IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଅତ୍ୟଧିକ ଚିନ୍ତା କରୁଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ….ଆପଣଙ୍କ ଜୀବନ ବଦଳିଯିବ (Jaya Kishori Motivational Speech)

ନମସ୍କାର ବନ୍ଧୁଗଣ , ଆଜି ର ଭିଡ ଜଗତ ରେ ଆମେ ଅଧିକ ଚିନ୍ତା କରି ବସୁ  ଯେ କାଲି କଣ ହେବ । ଭବିଷ୍ୟତ ପାଇଁ ଚିନ୍ତାଶୀଳ ହେବା ଉଚିତ୍ ହୋଇଥାଏ ପରନ୍ତୁ ଦିନ ରାତି କାମ କରିବା  ଛାଡି ଚିନ୍ତା କରି କଣ ମଣିଷ ନିଜେ ଉଚ୍ଚତା କୁ ଗୋଟେ ଇଞ୍ଚ ବଢେଇ ପାରିବ । କିନ୍ତୁ ମଣିଷ ଈଶ୍ଵରଙ୍କ କଥାରେ ମନ ନ ଦେଇ ନିଜର ଜ୍ଞାନ ରେ ଗମନ କରିବାକୁ ଇଛା କରିଥାଏ । ତେଣୁ ସେ ଅତ୍ୟଧିକ ଭାବି ଚିନ୍ତା କରିଥାଏ ।

ମଣିଷ ଭବିଷ୍ୟତ କୁ ନ  ଦେଖି ଆଜି ର  ବର୍ତ୍ତମାନ କୁ ଖରାପ କରି ଆସୁଛି । ବ୍ୟକ୍ତି ଜାଣିବା ଉଚିତ୍ ଯେ କାଲି ପାଇ ଚିନ୍ତା ନ  କରି ଆଜିର  କାମ କୁ କରି  ସେଥିରେ ଖୁସି ରହିବା ଉଚିତ୍ । ଆଜି ଆମେ ଆପଣମାନଙ୍କୁ ଏକ ସୁନ୍ଦର କାହାଣୀ ମାଧ୍ୟମରେ କିଛି ଅମୂଲ୍ୟ ସତ୍ୟ କୁ ରଖିବାକୁ ଇଛା କରୁଛି । ଜଣେ ବ୍ୟକ୍ତି ଟି ଥିଲା ସେ ତାହାର ଭବିଷ୍ୟତ କୁ ନେଇ ଚିନ୍ତା ରେ ବସିଥାଏ ।

ତାର ଜୀବନ ରେ ଅନେକ ଲକ୍ଷ୍ୟ କୁ ହାସଲ  କରିବା ପ୍ରଚୁର ଧନ ଅର୍ଜନ କରିବା ହେଉଛି ତାହାର ଆଶା । ମାତ୍ର ଦିନେ ସକାଳ ଉଠିଲା ବେଳ କୁ ସେ ଦେଖୁଛି ଯମରାଜ ଆସି ତା ଦୁଆର ରେ ଠିଆ ହେଇଛନ୍ତି ଏବଂ କହୁଛନ୍ତି ଆଜି ତୁମର ମରଣ ଦିନ ଆସ ଯିବା ଉପର କୁ ବ୍ୟକ୍ତି ଏହା ଶୁଣି ଟିକେ ସମୟ ପାଇଁ ସେମିତି ରହିଗଲା ଏବଂ ତାହାର ମୁଣ୍ଡ ରେ ଆସିଲା ଏକ ଚମତ୍କାର ଉପାୟ ସେ କହିଲା ଯମରାଜ ମୁଁ ତୋ ସକାଳେ ଉଠିଲା ମାତ୍ର ଚା ‘ ପିଏ ତେଣୁ ଚା ପିଇକି ଯିବା ।

ବ୍ୟକ୍ତି ଚା ‘ ରେ ନିଦ୍ରା ଔଷଧ ମିଶେଇ ପିଇବାକୁ ଦେଲା ଓ ଯମରାଜଙ୍କ ନିଦ୍ରା ଯିବା ସମୟରେ ଅଧିକ ଚିନ୍ତା କରି ମୃତ୍ୟୁ ତାଲିକା ରୁ ନିଜର ନାମ କୁ ଶେଷ ରେ ଲେଖିଦେଲା । ମାତ୍ର ଯମରାଜ ଉଠି ବ୍ୟକ୍ତି ର ଆତିଥ୍ୟ ରେ ଖୁସି ହୋଇ କହିଲେ ମୁଁ ଆଜି ମୃତ୍ୟୁ ର ତାଲିକା ପଛ ଆଡୁ ପଡିବି ଏବଂ ଆପଣଙ୍କ ନାମ ସବା ଶେଷ ରେ ଆସିବ  କିନ୍ତୁ ବ୍ୟକ୍ତି ର ଅତି ଚାଳାକି ଦ୍ଵାରା ବ୍ୟକ୍ତି ର ମୃତ୍ୟୁ  ଶୀଘ୍ର ହେଇଥିଲା ।

ମୃତ୍ୟୁ ପରେ ଯେବେ ଉପର କୁ ଗଲେ ତେବେ ଭଗବାନ କହିଲେ ମଣିଷ ତୁ ତୋର ,ମନର ଇଛାରେ କାମ କରୁ ମାତ୍ର ତାହା ହୋଇଥାଏ ଯାହା ମୁଁ ଚାହିଥାଏ । ତେଣୁ ଆମେ ଯେତେ ବି ଚିନ୍ତା କରୁ ମାତ୍ର ଶେଷ ରେ ତାହା  ହିଁ ହୋଇଥାଏ ଯାହା ଇଶ୍ଵରଙ୍କ ଇଛା ହୋଇଥାଏ ।

ଭଗବାନ ଆମ କୁ ସମସ୍ତ ବିଷୟ ପ୍ରଦାନ କରିବେ ମାତ୍ର ଆମକୁ ତାଙ୍କ ପଥ ରେ ଯିବାକୁ ପଡିଥାଏ ଯାହା ହେଉଛି ସତ୍ୟ ପଥ । ସବୁ ସମୟରେ ଇଶ୍ଵରଙ୍କ ଉପରେ ଭରସା ରଖନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button