IBN ଓଡ଼ିଶା ବ୍ୟୁରୋ

ଭୁଲରେ କେବେ ବି କରନ୍ତୁ ନାହିଁ ଏହି 8 ଟି ଜିନିଷର ଦାନ, ନହେଲେ ଭୋଗିବେ ଭୟଙ୍କର ପରିଣାମ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଦାନ କରିବା ଦ୍ୱାରା ଅନେକ ସମସ୍ୟା ରୁ ମୁକ୍ତି ମିଳିଥାଏ ଏବଂ ଦାନ କରିବା ହେଉଛି ସବୁଠାରୁ ପୂଣ୍ୟ ର କାମ। ଦାନ କରିବା ଦ୍ୱାରା ମନୁଷ୍ୟ ପୂଣ୍ୟ ର ଅଧିକାରୀ ହୋଇଥାଏ ଏବଂ ମନୁଷ୍ୟ ଜୀବନ ର ଦୁଃଖ କଷ୍ଟ ଦାନ କରିବା ଦ୍ୱାରା ଦୂର ହୋଇଥାଏ। କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜଣିଛନ୍ତି ଯେ, କିଛି ଜିନିଷ ଏଭଳି ମଧ୍ୟ ରହିଛି ଯାହାକୁ ଦାନ କରିବା ଦ୍ଵାରା ପୂଣ୍ୟ ତ ଦୂରର କଥା ମନୁଷ୍ୟ ପାପର ଭାଗିଦାରୀ ହୋଇଥାଏ ଏବଂ ମନୁଷ୍ୟ କୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି ୮ଟି ବସ୍ତୁ ସମ୍ବନ୍ଧରେ ଯାହାକୁ ଦାନ କରିବା ଦ୍ୱାରା ମନୁଷ୍ୟକୁ କ୍ଷତି ର ସାମ୍ନା କରିବାକୁ ପଡ଼ିଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବସ୍ତୁ ଗୁଡ଼ିକ କଣ କଣ ଅଟେ।

୧. ବନ୍ଧୁଗଣ ପ୍ରଥମ ବସ୍ତୁ ଟି ହେଉଛି ଝାଡ଼ୁ। ବନ୍ଧୁଗଣ କେବେବି କୌଣସି ବ୍ୟକ୍ତି ଙ୍କୁ ଝାଡ଼ୁ ଦାନ କରନ୍ତୁ ନାହିଁ। କାରଣ ଝାଡୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ କେବେବି ଘରେ ବାସ କରନ୍ତି ନାହିଁ। ଯେଉଁ କାରଣ ରୁ ଘରେ ଧନ ର ଘୋର ଅଭାବ ହୋଇଥାଏ ଏବଂ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିଥାଏ।

୨. ବନ୍ଧୁଗଣ ଦ୍ୱିତୀୟ ବସ୍ତୁ ଟି ହେଉଛି କୌଣସି ପ୍ରକାର ଧାରୁଆ ବସ୍ତୁ ଯେପରି ଛୁରୀ, କଟର, କଇଁଚି ଇତ୍ୟାଦି। ବନ୍ଧୁଗଣ ଏହି ସବୁ ଧାରୁଆ ବସ୍ତୁକୁ କେବେବି କାହାକୁ ଦାନ କରନ୍ତୁ ନାହିଁ। ଏହି ବସ୍ତୁ କୁ ଦାନ କରିବା ଦ୍ୱାରା ଘରେ ସୁଖ ଶାନ୍ତି ଭଙ୍ଗ ହୋଇଥାଏ।

୩. ତୃତୀୟ ବସ୍ତୁ ହେଉଛି ବାସୀ ଖାଦ୍ୟ। ବନ୍ଧୁଗଣ କୌଣସି ବ୍ୟକ୍ତି ଙ୍କୁ ବାସୀ ଖାଦ୍ୟ ଦାନ କରିବା ଅଶୁଭ ବୋଲି କୁହାଯାଏ। ବାସୀ ଖାଦ୍ୟ ଦାନ କରିବା ଦ୍ୱାରା ଘରର ସଦସ୍ୟ ରୋଗ ରେ ପଡ଼ିଥାନ୍ତି ଏବଂ ଏହାସହିତ ଘରେ ବିବାଦ ଲାଗିଥାଏ।

