IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମହିଳା ମାନେ ଗାଧୋଇବା ସମୟରେ ଭୁଲରେ ବି କରିବେ ନାହିଁ ଏହି ସବୁ ଭୁଲ, ହେଇଥାଏ ଅଶୁଭ – Vastu Shastra

ନମସ୍କାର ବନ୍ଧୁଗଣ ଆମେ ଦୈନ ଦିନ ଜୀବନରେ କିଛି ଏଭଳି କାମ କରିଥାଉ ଯାହା ଆମର ମନେ ରୁହେ ନାହିଁ। କିନ୍ତୁ ଗୋଟିଏ କାମ ଏଭଳି ଅଛି

ଯାହା ମନେ ରହିଯାଇ ଥାଏ। ତାହା ହେଉଛି ଗାଧୋଇବା। ଆମେ ଏହି କର୍ମ ଅନେକ ବର୍ଷ ରୁ କରି ଆସୁଛି। ନିଜକୁ ସଫା ରଖିବା ଏବଂ ନିଜକୁ ଶୁଦ୍ଧ ରଖିବା ପାଇଁ କିମ୍ବା ଅନ୍ୟ କୌଣସି ରୋଗ ରୁ ମୁକ୍ତି ପାଇଁ ଆମେ ପ୍ରତିଦିନ ସ୍ନାନ କରିଥାଉ।

ଏହା ଆମ ମନ ଏବଂ ଶରୀର କୁ ଶାନ୍ତି ଏବଂ ଆରାମ ଦେଇଥାଏ। ଏବଂ ଆମେ କୌଣସି ସ୍ଥାନକୁ ଯାଉଛେ କିମ୍ବା କୌଣସି ମନ୍ଦିର ଅଥବା କୌଣସି ଶୁଭ କାର୍ଯ୍ୟ କରିବା କୁ ଗଲେ ସର୍ଵ ପ୍ରଥମେ ଆମକୁ ସ୍ନାନ କରିବାକୁ ପଡ଼ିଥାଏ।

ଆମ ଜୀବନରେ ସ୍ନାନ କରିବା ବହୁତ ଜରୁରୀ ହୋଇ ଥାଏ। ନ ଗାଧୋଇଲେ ଆମ୍ଭର ସବୁ କାର୍ଯ୍ୟ ଅସଫଳ ରୁହେ ବୋଲି ମାନ୍ୟତା ରହିଛି।କିନ୍ତୁ ବେଳେବେଳେ କିଛି ଲୋକ ଗାଧୋଇବା ସମୟରେ କିଛି ଏଭଳି ଭୁଲ କରିଥାନ୍ତି ଯାହା ଦ୍ୱାରା ଆପଣଙ୍କ ର ଅସୁବିଧା ସମସ୍ୟା ହାନି ବଢିବାକୁ ଲାଗିବ ଏବଂ ଅନେକ ରୋଗ ବୈରାଗ ମଧ୍ୟ ଆସିଥାଏ। ତେବେ ଚାଲନ୍ତୁ ଜାଣିନେବା ଗାଧୋଇବା ସମୟରେ ଆମକୁ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ।

୧- ପ୍ରଥମ ହେଉଛି ଅନ୍ୟ ବ୍ୟକ୍ତି ର ବସ୍ତ୍ର ବ୍ୟବହାର କରନ୍ତୁ ନାହିଁ। ସର୍ଵଦା ଗାଧୋଇବା ପରେ କେବଳ ନିଜର ଵସ୍ତ୍ର କୁ ହିଁ ପରିଧାନ କରିବା ଉଚିତ। ଏବଂ ନିଜର ଟାଉଲ କିମ୍ବା ଗାମୁଛା ମଧ୍ୟ ବ୍ୟବହାର କରିବା ଉଚିତ। ଏବଂ କେବେବି ଅନ୍ୟ କାହାର ଟାଉଲ କିମ୍ବା ଗାମୁଛା କିମ୍ବା ଅନ୍ୟ ବ୍ୟକ୍ତି ର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ଏହା ଦ୍ୱାରା ଆପଣଂକୁ ଅନେକ ରୋଗ ହେବାର ସମ୍ଭାବନା ଥାଏ। ତେଣୁ କେବଳ ନିଜର ବସ୍ତ୍ର ପରିଧାନ ଏବଂ ବ୍ୟବହାର କରିବା ଉଚିତ

