ମନୋରଞ୍ଜନ

Anushka Sharma ଙ୍କ ବଡ ଜା ବା Virat Kohli ଙ୍କ ଭାଉଜ Anushka ଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର, ଦେଖନ୍ତି ତାଙ୍କର କିଛି ସୁନ୍ଦର ଫଟୋ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା ଶର୍ମା ଙ୍କ ବିଷୟରେ। ଅନୁଷ୍କା ଶର୍ମା ବଲିଉଡ ଜଗତ ର ଜଣେ ନାମୀ ଅଭିନେତ୍ରୀ।ସେ ନିଜର ଅଭିନୟ ଜରିଆ ରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଏବଂ ଜାଗା ସୃଷ୍ଟି କରିଛନ୍ତି । ଅନୁଷ୍କା ପ୍ରଥମେ ମଡେଲିଂ ଦ୍ୱାରା ନିଜର କ୍ୟାରିଅର ର ଆରମ୍ଭ କରିଥିଲେ।ଏହି ଜରିଆରେ ତାଙ୍କୁ ୟସରାଜ ଫିଲ୍ମ ପ୍ରଡକ୍ସନ ତରଫ ରୁ ଏକା ସାଙ୍ଗରେ ୩ଟି ଫିଲ୍ମ ର ଅଫର ଆସିଥିଲା ଏବଂ ସେ ୩ଟି ଫିଲ୍ମ ରେ ସାଇନ କରିଥିଲେ। ଏହି ଫିଲ୍ମ ଜରିଆରେ ଅନୁଷ୍କା ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ।

ଅନୁଷ୍କା ଶର୍ମା ଅଭିନୟ କରିଥିବା ଫିଲ୍ମ ‘ଜବ ତକ ହେ ଜାନ’ ରେ ତାଙ୍କ ଅଭିନୟ ଦ୍ଵାରା ଦର୍ଶକ ମାନେ ତାଙ୍କୁ ବହୁତ ପସନ୍ଦ କରିଥିଲେ ଏବଂ ଏହି ଫିଲ୍ମ ପାଇଁ ଅନୁଷ୍କା ଙ୍କୁ ଫିଲ୍ମ ଫେୟାର ପୁରସ୍କାର ରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଅନୁଷ୍କା ଙ୍କ ଜନ୍ମ ଉତ୍ତରପ୍ରଦେଶ ର କାର୍ଣ୍ଣାଲ ଅଜୟ କୁମାର ଶର୍ମା ଏବଂ ଆସିମା ଶର୍ମା ଙ୍କ ଘରେ ହୋଇଥିଲା ।

ଅନୁଷ୍କା ଙ୍କ ପାଠ ପଢ଼ା ଆର୍ମି ସ୍କୁଲ ରେ ଆରମ୍ଭ ହୋଇଥିଲା ଏବଂ ପରେ ଅନୁଷ୍କା କଳା ରେ ସ୍ନାତ୍ତକ ଡିଗ୍ରୀ ମଧ୍ୟ ହାସଲ କରିଥିଲେ।ଏହା ପରେପରେ ଅନୁଷ୍କା ମଡେଲିଙ୍ କ୍ଷେତ୍ରରେ ପାଦ ରଖିଥିଲେ। ଅନୁଷ୍କା ଙ୍କ ପ୍ରଥମ ଫିଲ୍ମ ‘ରବ ନେ ବନାଦି ଯୋଡି ‘ ସୁପରହିଟ ହୋଇଥିଲା।ଏହି ଫିଲ୍ମ ରେ ସୁପରଷ୍ଟାର ସାହରୁଖ ଖାଁ ତାଙ୍କର ହିରୋ ଭୂମିକା ରେ ଅଭିନୟ କରିଥିଲେ।ଏହି ଫିଲ୍ମ ପରେ ଦର୍ଶକ ମାନେ ତାଙ୍କୁ ବହୁତ ମାତ୍ରା ରେ ପସନ୍ଦ କରିଥିଲେ।ଏହି ଫିଲ୍ମ ପାଇଁ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳିଥିଲା।

ଏହି ଫିଲ୍ମ ପରେ ଅନୁଷ୍କା ଙ୍କ ଦ୍ଵିତୀୟ ଫିଲ୍ମ ‘ବଦମାସ କମ୍ପାନୀ’ ଏବଂ ତୃତୀୟ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ ରେ ମଧ୍ୟ ଅନୁଷ୍କା ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକଙ୍କ ମନକୁ କିଣି ନେଇଥିଲେ।
ବର୍ତ୍ତମାନ ଅନୁଷ୍କା ବହୁତ ଫିଲ୍ମ ରେ ଅଭିନୟ କରିସାରିଛନ୍ତି।ତାଙ୍କ ଫିଲ୍ମ ମଧ୍ୟ ରୁ ପି.କେ., ସୁଲତାନ, ସୁଇ ଧାଗ, ଏ ଦିଲ ହେ ମୁସ୍କିଲ,ସଞ୍ଜୁ ଆଦି ଫିଲ୍ମ ପ୍ରମୁଖ ଅଟେ ।

