ଦେଶ

ହତ୍ୟା ଧମକ ପରେ ବଢ଼ିଲା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସୁରକ୍ଷା – Ibnodisha

[ad_1]

ନୂଆଦିଲ୍ଲୀ: ଧମକ ମିଳିବା ପରେ ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ଆୟୋଜିତ ତ୍ରିଦିବସୀୟ କଥା କାର୍ଯ୍ୟକ୍ରମରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସୁରକ୍ଷା ସହିତ ପେଣ୍ଡାଲରେ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ପୋଲିସ ଯବାନ ମୁତୟନ ଅଛନ୍ତି। ଏଥିରେ କ୍ୱିକ୍‌ ରେସ୍‌ପନ୍ସ ଫୋର୍ସକୁ ମଧ୍ୟ ସାମିଲ କରାଯାଇଛି।

କହି ରଖୁଛୁ, କିଛି ଦିନ ତଳେ ୟୁପି ବରେଲିର ଜଣେ ଯୁବକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଯଦିଓ ପରେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ଗତକାଲି କୋର୍ଟରୁ ତାଙ୍କୁ ଜାମିନ୍‌ ମିଳିଛି। ଯୁବକଙ୍କ ଘରଲୋକେ ତାଙ୍କ ପାଇଁ କ୍ଷମା ମାଗିଛନ୍ତି।

ଏ ସମ୍ପର୍କରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ମୁଖ୍ୟ ପ୍ରବନ୍ଧକ ନିତେନ୍ଦ୍ର ଚୌବେ କହିଛନ୍ତି, ବରେଲିର ଯେଉଁ ଯୁବକ ଧମକ ଦେଇଥିଲେ, ତାଙ୍କୁ ଗିରଫ କରାଯାଇଥିଲା। ଏବେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ତାଙ୍କ ନିବାସ ସ୍ଥଳରୁ ପେଣ୍ଡାଲ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ସେ କହିଛନ୍ତି କି, ବାବା ବାଗେଶ୍ୱର ଦେଶ ବିଦେଶରେ ସନାତନ ଧର୍ମକୁ ପ୍ରୋତ୍ସାହିତ କରୁଛନ୍ତି, ତେଣୁ କିଛି ଲୋକ କ୍ରୋଧ କରୁଛନ୍ତି।

ନିତେନ୍ଦ୍ର ଚୌବେ କହିଛନ୍ତି, ୬ ତାରିଖ ଅପରାହ୍ନ ୪ଟାରୁ ତ୍ରିଦିବସୀୟ ହନୁମନ୍ତ କଥା ଆରମ୍ଭ ହୋଇଛି। ଏହାକୁ ଶୁଣିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପହଞ୍ଚିବା ନେଇ ଆଶା ରହିଛି। କହି ରଖୁଛୁ, ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ଅନିସ୍‌ ଅନ୍‌ସାରୀଙ୍କୁ କୋର୍ଟରୁ ଜାମିନ୍‌ ମିଳିଛି। ଅନିସ୍‌ ସୋସିଆଲ ମିଡିଆରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button