୨- ଦ୍ଵିତୀୟ ରେ ହେଉଛି ଅଧା ଗାଧୁଆ। ଅଶୀ ପ୍ରତିଶତ ଲୋକ ଅଧା ଗାଧୋଇ ଥାଆନ୍ତି। କିନ୍ତୁ ଏହା କରିବା ଉଚିତ ନୁହେଁ। କାରଣ ଏହା ଦ୍ଵାରା ଅନେକ ସମସ୍ୟା ଦେଖା ଦିଏ ଏବଂ ଧନ କୁ ନେଇ ମଧ୍ୟ ଅନେକ ସମସ୍ୟା ଦେଖାଯାଏ। ତେଣୁ ସର୍ଵଦା ନିଜର ପୁରା ଶରୀର କୁ ଗାଧୋଇବା ଉଚିତ। କେବେବି ଅଧା ଗାଧେଇ ଆସିବା ନାହିଁ।

୩- ତୃତୀୟ ରେ ହେଉଛି ଭୁଲ ଉପାୟ ରେ ଗାଧୋଇବା। ଆପଣ ଚେଷ୍ଟା କରିବେ କି ସର୍ଵଦା ସ୍ନାନ ସମୟରେ ନିଜ ଶରୀର ରେ ଗୋଟିଏ ବସ୍ତ ରହିବା ଉଚିତ। କେବେବି ଉଲଲଗ୍ନ କିମ୍ବା ସମ୍ପୂର୍ଣ୍ଣ ବସ୍ତ୍ର ତ୍ୟାଗ କରି ଗାଧୋଇବା ଉଚିତ ନୁହେଁ। ଖାସ୍ କରିକି ମହିଳା ମାନଙ୍କ ପାଇଁ। ଏପରି ଉଲଲଗ୍ନ ହୋଇ ସ୍ନାନ କଲେ ରୋଗ ବୈରାଗ କ୍ଷତି ଆଦି ସହିବାକୁ ପଡ଼ିଥାଏ।

୪- ଚତୁର୍ଥ ଉପାୟ ହେଉଛି ମୁଣ୍ଡ ରେ ପ୍ରଥମେ ପାଣି ଢାଳିବା। ବୈଜ୍ଞାନିକ ମାନଙ୍କ ଅନୁସାରେ କେବେବି ଗାଧୋଇବା ସମୟରେ ପ୍ରଥମେ ମୁଣ୍ଡ ରେ ପାଣି ଢାଳିବା ଉଚିତ ନୁହେଁ। ଏହା ଦ୍ୱାରା ହୃଦଘାତ, ରକ୍ତ ସଞ୍ଚାଳନ ଆଦି ରୋଗ ଦେଖାଯାଏ। ତେଣୁ ପ୍ରଥମେ ପାଦରୁ ପାଣି ପକେଇ ଗାଧୋଇବା ଉଚିତ।

୫- ପଞ୍ଚମ ରେ ହେଉଛି ଯଦି ଆପଣ ବାହାରୁ ଘରକୁ ଆସୁଛନ୍ତି କିମ୍ବା ଜିମ ରୁ ଘରକୁ ଆସି କେବେବି ସଙ୍ଗେ ସଙ୍ଗେ ଗାଧୋଇବା ଉଚିତ ନୁହେଁ। କିଛି ସମୟ ପରେ ସ୍ନାନ କରିବା ଉଚିତ। କାରଣ ଏହା ଦ୍ବାରା ଆପଣଙ୍କ ଜୀବନରେ ଅନେକ ସମସ୍ୟା ଦେଖା ଦେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button