IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Shastra- ଦୀପ ପୁରା ଜଳିଯିବା ବା ଦୀପ ଜଲ୍ଦି ଲିଭି ଯିବା ଦେଇଥାଏ ଏହି 4 ଟି ସଂକେତ

ନମସ୍କାର ବନ୍ଧୁଗଣ , ଆମ ଶାସ୍ତ୍ରରେ ଅନେକ ବିଷୟରେ କୁହାଯାଇଅଛି । ତହି ମଧ୍ୟରୁ ଦୀପ ର ମହତ୍ଵ ବିଷୟରେ ଲିଖିତ ଆରେ । ଦୀପ କୁ ଜଳାଇବା ଘର ର ସାକାରାତ୍ମକ ଊର୍ଜା କୁ ବୃଦ୍ଧି କରିଥାଏ । ଦୀପ ତୀବ୍ର ଗତିରେ ଜଳିବା , ଦୀପ ଅଚନାକ ଲିଭିଯିବା ଆମ ଅନେକ ସଂକେତ ମାନ ପ୍ରଦାନ କରିଥାଏ । ଦୀପ କୁ ଜଳାଇବା ପରେ ଅଧିକ ସମୟ ପାଇଁ ଏହି ଜଳିବା କିମ୍ବା ଅଳ୍ପ ସମୟ ରେ ଲିଭିଯିବା ଆମକୁ ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ ।

ଆମ ବସ୍ତୁ ଶାସ୍ତ୍ରରେ ଦୀପ ଏହି ସବୁ ସଂକେତ ବିଷୟରେ କୁହାଯାଇଅଛି । ଆସନ୍ତୁ ଜାଣିବା ଏହାର ଶୁଭ ଏବଂ ଅଶୁଭ ଫଳ ସମ୍ବନ୍ଧରେ । ଆମ ପବିତ୍ର ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଦୀପ ଆମକୁ ଅନ୍ଧକାର ରୁ ଆଲୁଅ ଆଡ କୁ ଗମନ କରିଥାଏ । ଜୀବନ ରେ ଥିବା ମନ୍ଦ ପ୍ରଭାବ କୁ ଦୂର କରି ଆଲୁଅ ଭଲ ବିଷୟ କୁ ଜୀବନରେ ଆଣିଥାଏ । ମାତ୍ର ଅନେକ ସମୟ ରେ ଦୀପ କୁ ଜଳିବା ବେଳେ ଆମେ ଶାସ୍ତ୍ରର ନିୟମ କୁ ପାଳନ କରିନଥାଉ । ଯାହା ଫଳରେ ଆମେ ଦୀପ ଜାଳିବାର ଶୁଭ ଫଳ ପ୍ରାପ୍ତ କରିନଥାଉ ।

ଶାସ୍ତ୍ର ନିୟମ ଅନୁଯାୟୀ ଦୀପ କୁ ଜଳେଇବା ଦ୍ଵାରା ଏହାର ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ କରିଥାଉ ଯଥା ଦୀପ ଆମ ଜୀବନରେ ଥିବା ନକାରାତ୍ମକ ପ୍ରଭାବ କୁ ସଂପୂର୍ଣ୍ଣ ଦୂର କାରିଥାଏ ଏବଂ ଘରେ ସୁଖ ଶାନ୍ତି ବନେଇ ରଖିଥାଏ । ଆମ ପୁରାଣ ରେ କୁହାଯାଇଛି ଯେ ସନ୍ଧ୍ୟା ସମୟରେ ଘରେ ଦୀପ ଜାଳିବା ଦ୍ଵାରା ଘରୁ ଦୁଃଖ ଦରିଦ୍ରତା ଦୂର ହୋଇଥାଏ । କୋଣସି ପ୍ରକାରର ମନ୍ଦ ଆତ୍ମା ଶକ୍ତି ଆପଣଙ୍କ ଘର ଭିତର କୁ ପ୍ରବେଶ କରିପାରେ ନାହିଁ ।

ଯେଉଁ ଘରେ ଦୀପ କୁ ଜଳାନ୍ତି ନାହିଁ ସେ ଘରେ ସର୍ବଦା ଦୁଃଖ କଷ୍ଟ ଗରିବତା ରହିଥାଏ । ପିଇବା ପାଣି ରଖିଥିବା ପାତ୍ର ପାଖରେ ଘିଅ ର ଦୀପ କୁ ଜାଳିକି ରଖିବା ଦ୍ଵାରା ଘରେ ଧନର ବୃଦ୍ଧି ହୋଇଥାଏ । ଉତ୍ତର ଦିଗରେ ପଣି ପାତ୍ର ରେ ଦୀପ କୁ ଜାଳିକି ରଖିବା ଦ୍ଵାରା ଘରେ ମା ‘ ଲକ୍ଷ୍ମୀ ସ୍ଥିର ହୋଇ ରହିଥାନ୍ତି । ପୂର୍ବ ଦିଗରେ ଦୀପକୁ ଜଳେଇବା ଶୁଭ ହୋଇଥାଏ ।

ଏହା ଦ୍ଵାରା ଘରେ ଥିବା ଦୁଃଖ, କଷ୍ଟ , ବାଧା , ବିଗ୍ନ ଦୂର ହୋଇଥାଏ । ଉତ୍ତର ଦିଗରେ ଦୀପ କୁ ରଖିବା ଦ୍ଵାରା ଧନ ସମ୍ବନ୍ଧୀୟୟ ସମସ୍ୟା ର ସମାଧାନ ହୋଇଥାଏ ` । ଦକ୍ଷିଣ ଦିଗ ରେ କଦାପି ଦୀପ[ ରଖିବେ ନାହିଁ କାରଣ ଏହା ମୃତ୍ୟୁ ର ଡ଼ିଆଇଜି ହୋଇଥାଏ ଘରେ ମୃତ୍ୟୁ ର ସମ୍ଭାବନା ରହିଥାଏ । ପୂର୍ବ ଦିଗ ରେ ରଖିବା ଦୀପ ତୀବ୍ର ବେଗ ଜଳିବାକୁ ଲାଗେ ତେବେ ଏହା ଶୁଭ ସଂକେତ ହୋଇଥାଏ । ଆପଣଙ୍କ କୋଣସି ରୋଗ ଅସୁବିଧା ଦୂର ହୋଇଥାଏ ।

ପଶ୍ଚିମ ଦିଗରେ ଥିବା ଦୀପ ଲିଭି ଯାଏ ତେବେ ଏହା ଶୁଭ ସଂକେତ ହୋଇଥାଏ , ଦକ୍ଷିଣ ଦିଗରେ ରଖିଥିବା ଦୀପ ଲିଭି ଯାଏ ତେବେ ଏହା ଅଶୁଭ ହୋଇଥାଏ ମାନସିକ ଅସୁବିଧା ର ଆଗମନ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button