ଚେକ ପରେ ଏବେ କାର ବାଣ୍ଟୁଛନ୍ତି ‘ଜେଲର’ର ପ୍ରଯୋଜକ – Ibnodisha
[ad_1]
ଚେନ୍ନାଇ: ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ଟଙ୍କା କଲେକ୍ସନ କରିଛି। ଏହା ରଜନୀକାନ୍ତଙ୍କ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଏହାପୂର୍ବରୁ, ୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘୨.୦’ ୭୨୦ କୋଟି ଟଙ୍କା ସଂଗ୍ରହ କରିଥିଲା। ‘ଜେଲର’ର ସଫଳତା ଉପରେ ଫିଲ୍ମର ନିର୍ମାତା କାଲାନିଥୀ ମାରାନ ରଜନୀକାନ୍ତଙ୍କୁ ବିଳାସପୂର୍ଣ୍ଣ ବିଏମଡବ୍ଲ୍ୟୁ ଏକ୍ସ୭ ଏବଂ ଚାରି ଦିନ ପୂର୍ବରୁ ନିର୍ଦ୍ଦେଶକ ନେଲସନଙ୍କୁ ପୋର୍ସେ କାର ଉପହାର ଦେଇଥିଲେ। ଏହି କାରଗୁଡିକର ମୂଲ୍ୟ କୋଟି କୋଟି ଟଙ୍କା ହୋଇଥିବାବେଳେ ବର୍ତ୍ତମାନ କାଲାନିଥୀ ମାରାନ ‘ଜେଲର’ର ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କୁ ମଧ୍ୟ ୧.୫ କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ପୋର୍ସେ କାର ଉପହାର ଦେଇଛନ୍ତି। ଏହା ବ୍ୟତୀତ ସେ ଅନିରୁଦ୍ଧଙ୍କୁ ଏକ ଚେକ୍ ମଧ୍ୟ ଦେଇଛନ୍ତି। ବାସ୍ତବରେ ସନ ପିକ୍ଚର୍ସ ପକ୍ଷରୁ ଅନିରୁଦ୍ଧଙ୍କୁ ଦିଆଯାଇଥିବା କାରର ଏକ ଭିଡିଓ ଟ୍ୱିଟରରେ ସେୟାର କରାଯାଇଛି |
To celebrate the humongous Blockbuster #Jailer, Mr. Kalanithi Maran presented the key of a brand new Porsche car to @anirudhofficial#JailerSuccessCelebrations pic.twitter.com/lbkiRrqv7B
— Sun Pictures (@sunpictures) September 4, 2023
ଏହି ଭିଡିଓରେ କାଲାନିଥୀ ଅନିରୁଦ୍ଧଙ୍କୁ ପୋର୍ସେ କାରର ଚାବି ଉପହାର ଭାବେ ଦେଉଥିବାର ଦେଖିବାକୁ ମିଳିଛି | ଭିଡିଓରେ ଦେଖିବାକୁ ମିଳିଛି ଯେ କାଲାନିଥୀ ମାରାନ ତିନୋଟି ଦାମୀ କାର ନେଇ ଅନିରୁଦ୍ଧଙ୍କ ଘରେ ପହଂଚିଥିଲେ | ସେଠାରେ ଅନିରୁଦ୍ଧଙ୍କୁ ଭେଟି ଏକ ଚେକ ଦେବା ସହ ତିନୋଟି କାର ମଧ୍ୟରେ କେଉଁ କାର ନେବେ ବାଛିବାକୁ କହିଥିଲେ | ଅନିରୁଦ୍ଧ ତିନିଟି କାରରେ ବସିବା ପରେ ପୋର୍ସେ କାରକୁ ବାଛିଥିଲେ | ଏହାପରେ କାଲାନିଥୀ ତାଙ୍କୁ ପୋର୍ସେ କାର ଉପହାର ଭାବେ ଦେଇଥିଲେ | ଉଲ୍ଲେଖ ଥାଉ କି ଅନିରୁଦ୍ଧ ଫିଲ୍ମ ଜେଲର ପାଇଁ ତିନିଟି ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ |
[ad_2]