IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶୀତ ଦିନରେ ଡ୍ରାଏ ସ୍କିନକୁ ନେଇ ଚିନ୍ତିତ କି ! ଶୀତ ଋତୁରେ କିଭଳି ନେବେ ନିଜ ସଂପୂର୍ଣ୍ଣ ସ୍କିନର ଯତ୍ନ ? DR Prateek Maharana

ଶୀତ ଦିନରେ କିପରି ନେବେ ନିଜର ତ୍ଵଚାର ଯତ୍ନ ? ବନ୍ଧୁଗଣ ଶୀତ ଦିନରେ ଥଣ୍ଡା ବଢିବା କାରଣରୁ ଆମ ତ୍ଵଚା ଅଧିକ ଶୁଷ୍କ ହୋଇଯାଇଥାଏ । ଫଳରେ ତ୍ଵଚାରେ ବିଭିନ୍ନ ସମସ୍ଯା ଦେଖାଯାଇଥାଏ । ବିଶେଷ କରି ତ୍ଵଚା ଶିଖିଯିବା ଠାରୁ ନେଇ ଓଠ ଫାଟିବା, ଗୋଡ ଫାଟିବା ଭଳି ଅନେକ ସ୍କିନ ରିଲେଟେଡ଼ ସମସ୍ଯା ଦେଖାଯାଇଥାଏ । ତେବେ ଶୀତ ଦିନରେ କିଭଳି ନିଜ ସ୍କିନର ଯତ୍ନ ନେବେ ? ସେହି ବିଷୟରେ ଚର୍ମ ରୋଗ ବିଶେଷାଜ୍ଞ ଡାକ୍ତର ପ୍ରତୀକ ମହାରଣାଙ୍କ ମୁହଁରୁ ଚାଲନ୍ତୁ କିଛି ଜାଣିବା ।

ତେବେ ଡାକ୍ତରଙ୍କ କହିବା ଅନୁଯାଇ ଶୀତ ଦିନରେ ଥଣ୍ଡା ଲାଗୁଥିବା କାରଣରୁ ଅନେକ ଲୋକ ଅଧିକ ପାଣିକୁ ଗରମ କରି ଗାଧୋଇବାକୁ ପସନ୍ଦ କରିଥାନ୍ତି । ହେଲେ ପାଣିକୁ ଅଧିକ ଗରମ ନକରି ସାମାନ୍ୟ ଉଷୁମ କିମ୍ବା ସାଧାରଣ ପାଣିରେ ଗାଧୋଇବା ଉଚିତ । ଶୀତ ଦିନରେ ଅଧିକ ଲୋକ ଆଳସ୍ୟ କାରଣରୁ 3 ରୁ 4 ଦିନ ଧରି ନଗାଧୋଇକି ମଧ୍ୟ କିଛି ଲୋକ ରହିଜାଇଥାନ୍ତି । ହେଲେ ପ୍ରତ୍ଯେକ ବ୍ୟକ୍ତିକୁ ପ୍ରତିଦିନ ସ୍ନାନ କରିବା ଉଚିତ । ଯାହା ଦ୍ଵାରା ଶରୀରରୁ ସବୁ ମଳିଧୁଳି ଚାଲି ଯାଇ ସ୍କିନ ସଫାସୁତରା ରହିଥାଏ ।

ଗାଧୋଇବା ବେଳେ ସପୂର୍ଣ୍ଣ ସ୍କିନରେ ଭଲ ଭାବେ ଅଏଲ ମସାଜ କରିକି ଲଗାନ୍ତୁ । ଏହା ସ୍କିନକୁ ଡ୍ରାଏ ହେବାରୁ ରୋକିଥାଏ । ନଡିଆ ତେଲ, ବାଦାମ ତେଲ ଆପଣ ନିଜ ସ୍କିନରେ ଆରରେ ଲଗାଇ ପାରିବେ । ଗାଧୋଇ ସାରିବା ପରେ ପରେ କୌଣସି ଭଲ କ୍ରିମ ବା ମଏଶ୍ଚର ସ୍କିନରେ ଲଗାଇବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ସ୍କିନରେ ମଏଶ୍ଚର ଲକ ହୋଇ ରହିଥାଏ । ଆଉ ସ୍କିନ ଅଧିକ ଶୁଷ୍କ ହୋଇକି ଡ୍ରାଏ ହୋଇନଥାଏ ।

କାରଣ ସ୍କିନ ଯେତେ ଅଧିକ ଶୁଷ୍କ ରହିଥାଏ । ସେତେ ଅଧିକ ଚର୍ମ ଜନିତ ସମସ୍ଯା ଦେଖିବାକୁ ମିଳିଥାଏ । ଶୀତ ଦିନରେ ପ୍ରଚୁର ପରିମାଣରେ ପାଣି ପିଇବାକୁ ଚେଷ୍ଟା କରିବେ । ଯାହା ଦ୍ଵାରା ବଡି ହାଇଡ୍ରେଟ ହୋଇ ରହିଥାଏ । ଶୀତ ଦିନରେ ଯଦି ଓଠ ଫାଟୁଥାଏ । ତେବେ ଓଠକୁ ବାରମ୍ବାର ହାତ ଲଗାନ୍ତୁ ନାହିଁ । ଭଲ କୌଣସି ଭେସ୍ଲିନ ବା ଲୀପ ବାମ ଓଠରେ ଲଗାଇ ପାରିବେ ।

ଶୀତ ଦିନରେ ହାତ କିମ୍ବା ଗୋଡ ଫାଟିବା ବହୁତ କମନ ପ୍ରୋବ୍ଲେମ ହୋଇଥାଏ । ତେଣୁ ଗୋଡ ଫାଟୁଥିଲେ, ସେହି ସ୍ଥାନରେ ଆଲୋଭେରା ଜେଲ, ଭେସ୍ଲିନ କିମ୍ବା ଘିଅ ମଧ୍ୟ ଲଗାଇ ପାରିବେ । ସର୍ଫ, ସାବୁନ ଠାରୁ ଗୋଡକୁ ଯଥା ସମ୍ଭବ ଦୂରେଇ ରଖନ୍ତୁ । ଶୀତ ଦିନରେ ଚୁଟିରେ ରୂପୀ ମଧ୍ୟ ବହୁତ ଜଣଙ୍କର ହୋଇଥାଏ ।

ତେଣୁ ଅଧିକ ରୂପୀ ହେଉଥିଲେ । ବହୁତ ସମୟ ମୁଣ୍ଡରେ ତେଲ ଲଗାଇ ନ ରଖି ଚୁଟି ସଫା କରିବାର କିଛି ଘଣ୍ଟା ପୂର୍ବରୁ ତେଲ ଲଗାନ୍ତୁ । ଭଲ ପ୍ରଡ଼କ୍ଟର ରୂପୀ ହଟାଇ ପାରୁଥିବା ସାମ୍ପୁକୁ କେଶରେ ବ୍ୟବହାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button