IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏମିତି ସ୍ତ୍ରୀ ଙ୍କ ଘରେ କେବେ ବି ପାଦ ରଖନ୍ତି ନାହିଁ ମା’ ଲକ୍ଷ୍ମୀ, ମାଡି ଆସେ ଭୟଙ୍କର ଦରିଦ୍ରତା- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୁରାତନ ଶାସ୍ତ୍ର ଅନୁସାରେ ଘରେ ଲକ୍ଷ୍ମୀ ବାସ କରନ୍ତି।ଯେଉଁ ଘରେ ଲକ୍ଷ୍ମୀ ବାସ କରି ନ ଥାନ୍ତି ସେହି ଘରେ ଖାଇବାକୁ ମଧ୍ୟ ଖାଦ୍ୟ ମିଳି ନ ଥାଏ।ଶାସ୍ତ୍ର ଅନୁସାରେ ଘରର ବୋହୁ ବା ଝିଅ ଙ୍କୁ ମଧ୍ୟ ଘରର ଲକ୍ଷ୍ମୀ କୁହାଯାଏ।ଘରର ସ୍ତ୍ରୀ ମାନଙ୍କ ଉପରେ ପୁରୁଷର ସମୃଦ୍ଧି ନିର୍ଭର କରିଥାଏ।ଯେଉଁ ନାରୀ ଘରର ସମସ୍ତ କାର୍ଯ୍ୟ ଅତି ନିଖୁଣ ଭାବେ ସମ୍ପୂର୍ଣ୍ଣ କରିଥାନ୍ତି ସେ ଘରର ବହୁତ ସମୃଦ୍ଧି ହୋଇଥାଏ।କିନ୍ତୁ କିଛି ଏପରି କାର୍ଯ୍ୟ ଅଛି ଯାହାକୁ ମହିଳା ମାନେ ବିଲକୁଲ ବି କରିବା ଉଚିତ ନୁହେଁ ଏହାକୁ କରିବା ଦ୍ୱାରା ଘରକୁ ଲକ୍ଷ୍ମୀ ଆସି ନ ଥାନ୍ତି ଲକ୍ଷ୍ମୀ ଗୃହ ତ୍ୟାଗ କରିଥାନ୍ତି।ପ୍ରାଚୀନ କାଳ ରୁ ଘରର ବୋହୁ ଏବଂ ଝିଅଙ୍କୁ ଘରର ଲକ୍ଷ୍ମୀ ଭାବେ ଗ୍ରହଣ କରାଯାଇଛି।

ଘରେ ଲକ୍ଷ୍ମୀ ଙ୍କ ବାସ କରିବା ମଧ୍ୟ ଘରର ବୋହୁ ଓ ଝିଅଙ୍କ ଉପରେ ନିର୍ଭର କରିଥାଏ।ଜଣେ ନାରୀ ଚାହିଁଲେ ଘରକୁ ସ୍ୱର୍ଗ ବନେଇଦେଇ ପାରେ ଏବଂ ସେହି ନାରୀ ଚାହିଁଲେ ଘରକୁ ନର୍କ ମଧ୍ୟ କରି ପାରେ।ଶାସ୍ତ୍ର ଅନୁସାରେ ଏପରି କିଛି କାର୍ଯ୍ୟ ଅଛି ଯାହାକୁ ଘରର ବୋହୁ କରିବା ଦ୍ୱାରା ଘରେ ଦାରିଦ୍ର୍ୟତା ଆସିବ ସଂଗେ ସଂଗେ ଅଶାନ୍ତିକର ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥାଏ।ତେବେ ଆସନ୍ତୁ ଜାଣିବା ତାହା କେଉଁ କାର୍ଯ୍ୟ ଅଟେ ଯାହାକୁ ଘରର ନାରୀ କରିବା ବିଲକୁଲ ବି ଉଚିତ ନୁହେଁ।ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।

 

ପ୍ରଥମ କଥା ହେଉଛି ଝାଡୁରେ ନାରୀ ମାନେ ପାଦ ଦେବା ଉଚିତ ନୁହେଁ।ଝାଡୁ ରେ ପାଦ ପକାଇବା ଦ୍ୱାରା ଘରେ ଦରିଦ୍ରତା ଦେଖାଯାଇଥାଏ ଏବଂ ଅଶାନ୍ତି ମଧ୍ୟ ଦେଖା ଯାଇଥାଏ।କୁହାଯାଏ କି ଝାଡୁରେ ସ୍ୱୟଂ ମା ଲକ୍ଷ୍ମୀ ବାସ କରିଥାନ୍ତି।ତେଣୁ ଝାଡୁରେ ପାଦ ପକାଇବା ଦ୍ଵାରା ଘରୁ ଲକ୍ଷ୍ମୀ ଛାଡି ଯାଇଥାନ୍ତି। ତେଣୁ ଝାଡୁରେ ପାଦ ଦେବା ଉଚିତ ନୁହେଁ।ଦ୍ଵିତୀୟ ଟି ହେଉଛି ଅଇଁଠା ବାସନ କୁ ଚୁଲି ଉପରେ ରଖିବା ଉଚିତ ନୁହେଁ।ଏହା ଦ୍ଵାରା ଲକ୍ଷ୍ମୀ ଗୃହ ତ୍ୟାଗ କରିଥାନ୍ତି।

