ପାଦ ତଳିପାରେ ଲୁଚି ରହିଛି ଯବାନୀର ରହସ୍ୟ ! ଜାଣନ୍ତୁ କଣ କଲେ ସବୁବେଳେ ରହିବେ ଯବାନ

ନମସ୍କାର ବନ୍ଧୁଗଣ , ମଣିଷ ଚିନ୍ତା ଧାରା ରେ ମୁଖ ର ସୁନ୍ଦରତା କୁ ଅଧିକ ଗୁରୁତ୍ଵ ଦେଇଥାଏ । ମୁହଁ କୁ ଚିକଣ ସୁନ୍ଦର ରଖିବା ପାଇଁ ଅକ୍ଲାନ୍ତ ଚେଷ୍ଟା କରିଥାଏ ମାତ୍ର ଶରୀର ପ୍ରତି ଧ୍ୟାନ ଦେଇନଥାଏ । ଶରୀରର କୁ ସୁସ୍ଥ ସବଳ , ଦୀର୍ଘ ଆୟୁ ରୋଗହୀନ କରିବାକୁ ହେଲେ ଆପଣଙ୍କୁ ଏହି ଚମତ୍କାରୀ ଉପାୟ କୁ କରିବା ଉଚିତ୍ । ଦୈନନ୍ଦିକ ଜୀବନ ରେ ଆମେ ଅଟେ ବ୍ୟସ୍ତ ରହିଥାଉ ଯେ କି ଶରୀର ର ଯତ୍ନ ନେଇପାରିନଥାଉ ।
ତେଣୁ ସକାଳ ସମୟରେ କିଛି ସମୟ କୁ ବାହାର କରି ଏହି ଉପାୟ ନିଶ୍ଚିତ ଭାବରେ କରନ୍ତୁ । ପାଦର ତଳ ଭାଗରେ ଚାପି ବ ଦ୍ଵାରା ଆପଣ ଯୁବା ବୟସ ର ଶକ୍ତି ପ୍ରାପ୍ତ କରିପାରିବେ । ଏହି ଉପାୟ କୁ ବୁଢା ବୟସ୍କ ମାନେ ମଧ୍ୟ କରିପାରିବେ । କାରଣ ବୟସର ବୃଦ୍ଧି ହେବା ସହିତ ଶରୀରର କିଛି ଭାଗ ଦୁର୍ବଳ ହେଇଯାଏ , ବିଶେଷ କରି ଆଣ୍ଠୁ ବିନ୍ଧା , ଅଣ୍ଟା ବିନ୍ଧା ଆଦି ଦେଖାଯାଇଥାଏ ।
ଯଦି ଆମେ ମୁହଁ ସହିତ ପାଦର ମଧ୍ୟ ଯତ୍ନ ନେଇଥାଉ ତେବେ ଆମ ଶରୀର ରେ ଶିରା ପ୍ରଶିରା ଭଲ କାମ କରିଥାନ୍ତି ଏବଂ ଶରୀର ରେ କମ୍ ସମସ୍ୟାମାନ ଦେଖାଯାଇଥାଏ । ଯଦି ଆପଣଙ୍କୁ ହାଡ ସମ୍ବନ୍ଧୀୟ ଅସୁବିଧା ରହିଥାଏ ତେବେ ପାଦର ତଳ ଭାଗକୁ ଆଙ୍ଗୁଠି ରେ ଚାପ ( pressure ) ଦେବା ଉଚିତ । ଏହା କୁ ସବୁ ଦିନ କରିବା ଦ୍ଵାରା ଆପଣ ଦେଖିବେ ଥରକରେ ହିଁ ପରିବର୍ତ୍ତନ ହୋଇଥାଏ ।
ଯଦି ଆପଣଙ୍କ ଗୋଡ ବିନ୍ଧା , ହାଡ ସମସ୍ଯା , ଜଙ୍ଗ ବିନ୍ଧା ଆଦି ହୋଇଥାଏ । ଏହା ଛଡା ଶରୀର ଅଳସୁଆ , ଦୁର୍ବଳତା ପରିଲକ୍ଷିତ ହେଲେ ଆପଣ ଏହି ଉପାୟ କୁ କରିପାରିବେ । ପ୍ରଥମେ ଆପଣ ପାଦର ପ୍ରଥମ ଆଙ୍ଗୁଳି ରୁ ଆରମ୍ଭ କରିବେ ଆପଣ ଆପଣଙ୍କ ପାଦର ସିଧା ଧାଡି କରି ଗୋଟେ ପରେ ଆଉ ଗୋଟେ କରି ପାଞ୍ଚ ଟି ଆଙ୍ଗୁଠି କୁ ଚାପି ବେ ଆପଣଙ୍କୁ ନିହାତି ଗୋଟାଏ ଆଙ୍ଗୁଠି କୁ ସାତ ରୁ ଆଠ ମିନିଟ୍ ପର୍ଯ୍ୟନ୍ତ ଚିପିବେ ।
ଏହାକୁ କରିବା ଦ୍ଵାରା ପାଦର ତଳ ଭାଗରେ ରକ୍ତ ର ସଞ୍ଚାରଣ ଭଲ ଭାବରେ ହୋଇଥାଏ । ପାଦ ଆମ ଶରୀର ର ପ୍ରତ୍ୟେକ ଅଙ୍ଗ ସହିତ ଯୋଡିତ ହୋଇଥାଏ ତେଣୁ ଏହାକୁ ହାଲୁକା ମାସାଜ କରିବା ଦ୍ଵାରା ଶରୀରରେ ରକ୍ତ ର ସଞ୍ଚାରଣ ଠିକ ଭାବରେ ହୋଇଥାଏ । କିନ୍ତୁ ଯଦି ଆପଣ ଏହା କହିବେ ଯେ ଏହାକୁ ଗୋଟେ ଦିନ କରିକି ମୋର ରୋଗ କଣ ପାଇ ଠିକ ହେଇନି ।
ଏହା କହିବା ଭୁଲ ହେବ ଆପଣଙ୍କୁ ନିହାତି ଗୋଟାଏ ମାସ ଏହାକୁ କରିବା ଉଚିତ୍ , ଏବଂ ଗଭୀର ରୋଗ ରେ ଆକ୍ରାନ୍ତ ହେଇଥିବା ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଉଚିତ୍ ହୋଇଥାଏ । ଆପଣଙ୍କ ପାଦର ତଳ ଭାଗ ଠିକ ରହିଲେ ଆପଣଙ୍କ ପୁରା ଶରୀର ଠିକ ଥାଏ ।