୪. ଚତୁର୍ଥ ବସ୍ତୁ ଟି ହେଉଛି କୌଣସି ପଣ୍ଡିତ ଙ୍କୁ ପୁରୁଣା ପୋଷାକ ଦାନ କରିବା। ବନ୍ଧୁଗଣ କୌଣସି ପଣ୍ଡିତ ଙ୍କୁ କେବେବି ପୁରୁଣା ପୋଷାକ ଦାନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ଯାହା ଫଳରେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।

୫. ପଞ୍ଚମ ବସ୍ତୁ ଟି ହେଉଛି କୌଣସି ପ୍ଲାଷ୍ଟିକ ଜିନିଷ। ବନ୍ଧୁଗଣ ପ୍ଲାଷ୍ଟିକ ଜିନିଷ କିଣିବା ଦ୍ଵାରା କୌଣସି କ୍ଷତି ହୋଇନଥାଏ କିନ୍ତୁ କାହାକୁ ଦାନ କରିବା ଅଶୁଭ ବୋଲି କୁହାଯାଏ।

୬. ବନ୍ଧୁଗଣ ଷଷ୍ଠ ବସ୍ତୁ ଟି ହେଉଛି ଷ୍ଟିଲ ବାସନ। ବନ୍ଧୁଗଣ କୌଣସି ଗ୍ରନ୍ଥ ରେ ଷ୍ଟିଲ ବାସନ ଦାନ କରିବା ଉଲ୍ଲେଖନୀୟ ରହିନାହିଁ। ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ପରିବାର ର ସୁଖ ଶାନ୍ତି ନଷ୍ଟ ହୋଇଥାଏ।

୭. ସପ୍ତମ ବସ୍ତୁ ଟି ହେଉଛି ଚିରି ଯାଇଥିବା ପୁସ୍ତକ ବା ଗ୍ରନ୍ଥ। ବନ୍ଧୁଗଣ କେବେ କୌଣସି ବ୍ୟକ୍ତି କୁ ଚିରି ଯାଇଥିବା ପୁସ୍ତକ ବା ଗ୍ରନ୍ଥ ଦାନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅନେକ ପ୍ରକାର ସମସ୍ୟା ର ସମୁଖୀନ୍ନ ହେବାକୁ ପଡ଼ିଥାଏ।

୮. ବନ୍ଧୁଗଣ ଅଷ୍ଟମ ତଥା ଶେଷ ବସ୍ତୁ ଟି ହେଉଛି ବ୍ୟବହାର ହୋଇଥିବା ତେଲ। ବନ୍ଧୁଗଣ କେବେବି କୌଣସି ବ୍ୟକ୍ତି ଙ୍କୁ ବ୍ୟବହାର କରଯାଇଥିବା ତେଲ ଦାନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଭଗବାନ ଶନିଦେବ କ୍ରୋଧିତ ହୋଇଥାନ୍ତି ଏବଂ ଆପଣଂକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।

ବନ୍ଧୁଗଣ ଏହି ୮ଟି ବସ୍ତୁ ର ଦାନ କେବେବି କୌଣସି ବ୍ୟକ୍ତି ଙ୍କୁ କରନ୍ତୁ ନାହିଁ ନଚେତ ବିଭିନ୍ନ ପ୍ରକାର ସମସ୍ୟା ତଥା ବିପଦ ର ସାମ୍ନା କରିବାର ସମ୍ଭାବନା ରହିଥାଏ । ତେଣୁ ଯେତେ ଦୂର ସମ୍ଭବ ଏହି ୮ଟି ବସ୍ତୁ ର ଦାନ କେବେ ବି କୌଣସି ବ୍ୟକ୍ତି ଙ୍କୁ କରନ୍ତୁ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button