IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Tips- ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏହି ୫ ଟି କାରଣ ପାଇଁ ଜୀବନରେ ଆସିଥାଏ ଭୟଙ୍କର ଦରିଦ୍ରତା, ଏହି ଭୁଲ ଆପଣ କରୁ ନାହାଁନ୍ତି ତ ?

ମନୁଷ୍ୟ ଜୀବନରେ ଏହି ୫ଟି କାରଣ ପାଇଁ ଆସେ ଦରିଦ୍ରତା। ଗୀତାରେ ଉପଦେଶ ଦେଇ ଭଗବାନ ଶ୍ରୀକୃଷ୍ଣ କହିଥିଲେ, ମନୁଷ୍ୟ ନିଜ ଜୀବନରେ ସୁଖ, ଦୁଃଖ ଏବଂ ଧନୀ, ଗରିବ ପାଇଁ ନିଜେ ହିଁ ଦାୟୀ ହୋଇଥାଏ। ତାହା ଦ୍ବାରା କରିଥିବା କର୍ମ ହିଁ ତା’ର ଗରିବୀର କାରଣ ଅଟେ। ଯଦି ସେ ଖରାପ କାମ କରେ ତେବେ ତାହାକୁ ଖରାପ ଫଳ ହିଁ ମିଳିବ। ଜଦି ସେ ଭଲ କର୍ମ କରିଥାଏ ତେବେ ତାକୁ ଭଲ ଫଳ ମିଳିଥାଏ। ମଣିଷ ଚାହେଁ ସେ ଯଥାର୍ଥ ଧନ ଅର୍ଜିତ କରି ତାର ଉପଭୋଗ କରିବାକୁ ଚାହେଁ କିନ୍ତୁ ମନୁଷ୍ୟ ଧ୍ୟାନ ରଖିବା ଦରକାର ଯେମିତି ସେ ଅଧର୍ମର ରାସ୍ତା ଧରି ନେଉ‌। ଆମେ ଏମିତି କିଛି କାମ କରିଥାଉ ଯାହା ମନୁଷ୍ୟକୁ ନକାରାତ୍ମକରେ ଭରିଯାଏ।

ମନୁଷ୍ୟର ଭାଗ୍ୟ ରେଖା କେତେବି ଲମ୍ବା ହୋଇଥାଉ କିନ୍ତୁ ଜଦି ସେ ଏହି ୫ଟି କାମ କରେ ତେବେ ସେ ଗରିବୀର ଶିକାର ହୋଇ ଥାଏ। ଏହାର ସବୁଠାରୁ ବଡ଼ ଉଦାହରଣ ଭଗବାନ ଶ୍ରୀକୃଷ୍ଣଙ୍କ ବନ୍ଧୁ ସୁଦାମା ନିଜ ଭୁଲ ପାଇଁ ଗରୀବିର ଶିକାର ହୋଇଥିଲେ। ଯଦି ଆମେ ଏହି ଭୁଲକୁ ସୁଧାରିବା ଏବଂ ଏହି ଛୋଟ ଭୁଲ କରିବାରୁ ବଞ୍ଚିବା ତେବେ ଆମ ଜୀବନରୁ ଦୁଃଖ, ଦାରିଦ୍ର୍ୟ ଏବଂ ନିରାଶ ହେବାରୁ ବଞ୍ଚିବା। ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣ କେଉଁ କାର୍ଯ୍ୟ ବିଷୟରେ କହିଛନ୍ତି।

ପ୍ରଥମ କଥା ଯେଉଁ ଘରେ ଠାକୁରମାନଙ୍କୁ ଭୋଗ ଲଗେଇବା ପୂର୍ବରୁ ଅନ୍ନ ଗ୍ରହଣ କରାଯାଏ ସେହିଘରେ ଦରିଦ୍ରତା ସବୁବେଳେ ନିବାସ କରେ। ଆମ ବିଧାତା ଆମକୁ ଅନ୍ନ ଦେଇଛନ୍ତି ଜଦି ଆମେ ତାଙ୍କୁ ଭୁଲି ଯିବା ତେବେ ଏହା ଭୁଲ ଅଟେ। ମନୁଷ୍ୟକୁ କେବେବି ଅନ୍ୟର ଖାଦ୍ୟ ଖାଇବା କଥା ନୁହେଁ। ଘରେ ବନାଯାଇ ଥିବା ଖାଦ୍ୟରେ ମଧ୍ୟ ପଶୁ ମାନଙ୍କର ଅଧିକାର ଥାଏ।