କିଛି ନାରୀ ଥାନ୍ତି ଯେଉଁମାନେ ରାତିରେ ଅଇଁଠା ବାସନ କୁ ଚୁଲି ଉପରେ ରଖି ସୋଇ ପଡ଼ିଥାନ୍ତି।ଶାସ୍ତ୍ର ଅନୁସାରେ ଏହା ଦ୍ଵାରା ଘରୁ ଲକ୍ଷ୍ମୀ ଛାଡି ଯାଇଥାନ୍ତି ଓ ଘରେ ଦାରିଦ୍ର୍ୟତା ଆସିଥାଏ।

 

ତୃତୀୟ ଟି ହେଉଛି ଘରର କବାଟ କୁ ଗୋଡ଼ ଦ୍ଵାରା ଖୋଲିବା ବା ବନ୍ଦ କରିବା।ଏପରି କରିବା ଦ୍ୱାରା ଧନ ର ଦେବୀ ଲକ୍ଷ୍ମୀ ଅସନ୍ତୋଷ ପ୍ରକାଶ କରିଥାନ୍ତି।ଯଦି କୌଣସି ନାରୀ କବାଟକୁ ଗୋଡ଼ ଦ୍ଵାରା ଖୋଲୁଥାଏ କିମ୍ବା ବନ୍ଦ କରୁଥାଏ ତେବେ ସେହି ଘରେ ଦରିଦ୍ରତା ସହିତ ଅଶାନ୍ତି ମଧ୍ୟ ଦେଖା ଯାଇଥାଏ।ତେଣୁ ଯଦି ଏପରି ଆପଣଙ୍କ ଘରେ ହେଉଛି ତେବେ ଏପରି କରିବାକୁ ମନା କରନ୍ତୁ।

 

ଚତୁର୍ଥ କଥା ହେଉଛି ଯଦି କୌଣସି ନାରୀ ଘରର ଦ୍ଵାର ସମ୍ମୁଖରେ ବସିକି ଖାଦ୍ୟ ଗ୍ରହଣ କରିଥାନ୍ତି।ତେବେ ସେ ଘରକୁ ଲକ୍ଷ୍ମୀ ଆସି ନ ଥାନ୍ତି।ଏବଂ ଘରୁ ଲକ୍ଷ୍ମୀ ଛାଡି ଯାଇଥାନ୍ତି।ତେଣୁ ଘରର ଦ୍ଵାର ସମ୍ମୁଖରେ ବସି ଖାଦ୍ୟ ଗ୍ରହଣ କରିବା ବିଲକୁଲ ବି ଉଚିତ ନୁହେଁ।

ପଞ୍ଚମ କଥା ହେଉଛି ରୋଷେଇ ଘରେ ଅଇଁଠା ବାସନ ପକାଇ ରଖିବା।ରୋଷେଇ ଘରେ ଅଇଁଠା ବାସନ ପକାଇ ରଖିବା ଦ୍ଵାରା ଧନ ଦେବୀ ଲକ୍ଷ୍ମୀ ଘର ତ୍ୟାଗ କରିଥାନ୍ତି।ତେଣୁ ରୋଷେଇ ଘରେ କେବେ ବି ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ।ଯଦି ଆପଣଙ୍କ ଘରେ ଏପରି ହେଉଛି ତେବେ ଏହାକୁ ତୁରନ୍ତ ମନା କରନ୍ତୁ।

 

ଷଷ୍ଠ କଥା ହେଉଛି ଅପରାହ୍ନରେ ଘର ଝାଡୁ କରିବା।ଯଦି କୌଣସି ନାରୀ ପ୍ରାତଃ ସମୟରେ ଝାଡୁ କରିବା ବଦଳରେ ଅପରାହ୍ନ କିମ୍ବା ରାତି ରେ ଝାଡୁ କରିଥାନ୍ତି ତେବେ ସେହି ଘରୁ ମଧ୍ୟ ଲକ୍ଷ୍ମୀ ଛାଡିଯାଇଥାନ୍ତି।ତେଣୁ ସବୁ ଦିନ ସକାଳୁ ଘର ଝାଡୁ କରିବା ଉଚିତ। ତେବେ ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ନାରୀ ଏପରି କିଛି କାର୍ଯ୍ୟ କରୁଛନ୍ତି ତେବେ ଏହାକୁ କରିବାକୁ ମନା କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button