ଚନ୍ଦ୍ରଯାନ ମହାକୁଇଜ୍: ପ୍ରଶ୍ନର ଉତ୍ତର ଦେଲେ କେନ୍ଦ୍ର ସରକାର ଦେବେ ୧ଲକ୍ଷ ଟଙ୍କା – Ibnodisha

[ad_1]
ନୂଆଦିଲ୍ଲୀ: ଭାରତର ‘ଚନ୍ଦ୍ରଯାନ-୩’ କିଛି ଦିନ ତଳେ ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଥିଲା। ଏହାଫଳରେ ଆମେରିକା, ଚୀନ୍ ଏବଂ ପୂର୍ବତନ ସୋଭିଏତ୍ ୟୁନିୟନ ପରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଚତୁର୍ଥ ଦେଶରେ ପରିଣତ ହୋଇଥିଲା। କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଏହା ହେଉଛି ବିଶ୍ବର ପ୍ରଥମ ଦେଶ। ଏତେ ବଡ଼ ସଫଳତା ପ୍ରତି ଭାରତୀୟଙ୍କ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏବେ ଭାରତ ସରକାର ଏହି ସଫଳତାକୁ ପାଳନ କରିବା ପାଇଁ ନିଆରା ବାଟ ଆପଣାଇଛନ୍ତି।
Chandrayaan-3 MahaQuiz:@mygovindia has organised Chandrayaan-3 MahaQuiz honouring India’s amazing space exploration journey, to explore the wonders of the moon, and to demonstrate our love of science and discovery.
All Indian Citizens are invited to take the Quiz at… pic.twitter.com/yy7ULjTcGL
— ISRO (@isro) September 5, 2023
ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ଭାରତ ସରକାର ଚନ୍ଦ୍ରଯାନ-୩କୁ ନେଇ ଏବେ ମହାକୁଇଜର ଆୟୋଜନ କରିଛନ୍ତି। ଏହି କୁଇଜ୍ ଏବେ ଲାଇଭ୍ ଚାଲିଥିବା ବେଳେ ଆପଣ ଏହି ୱେବସାଇଟକୁ ଯାଇ ପ୍ରଶ୍ନର ଉତ୍ତର ଦେବେ ଏବଂ ୧ଲକ୍ଷ ଟଙ୍କା ଜିତିପାରିବେ। ଇସ୍ରୋ ଭାରତ ସରକାରଙ୍କ ସହ ମିଶି ଏହି ମହାକୁଇଜର ଆୟୋଜନ କରିଛି। ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଗ୍ରହଣ କଲେ ୧ଲକ୍ଷ ଟଙ୍କା ପୁରସ୍କାର ମିଳିବା ସହ ଦ୍ବିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କଲେ ଯଥାକ୍ରମେ ୭୫,୦୦୦ ଓ ୫୦,୦୦୦ଟଙ୍କା ମିଳିବ। ଏହି ୩ଜଣକ ପରେ ଭଲ ପ୍ରଦର୍ଶନ କରିଥିବା ୧୦୦ଜଣଙ୍କୁ ୨,୦୦୦ଟଙ୍କା ଲେଖାଏ ଓ ଏମାନଙ୍କ ପରେ ଭଲ ପ୍ରଦର୍ଶନ କରିଥିବା ୨୦୦ଜଣଙ୍କୁ ୧,୦୦୦ଟଙ୍କା ଲେଖାଏ ସାନ୍ତ୍ବନାମୂଳକ ପୁରସ୍କାର ପ୍ରଦାନ କରାଯିବ।
ଏଥିରେ ଭାଗନେବା ପାଇଁ ହେଲେ ଆପଣଙ୍କୁ MyGovରେ ଏକ ବ୍ୟକ୍ତିଗତ ଆକାଉଣ୍ଟ ତିଆରି କରିବାକୁ ହେବ। ସମସ୍ତ ଅଂଶଗ୍ରହଣକାରୀ ଏକ ପ୍ରମାଣପତ୍ର ପାଇବେ ଯାହା ଡାଉନଲୋଡ୍ ହୋଇପାରିବ।
[ad_2]




