IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମହାଭାରତରେ ଭୀଷ୍ମ କହିଥିଲେ, ଏହି ୬ଜଣ ବ୍ୟକ୍ତି ଙ୍କୁ ସର୍ବଦା ଯିବାକୁ ପଡେ ନର୍କ

ମହାଭାରତର ଦେଵବ୍ରତ ବା ପିତାମହ ଭୀଷ୍ମ ହେଉଛନ୍ତି ଗଙ୍ଗା ଦେବୀ ଙ୍କର ପୁତ୍ର। ତାଙ୍କଠାରୁ ଆମେ ବହୁତ କିଛି ଭଲ କଥା ଶିଖି ପାରିବା।ପିତାମହ ଭୀଷ୍ମ ମହାଭାରତରେ ୬ ପ୍ରକାରର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ନୀଚ କାମ କରି ନର୍କ ଯନ୍ତ୍ରଣା ଭୋଗିଥାନ୍ତି। ଏହିଭଳି ଲୋକଙ୍କ ଜୀବନରେ କେବେ କେବେ ଏତେ ବଡ଼ ଦୁଃଖ ଆସିଯାଇଥାଏ ଯେ ଯାହାଫଳରେ ସେମାନେ ବିଚଳିତ ହୋଇପଡ଼ନ୍ତି।ଖରାପ କର୍ମ କରିବା ହେତୁ ସେମାନଙ୍କୁ ମୃତ୍ୟୁ ପରେ ନର୍କ ମିଳିଥାଏ। ଆଜି ଆମେ ଆପଣଙ୍କୁ କହିବୁ କେଉଁଭଳି ଆଚରଣ କରୁଥିବା ଲୋକେ ନର୍କ ଯାଇଥାନ୍ତି।

୧) ଯେଉଁ ବ୍ୟକ୍ତି ମଦ, ମାଂସର ଭୋଗୀ ଅଟେ: ମଦ୍ୟପାନ କରୁଥିବା ବ୍ୟକ୍ତି ନର୍କ କୁ ଯାଇଥାଏ। ମଦ୍ୟପ ବ୍ୟକ୍ତି ଏବଂ ମାଂସ ଭକ୍ଷଣ କରୁଥିବା ବ୍ୟକ୍ତି କୁ ନର୍କ ମିଳିଥାଏ ବୋଲି ଭୀଷ୍ମ ପିତାମହ କହିଛନ୍ତି।

୨) ଯେଉଁ ବ୍ୟକ୍ତି ଧର୍ମକୁ ଅନାଦାର କରିଥାଏ: ଯେଉଁ ବ୍ୟକ୍ତି ଅନ୍ୟର ଧର୍ମ ଭ୍ରଷ୍ଟ କରେ ତଥା ଧର୍ମ ଏବଂ ଧାର୍ମିକ ଲୋକ ମାନଙ୍କର ଅନାଦର କରେ ଏଭଳି ବ୍ୟକ୍ତି କୁ ସର୍ବଦା ନର୍କକୁ ଯିବାକୁ ପଡିଥାଏ।ନାସ୍ତିକ ମଧ୍ୟ ଯଦି ଧାର୍ମିକ କାର୍ଯ୍ୟରେ ଦ୍ବିଧା ସୃଷ୍ଟି ନାକରେ ତେବେ ସେ ସ୍ୱର୍ଗ ପ୍ରାପ୍ତି ହୁଏ। କିନ୍ତୁ ମିଥ୍ୟା ଧାର୍ମିକ ବ୍ୟକ୍ତି କୁ ନର୍କ ମିଳିଥାଏ। କେବଳ ଈଶ୍ୱର ଙ୍କୁ ପୂଜା କରିବା ଧର୍ମ ନୁହେ। ନିଃସ୍ୱାର୍ଥପର ମହତ୍ କାର୍ଯ୍ୟ ହିଁ ଧର୍ମ ହୋଇଥାଏ।

୩) ଯେଉଁ ବ୍ୟକ୍ତି ସ୍ତ୍ରୀର ମୋହରେ ଫସି ରହିଥାଏ: ଯେଉଁ ପୁରୁଷ ପର ସ୍ତ୍ରୀ ଉପରେ ଲୋଲୁପ ଦୃଷ୍ଟି ରଖେ ତଥା ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖେ। ବେଶ୍ୟା ଗମନ କରେ ସେହି ବ୍ୟକ୍ତି ନର୍କର ଯୋଗ୍ୟ ହୋଇଥାଏ।

୪) ଯିଏ ଗରିବର ଧନ ଖାଇଥାଏ: ଦେବସ୍ବ, ରାଜସ୍ୱ, ଖାଇଥିବା ବ୍ୟାକ୍ତି ସର୍ବଦା ନର୍କ ଯାତ୍ରା କରିଥାଏ। ଗରିବ ମାନଙ୍କୁ ଲୁଣ୍ଠନ କରି ତାଙ୍କ ଝାଳ ବୁହା ଧନ ଖାଉଥିବା ବ୍ୟକ୍ତି ନର୍କର ଯୋଗ୍ୟ ହୋଇଥାଏ।

୫) ସାଙ୍ଗର ସ୍ତ୍ରୀ ଉପରେ ଖରାପ ନଜର ରଖୁଥିବା ବ୍ୟକ୍ତି : ପର ଭର୍ଯ୍ୟା ଉପରେ ଖରାପ ଦୃଷ୍ଟି ରଖୁଥିବା ବ୍ୟକ୍ତି ନର୍କର ଅଧିକାରୀ ହୋଇଥାଏ।ଭାଇର ସ୍ତ୍ରୀ ଉପରେ ଲୋଲୁପ ଦୃଷ୍ଟି ରଖୁଥିବା ପୁରୁଷ ପର ଜନ୍ମରେ ନପୁଂସକ ହୋଇ ଜନ୍ମ ହୁଏ।

୬) ଶେଷରେ ଯେଉଁ ବ୍ୟକ୍ତି ପଶୁମାନଙ୍କୁ ବଳି ଚଢାଇଥାଏ : ଯେଉଁ ବ୍ୟକ୍ତି ପଶୁ ବଳି ଦିଏ। ନିରୀହ ପଶୁ ଶିକାର କରେ ହତ୍ୟା କରେ ସେହି ବ୍ୟକ୍ତି କୁ ନର୍କ ପ୍ରାପ୍ତି ହୋଇଥାଏ।ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button