IBN ଓଡ଼ିଶା ବ୍ୟୁରୋ

Mesha Rashi, Rasifala 2021 – ଜାଣନ୍ତୁ ଆପଣଙ୍କ ପାଇଁ କିପରି ରହିବ ବର୍ଷ 2021, ଆପଣଙ୍କ ଜୀବନରେ ଆସିବ କେଉଁ ସବୁ ବଡ ପରିବର୍ତ୍ତନ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ୨୦୨୧ ମସିହା ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ବହୁତ ଶୁଭ ରହିଛି। ବର୍ଷ ଆରମ୍ଭ ରୁ ଆପଣଙ୍କ ଆୟ ବୃଦ୍ଧି ହୋଇପାରେ। ପୁତ୍ର ଏବଂ ସନ୍ତାନ ମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ସନ୍ତାନ ମାନଙ୍କ ଠାରୁ ଆନନ୍ଦ ପାଇବେ ଆପଣ। ନୂତନ ଯାନ ବାହାନ କ୍ରୟ, ନୂଆ ଗୃହ ନିର୍ମାଣ,ନୂତନ ବ୍ୟବସାୟ ଇତ୍ୟାଦି ଆରମ୍ଭ କରିବାର ଯୋଗ ରହିଛି।ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ବର୍ଷ ଟି ବହୁତ ଭଲ ରହିବ।ବ୍ୟବସାୟୀ ମାନେ ସଫଳତା ପ୍ରାପ୍ତି କରିବେ। ଦୋକାନୀ ବ୍ୟାପାରି ମାନେ ଭଲ କ୍ରୟ ବିକ୍ରୟ କରି ପାରିବେ।

ଦୂରଯାତ୍ରାର ସୁଯୋଗ ପାଇ ସଫଳତା ପ୍ରାପ୍ତି ହେବ। ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥାକହି କାର୍ଯ୍ୟ ପୂରଣ କରିବେ। ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ। ରାଜନୀତି, ସଂଗଠନ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବେ।

ବାସଗୃହ ଓ ଯାନବାହାନର କେତେକ ସମସ୍ୟାର ସମାଧାନ ହେବ। ପେଶା, ବ୍ୟବସାୟ, ଭାଗୀଦାରି ଓ ବନ୍ଧୁମିତ୍ରଙ୍କ ଦ୍ୱାରା ଲାଭବାନ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବା ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ସନ୍ତାନମାନଙ୍କର ଉନ୍ନତି ଓ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ। ଆର୍ଥିକ ଦିଗରୁ ଉନ୍ନତି ଓ ପାରିବାରିକ ସମ୍ପର୍କରେ ଉନ୍ନତି ହେବ।

କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ଓ ଶୁଭ ସୂଚନା ମଧ୍ୟ ପାଇବେ। ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । କୌଣସି ଧାର୍ମିକ କାର୍ଯ୍ୟର ଆୟୋଜନ ମଧ୍ୟ କରେଇବେ। ପ୍ରେମକ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ।

ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରି ପାରେ। ଶତୃମାନେ ମଥାନତ କରିବେ।ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ଏବଂ କଣ୍ଟ୍ରାକ୍ଟରମାନେ ଆନନ୍ଦିତ ହେବେ। ଅଧ୍ୟୟନ, ଅଧ୍ୟାପନ ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ବନ୍ଧୁଗଣ ବର୍ଷର ଆରମ୍ଭ ଭାଗରେ ଯଦି ଆପଣ ଭୂମି, ଜମି ଓ ଗୃହ ଆଦି କ୍ରୟ କରିବେ ତା ହେଲେ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ । ଏହା ସହିତ ଆପଣଙ୍କ ଗୃହସ୍ତ ଜୀବନରେ ଧନ ଆସିବ ଓ ଆପଣଙ୍କ ପାରିବାରିକ ଜୀବନରେ ଅଳ୍ପ କିଛି ତିକ୍ତତା ଦେଖା ଯାଇପାରେ, ଆସୁଥିବା ବର୍ଷରେ ଆପଣ ଜଗି ରଖି ଟଙ୍କାକୁ ଖର୍ଚ କରନ୍ତୁ ଓ ସଞ୍ଚୟ ମନୋଭାବ ରଖନ୍ତୁ, ଦେଖିବେ ନିଶ୍ଚୟ ଆପଣ ମାନଙ୍କୁ ଶୁଭଫଳ ମିଳିବ । ଆସୁଥିବା ବର୍ଷ ଆପଣଙ୍କ ମାନଙ୍କ ଆର୍ଥିକ ସ୍ଥିତିରେ ବହୁତ ବଡ ପରିବର୍ତ୍ତନ ଆସିବ ।

Related Articles

Leave a Reply

Your email address will not be published. Required fields are marked *

Back to top button