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଙ୍କ ପ୍ରଥମ ଦେଖା ୨୦୧୩ ମସିହାରେ ଏକ ସାମ୍ପୁ ଆଡ଼ ରେ ହୋଇଥିଲା ଯେଉଁଥିରେ ୨ଜଣ କାମ କରିଥିଲେ।ସେହି ସମୟରେ ବିରାଟ ମଧ୍ୟ କ୍ରିକେଟ କ୍ଷେତ୍ର ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏବଂ ଅନୁଷ୍କା ଙ୍କ ଫିଲ୍ମ ମଧ୍ୟ ସୁପରହିଟ ହେଉଥିଲା। ଦୁହେଁ ନିଜ ନିଜ କ୍ଷେତ୍ରରେ ନିଜର ଜାଗା ବନେଇ ନେଇଥିଲେ।

ଏହି ୨ ଯୋଡି ଙ୍କୁ ପ୍ରାୟ କ୍ଷେତ୍ରରେ ଏକାଠି ଦେଖିବା କୁ ମିଳିଥିଲା କିନ୍ତୁ ଦୁହେଁ ନିଜର ସମ୍ପର୍କକୁ ସୋସିଆଲ ମିଡ଼ିଆ ରେ ବନ୍ଧୁ ବୋଲି କହିଥିଲେ।କିନ୍ତୁ ଯେବେ ୨୦୧୪ ମସିହା ରେ ବିରାଟ ସାଉଥ ଆଫ୍ରିକା ଟୁର ପରେ ପ୍ରଥମେ ଅନୁଷ୍କା ଙ୍କୁ ଦେଖାକରିବାକୁ ତାଙ୍କ ଘର କୁ ଯାଇଥିଲେ ସେବେ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜଣା ପଡ଼ିଥିଲା

ଯେବେ ଶ୍ରୀଲଙ୍କା ସହ ଇଣ୍ଡିଆ ର ମ୍ୟାଚ ଥିଲା ସେବେ ଅନୁଷ୍କା ବିରାଟ ଙ୍କୁ ସମର୍ଥନ କରିବା କୁ ଯାଇଥିଲେ ଏବଂ ବିରାଟ ସେହି କ୍ରିକେଟ ଫିଲଡ଼ ରେ ଅନୁଷ୍କା ଙ୍କୁ ଫ୍ଲାଇଁ କିସ ଦେଇଥିଲେ ସେବେ ସୋସିଆଲ ମିଡ଼ିଆ ରେ ଏହି ଖବର ପ୍ରକାଶ ହୋଇଯାଇଥିଲା।ପରେ ଦୁହେଁ ଇଟାଲୀ ରେ ବିବାହ କରିଥିଲେ ଏବଂ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଅନୁଷ୍କା ଙ୍କ ସୁନ୍ଦର ବଡଯାଆ ଙ୍କ ବିଷୟରେ। ଯଦି ସୁନ୍ଦରତା ବିଷୟରେ କୁହାଯିବ ତେବେ ଅନୁଷ୍କା ଙ୍କ ବଡ଼ ଯାଆ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି। ବିରାଟ କୋହଲି ଙ୍କ ବଡ ଭାଇ ବିକାଶ କୋହଲି ଙ୍କ ପତ୍ନୀ ଚେତନା କୋହଲି ଅନୁଷ୍କା ଙ୍କ ବଡ ଯାଆ ଅଟନ୍ତି।ସେ ଦେଖିବାକୁ କୌଣସି ବଲିଉଡ ଅଭିନେତ୍ରୀ ଙ୍କ ଠାରୁ କମ ନୁହେଁ।

ସେ ନିଜର ଫିଟନେସ ଏବଂ ଷ୍ଟାଇଲ ପାଇଁ ସୋସିଆଲ ମିଡ଼ିଆ ରେ ବହୁମାତ୍ରା ରେ ପରିଚିତ।ସେ ପ୍ରାୟ ସମୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ଦେଖିବାକୁ ମିଳନ୍ତି।ସେ ନିଜ ସ୍ୱାମୀ ବିକାଶ କୋହଲି ଙ୍କ ସହ ନିଜର ସମସ୍ତ ଫଟୋ କୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରନ୍ତି।ଦେଖିବା କୁ ଗଲେ ଅନୁଷ୍କା ମଧ୍ୟ କମ ନୁହେଁ ସେ ଭି ବହୁତ ସୁନ୍ଦର।କିନ୍ତୁ ଏମିତି କୁହାଯାଏ ଯେ ଅନୁଷ୍କା ଙ୍କ ବଡ଼ ଯାଆ ତାଙ୍କ ଠୁ ଅଧିକ ସୁନ୍ଦର ଅଟନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button