ମନୋରଞ୍ଜନ

Amitabh Bacchan ଙ୍କ ଫିଲ୍ମ ‘Sooryavansham’ ର ଚାଇଲ୍ଡ ଆକ୍ଟର ଙ୍କ ସହିତ Bollywood ର ଏହି 5 ଜଣ ଚାଇଲ୍ଡ ଆକ୍ଟର ଆଜି ବହୁତ ବଦଳି ଯାଇଛନ୍ତି, ଯାହାଙ୍କୁ ବର୍ତ୍ତମାନ ଚିହ୍ନିବା ବି ମୁସ୍କିଲ

ବନ୍ଧୁଗଣ ଆମେ ଏଭଳି ବହୁତ ଚଳଚ୍ଚିତ୍ର ଦେଖିଥିବୁ ଯେଉଁ ଥିରେ ମୁଖ୍ୟ ଚରିତ୍ର ଅପେକ୍ଷା ସେ ଚଳଚ୍ଚିତ୍ର ରେ ଥିବା ବାଲ୍ୟ କଳାକାର ଙ୍କ ଅଭିନୟ କୁ ଆମେ ବେସି ଭଳରେ ମନେ ରଖିଥାଉ। ସେ ‘କୁଛ କୁଛ ହୋତା ହେ’ ର ଅଞ୍ଜଳି ହେଉ କିମ୍ବା ‘କୋଈ ମିଲ ଗୟା’ ର ଛୋଟେ ସର୍ଦ୍ଦାର ଏହି ବାଲ୍ୟ କଳାକାର ନିଜ ନିରୀହ ଚେହେରା ଓ ମନ ଯୋଗୁଁ ଆମ ମାନଙ୍କ ହୃଦୟରେ ନିଜ ଯାଗା କରି ଥାନ୍ତି। ତେବେ ଚାଲନ୍ତୁ ଜାଣିବା ସେହି ବାଲ୍ୟ କଳାକାର ଏବେ ବଡ଼ ହେଇ କିଭଳି ଦେଖାଯାଉଛନ୍ତି।

୧- ପ୍ରଥମ କଳାକାର ହେଲେ ଏଥିତ ନାୟକ । ‘ଆବ୍ରା କା ଡାବ୍ରା’ ରେ ମୂଖ୍ୟ ଚରିତ୍ର ଶାନୁ ରେ ସେ ନଜର ଆସିଥିଲେ ଏବଂ ତାଙ୍କ ଅଭିନୟ ରେ ସମସ୍ତଙ୍କ ହୃଦୟ କୁ ଜିଣି ମଧ୍ୟ ପାରିଥିଲେ। ଏଥିତ ଏବେ ନିଜ ଜୀବନ ର ୨୬ ବର୍ଷ ଅତିକ୍ରମ କରି ସାରିଲେଣି ଏବଂ ଛୋଟ ବେଳେ ଯେତେ କ୍ୟୁଟ ଥିଲେ ଏବେ ବଡ଼ ହେଇ ସେତେ ସୁନ୍ଦର ଦେଖାଯାଉଛନ୍ତି।

୨- ଦ୍ୱିତୀୟ କଳାକାର ଙ୍କ ନାମ ହେଲା ଏହସାସ ଚନା । ‘କଭୀ ଅଲବିଦା ନା କହନା’ ଚଳଚ୍ଚିତ୍ର ରୁ ନିଜ ଅଭିନୟ ଆରମ୍ଭ କରିଥିଲେ । ଏବେ ସେ ୨୨ ବର୍ଷ ର ଏକ ସୁନ୍ଦରୀ ଅଭିନେତ୍ରୀ ହୋଇ ଗଲେଣି ଏବଂ ଏବେ ମଧ୍ୟ ସେ ନିଜ ଅଭିନୟ କୁ ଜାରି ରଖିଛନ୍ତି।

୩- ତୃତୀୟ କଳାକାର ହେଲେ ଜୀବରାନ ଖାନ । ‘କଭୀ ଖୁସି କଭୀ ଗମ’ ଚଳଚ୍ଚିତ୍ର ରେ କ୍ରିସ ଚରିତ୍ର ରେ ଅଭିନୟ କରି ବହୁ ଲୋକପ୍ରିୟତା ହାସଲ କରିଥିଲେ । ଏବେ ସେ ନିଜ ଜୀବନ ର ୨୬ ବର୍ଷ ଅତିକ୍ରମ କରି ସାରି ଲେଣି । ଏବଂ ଏବେ ସେ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ଓ ଲୋକପ୍ରିୟତା ଏବେ ମଧ୍ୟ ବଜାୟ ରହିଛି।

୪- ଚତୁର୍ଥ କଳାକାର ହେଲେ ମଧୁର ମିତଲ। ମଧୁର ‘ସ୍ଲମ୍ ଡଗ ମିଲେନିୟର’ ଚଳଚ୍ଚିତ୍ରରେ ସଲିମ ଚରିତ୍ର ରେ ଅଭିନୟ କରି ବହୁ ପ୍ରସିଦ୍ଧି ଅର୍ଜନ କରିଥିଲେ । ଏବେ ସେ ବଡ଼ ହୋଇ ବହୁତ ସୁନ୍ଦର ଏବଂ ଷ୍ଟାଇଲିଶ ହେଇ ଗଲେଣି। ଏବେ ମଧ୍ୟ ସେ ନିଜ ଅଭିନୟ ବଜାୟ ରଖି ଛନ୍ତି।

୫- ପଞ୍ଚମ କଳାକାର ହେଲେ ଆନନ୍ଦ ବର୍ଦ୍ଧନ । ‘ସୂର୍ଯ୍ୟ ବଂଶମ’ ଚଳଚ୍ଚିତ୍ରରେ ଭାନୁ ପ୍ରତାପ ଙ୍କ ନାତି ର ଚରିତ୍ର ରେ ଅଭିନୟ କରି ଥିଲେ  ଏବଂ ଲୋକପ୍ରିୟ ମଧ୍ୟ ହୋଇ ଥିଲେ । ଏବେ ସେ ୨୮ବର୍ଷ ର ହୋଇ ଗଲେଣି । ଏବେ ମଧ୍ୟ ସେ ନିଜ ଅଭିନୟ କ୍ଷେତ୍ର କୁ ବଜାୟ ରଖିଛନ୍ତି ଓ ସାଉଥ ରେ ଅନେକ ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବେ ଅଭିନୟ ମଧ୍ୟ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button