ସମସ୍ତ ଖାଦ୍ୟରେ ଗୋମାତା ଏବଂ କୁକୁରର ମଧ୍ୟ ଭାଗ ଥାଏ କାରଣ ଗୋମାତା ଠାରେ ସମସ୍ତ ଦେବଦେବୀ ରୁହନ୍ତି ସେଥିପାଇଁ ଗୋମାତାକୁ ରୁଟି ଦବା ପୁଣ୍ୟର କାମ ହୋଇଥାଏ। ଯେଉଁ ଘରେ ପଶୁ ମାନଙ୍କର ସେବା କରନ୍ତି ନାହିଁ ସେହି ଘରେ ଦୁଃଖ, ଦରିଦ୍ରତା ଏବଂ ଗରିବୀ ହୋଇଥାନ୍ତି।

ଦ୍ଵିତୀୟ କାମ ଦାନ ନକରିବା । ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଘରେ ଲୋକମାନେ ନିଜ ସାମର୍ଥ୍ୟ ଅନୁସାରେ ଦାନ ଧର୍ମ କରନ୍ତି ନାହିଁ ସେଠି ମା ଲକ୍ଷ୍ମୀ ରାଗି ଯାଇଥାଆନ୍ତି । ଧନର ସଦୁପଯୋଗ ଦାନରୁ ହୋଇଥାଏ । ଦାନ କରିବାରୁ ଧନର ବୃଦ୍ଧି ହୋଇଥାଏ। ସେଥିପାଇଁ ମନୁଷ୍ୟକୁ ବେଳେବେଳେ ଦାନ କରିବା ଦରକାର ଏବଂ ଭିକ୍ଷୁକ ଙ୍କୁ ବି ଧିକାର କରିବା କଥା ନୁହେଁ।

ତୃତୀୟ କଥା ସ୍ତ୍ରୀର ଅପମାନ । ଶ୍ରୀକୃଷ୍ଣ କୁହନ୍ତି ସ୍ତ୍ରୀ ମା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି। ସେମାନଙ୍କ ସହ ହିଂସା କରିବା, ମାଡ଼ପିଟ୍ କରିବା ପାପ ଅଟେ। ଯେଉଁଥିପାଇଁ ମା ଲକ୍ଷ୍ମୀ ରାଗି ଚାଲି ଯାଇଥାଆନ୍ତି। ଯେଉଁ ଘରେ ସ୍ତ୍ରୀ ଲୋକମାନେ ଆନନ୍ଦିତ ରୁହନ୍ତି ସେଠି ମା ଲକ୍ଷ୍ମୀ ନିବାସ କରନ୍ତି। ଯେଉଁ ଘରେ ସ୍ତ୍ରୀ ଲୋକ ସବୁବେଳେ ଦୁଃଖରେ ରୁହେ, ଶୋକ ପ୍ରକାଶ କରେ ଏବଂ ଅଭିଶାପ ଦିଏ ସେ ଘରୁ ମା ଲକ୍ଷ୍ମୀ ସବୁଦିନ ପାଇଁ ଚାଲି ଯାଆନ୍ତି।

ଚତୁର୍ଥ କଥା ମଦ ଏବଂ ଯୁଆ ଖେଳିବା। ଯେଉଁ ବ୍ୟକ୍ତି ମଦ ପିଏ ଯୁଆ ଖେଳେ ସେମାନଙ୍କ ପୂଣ୍ୟ କର୍ମ ନଷ୍ଟ ହୋଇଯାଏ। ଯୁଆ ଖେଳିବା ଦ୍ଵାରା ଧନର ଦୁରୁପଯୋଗ ହୋଇଥାଏ। ଏହା ଦ୍ବାରା ମା ଲକ୍ଷ୍ମୀ ରାଗି ଯାଇଥାଆନ୍ତି।

ପଞ୍ଚମ କଥା ପର ସ୍ତ୍ରୀ ଗମନ ଏହାକୁ ପାପ ବୋଲି ମାନନ୍ତି। ରାମାୟଣ ପାଖରୁ ଆରମ୍ଭ କରି ମହାଭାରତ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ମିଳେ। ପର ସ୍ତ୍ରୀକୁ ଇଚ୍ଛା ରଖୁଥିବା ମଣିଷ ଗୋଟିଏ ଦିନ ତାର ଅନ୍ତ ହୋଇଯାଏ। ସେଥିପାଇଁ ନିଜ ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀ ସହିତ କେବେ ପ୍ରସଙ୍ଗ କରନ୍ତୁ ନାହିଁ। କାରଣ ମା ଲକ୍ଷ୍ମୀ ରାଗି ଯାଇଥାଆନ୍ତି। ଏହା ଥିଲା ସେହି ୫ଟି କାରଣ ଯେଉଁଥିପାଇଁ ମଣିଷ ଜୀବନରେ ଦୂଖ, ଗରିବୀ ଆସିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button