବୋଲି କହିଥାନ୍ତି । 2- କୁକୁର ନିଜ ଜାଗାର ଠିକଣା ଅନ୍ୟ କୌଣସି ସାଥି କୁକୁରକୁ ପହଞ୍ଚାଇବା ପାଇଁ ମଧ୍ୟ ହାଉଲ କରିଥାନ୍ତି ।
3- ଯଦି କୌଣସି କୁକୁର ଦୁଃଖରେ ଥାଏ ବା କୁକୁରକୁ କୌଣସି ପ୍ରକାର କଷ୍ଟ ହେଉଥାଏ । ତେବେ ସେହି ଜାଗାରେ ମଧ୍ୟ ସେମାନେ ହାଉଲ କରିଥାନ୍ତି । ଯାହା ଦ୍ଵାରା ସେମାନେ ନିଜର ହାଉଲ ଦ୍ଵାରା ନିଜର ଦୁଃଖ ଓ କଷ୍ଟ ଅନ୍ୟ ମାନଙ୍କୁ କହିବ ପାଇଁ କରିଥାନ୍ତି ।
4- କୁକୁର ମାନଙ୍କୁ ଏକେଲା ରହିବାକୁ ମଧ୍ୟ ଭଲ ଲାଗିନଥାଏ । ତେଣୁ ଏହି ଏକେଲା ରହିଥିବା କୁକୁର ମାନେ ବି ହାଉଲ କରିଥାନ୍ତି । 5- କୁକୁର ହାଉଲ କରିବାର ଅନେକ କିଛି ସ୍ଵାଭାବିକ କାରଣ ତ ରହିଥାଏ । ହେଲେ ଏହି କୁକୁର ମାନେ କାନ୍ଦିବା ଦ୍ଵାରା କୌଣସି ବ୍ୟକ୍ତି ପାଇଁ ବହୁତ ବଡ ଅଶୁଭତ୍ବକୁ ମଧ୍ୟ ଦର୍ଶାଇଥାଏ ।
ଯେଉଁ ସ୍ଥାନରେ କୁକୁର ଭୋକିଥାଏ । ସେହି ସ୍ଥାନରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ । ନଚେତ କୌଣସି ବ୍ୟକ୍ତିକୁ ତା’ ର ଜୀବନରେ ବହୁତ କିଛି କଷ୍ଟର ସାମ୍ନା ମଧ୍ୟ ଆଗାମୀ ସମୟରେ କରିବାକୁ ପଡିଥାଏ ବୋଲି ମଧ୍ୟ ଦର୍ଶାଇଥାଏ । ତେଣୁ ବନ୍ଧୁଗଣ ଏହି କୁକୁର ମାନେ କାନ୍ଦିବା ବା ହାଉଲ କରିବାର ଉପୋରୋକ୍ତ ଏହି ସବୁ କାରଣ ରହିଥାଏ ।