IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜୀବନରେ ବିବାହ କରିବା ଦରକାର କି ନୁହେଁ ? ବିବାହିତ ଜୀବନ ଭଲ ନାଁ ଏକୁଟିଆ ଜୀବନ ? ଥରେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ , ବିବାହିତ ଜୀବନ ଭଲ ନା ଅବିବାହିତ ଜୀବନ ଏହି ଦୁଇଟି ପ୍ରଶ୍ନ ମଧ୍ୟରେ ମଣିଷ ସର୍ବଦା ରହିଥାଏ । ଅନେକ ଲୋକମାନେ ବିବାହିତ ଜୀବନକୁ ପସନ୍ଦ କରନ୍ତି ନାହିଁ । ପ୍ରାୟତ ସମସ୍ତ ଲୋକମାନେ ଏକୁଟିଆ ରହିବାକୁ ଇଛା କରିଥାନ୍ତି । କାରଣ ସେମାନେ ଭାବି ଥାନ୍ତି କି ଏକୁଟିଆ ରହିଲେ ଆମେ ସବୁବେଳେ ଖୁସି ରେ ରହିଥାଉ ମାତ୍ର ବିବାହ କରିଲେ ସେ ଖୁସି ନଥାଏ ଏହା ସେମାନଙ୍କ ଧାରଣା ଅଟେ ।

କିନ୍ତୁ ମୁଁ ଆଜି ଏହି ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ କହିବାକୁ ଚାହେ ଯେ ଜୀବନରେ ବିବାହ ଠିକ ନା ଏକୁଟିଆ ଜୀବନ । ଏକ ସମୟରେ ଗୋଟିଏ କାଉ ଟିଏ ରହୁଥିଲା ସେ ସବୁ ବେଳେ ମନ ଦୁଃଖ ରେ ରହିଥିଲା । ଭଗବାନ ତାଙ୍କୁ କଳା ରଙ୍ଗ ଦେଇଛନ୍ତି ଏବଂ ତାହାର ସ୍ଵର ମଧ୍ୟ ଶୁଣି ବାକୁ ଭଲ ନୁହେଁ । ଏହି ବିଷୟ କୁ ନେଇ ସେ ସର୍ବଦା ଚିନ୍ତିତ ଏବଂ ଦୁଃଖିତ ରହୁଥିଲା ।

ଥରେ ସେହି କାଉ କୁ ଦେଖିଥିବା ଜଣେ ମୁନି ଋଷି ଆସି ପଚାରିଲେ କାଉ ତୁମେ କାହିଁକି ଦୁଃଖିତ ଅଛ ତେବେ କାଉ ନିଜର ସମସ୍ୟା ବିଷୟରେ  ରେ କହିଲା ଏବଂ  ତାଙ୍କୁ ନିବେଦନ କରିଲା ଯେ ସେ ତାଙ୍କୁ ମୟୂରରେ ପରିଣତ କରି ଦିଅନ୍ତୁ ବୋଲୁଆ । ଏହା ଶୁଣି ଋଷି କହିଲେ ମୁଁ ତୋତେ କରିଦେବି କିନ୍ତୁ ତୁ ଯାଇ ମୟୂର କୁ ପଚାରିକି ଆସେ କି ସେ ତାହାର ଜୀବନରେ ଖୁସି ରେ ଅଛି କି ନାହିଁ ।

ମୟୁରର ଉତ୍ତର ମୁଁ ଆପଣକୁ ସବା ଶେଷ ରେ କହିବି । କାଉ ଭଳି ଆମେ ମଧ୍ୟ ନିଜର ଜୀବନରେ ଖୁସି ରେ ରହିନଥାଏ ବିବାହ କରିବାକୁ ଆମେ ଏପରି ଭାବିଥାଉ  କି ବିବାହ ପରେ ଆମକୁ  କିଛି କର୍ତ୍ତବ୍ୟ ନେବାକୁ ପଡିଥାଏ । ମାତ୍ର ଏକୁଟିଆ ଜୀବନରେ ଆମର କିଛି କର୍ତ୍ତବ୍ୟ ନ ଥାଏ । କିନ୍ତୁ ଏକୁଟିଆ ଜୀବନ ଯୁବା ବୟସ ଯାଏ କାଟିପାରିବ ମାତ୍ର ବୟସର ସୀମା ବଢିଲା ପରେ ଶକ୍ତି କମ୍ ହେବା ସମୟରେ ଆମକୁ ବନ୍ଧୁବାନ୍ଧବ , ଜୀବନ ସାଥିର ଆବଶ୍ୟକ ହୋଇଥାଏ ।

ଏକୁଟିଆ ରହିବା ଭୁଲ ତାହା ମୁଁ କହୁ ନାହିଁ ଉଭୟ ଠିକ ଅଟେ । ମାତ୍ର ଉଭୟ ନିଜର ସ୍ଥାନରେ ଠିକ ହୋଇଥାଏ । ମୟୂର କାଉ କୁ କହିଲା ମୋର ସ୍ଵର ଭଲ ମୁଁ ଦେଖିବାକୁ ସୁନ୍ଦର , କିନ୍ତୁ ମୋର ନିଜର ସ୍ଵାଧୀନତା ନାହିଁ । ମଣିଷ ର ଇସାରା ରେ ମତେ ନାଚି ବାକୁ ପଡିଥାଏ ତେଣୁ ତୋର ଜୀବନ ଭଲ ତୁ ନିଜର ଇଛାରେ ସବୁ କିଛି କରିପାରୁ ।

ସେହି ଦିନ କାଉ ବୁଝିଲା କି ଇଶ୍ଵର ତାର ରଙ୍ଗ କଳା କରିଛନ୍ତି । ମାତ୍ର ତାଙ୍କୁ ସ୍ଵାଧୀନ ରଖିଛନ୍ତି ତେଣୁ ବିବାହ ଓ ଅବିବାହ ଉଭୟ ଭଲ ହୋଇଥାଏ , କିନ୍ତୁ ମଣିଷ କୁ ଚିନ୍ତା କରି ନିଜ ଜୀବନରେ ସଠିକ ବିଷୟ କୁ ଚୟନ କରିବା ଉଚିତ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button