ଅପରାଧ

ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଲଜ୍ଜା । ଲିଫ୍ଟ ଦେବା ବାହାନାରେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ । ଦୁଷ୍କର୍ମ କରିବା ପରେ ଗଛରେ ଟାଙ୍ଗି ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ । ଲକ୍ଷ୍ନୌ ଜିଲ୍ଲାର ମୋହନଲାଲନଗଞ୍ଜ ଅଞ୍ଚଳରୁ ଏଭଳି ପାଶବିକତା ସାମ୍ନାକୁ ଆସିଛି । ଏଥିରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ପଚାରଉଚରା କରୁଛି । ଗତ ସୋମବାର ଦିନ ଏହି ଲୋମହର୍ଷଣକାରୀ କାଣ୍ଡ ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି । ମୋହନଲାଲଗଞ୍ଜ ଅଞ୍ଚଳର ଏକ ଗାଁରେ ଜଣେ ଶ୍ରମିକ ନିଜର ୪ ଝିଅଙ୍କ ସହ ରୁହନ୍ତି ।

୬ ମାସ ତଳୁ ତାଙ୍କ ସ୍ତ୍ରୀଙ୍କ ପରଲୋକ ହୋଇଯାଇଛି । ଗତ ରବିବାର ଦିନ ସନ୍ଧ୍ୟା ୫ଟାରେ ତାଙ୍କର ୧୭ ବର୍ଷୀୟ ଝିଅ ବଜାରକୁ ସଉଦା ଆଣିବାକୁ ଯାଇଥିଲେ । ସଉଦା କରି ଫେରୁଥିବା ବେଳେ ରାସ୍ତାରେ ଅନିଲ, ବିଶାଲ ଓ କରନ ନାମକ ୩ ଜଣ ଯୁବକ ନାବାଳିକାଙ୍କୁ ନିଜ ଗାଡିରେ ଘରେ ଛାଡିଦେବେ ବୋଲି କହି ଡାକିଥିଲେ । ଏହାପରେ ନାବାଳିକାଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ହାତଗୋଡ ବାନ୍ଧି ଜଣକ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ । ଏହାପରେ ସୋମବାର ଦିନ ରାତିରେ ପୀଡିତାଙ୍କୁ ଅଚେତ ଅବସ୍ଥାରେ ଗାଁ ନିକଟ ଗୋଟିଏ ଗଛରେ ଓଢଣୀ ସାହାଯ୍ୟରେ ଟାଙ୍ଗି ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ହେଲେ ଏଥିରେ ବିଫଳ ହେବାରୁ ପୀଡିତାଙ୍କୁ ଆଣି ଗାଁ ପାଖରେ ଫିଙ୍ଗି ଦେଇ ପଳାଇଥିଲେ । ହୋସ୍ ଆସିବା ପରେ ପୀଡିତା ନିଜ ଘରେ ପହଞ୍ଚି ବାପାଙ୍କୁ ସବୁକଥା କହିଥିଲେ । ଏହାପରେ ଥାନାକୁ ଯାଇ ଏତଲା ଦେଇଥିଲେ ।

ଅଭିଯୋଗ କ୍ରମେ ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରିଛି । ପୀଡିତାଙ୍କ ବାପାଙ୍କ ଅଭିଯୋଗ ଯେ, ଝିଅ ଘରକୁ ନଫେରିବାରୁ ସୋମବାର ଦିନ ସେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ହେଲେ ପୋଲିସ ତାଙ୍କ କଥା ଶୁଣିନଥିଲା । ଝିଅ ସହ ଗଣଦୁଷ୍କର୍ମ ହୋଇଥିବା ଜାଣିବା ପରେ ସେ ପୁଣି ଥାନାକୁ ଯାଇ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏହି ମାମଲା ଚପାଇବାକୁ ଉଦ୍ୟମ କରୁଥିବା ସେ ସାଂଘାତିକ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୋହଳ ଧାରାରେ ମାମଲା ରୁଜୁ କରି ପଚାରଉଚରା କରୁଛି । ଏହାସହିତ ଅଭିଯୁକ୍ତମାନେ ତାଙ୍କର ଘରେ ପହଞ୍ଚି ଧମକ ଚମକ ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏସିପି ନୀତିନ ସିଂହ କହିଛନ୍ତି ଯେ, ପୀଡିତା ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ୩ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button