IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପୁରୁଷଙ୍କୁ ଏହି 3ଟି କାମ କରିବା ବେଳେ କେବେ ମଧ୍ୟ ଲାଜ କରିବା ଉଚିତ ନୁହେଁ

ନମସ୍କାର ବନ୍ଧୁଗଣ, ଦୁନିଆର ଅନେକ ଜିନିଷ ରହିଛି ଯାହା ଉପରେ ଆମର ହକ ଥାଇ ମଧ୍ୟ ଲାଜରେ ଆମେ ତାହାକୁ ମାଗି ନଥାଉ ଏବଂ ହାତ ଛଡା କରିଦେଇଥାଉ । କିନ୍ତୁ ସବୁବେଳେ ମନେ ରଖନ୍ତୁ ନିଜର ହକ ଥିବା ଜିନିଷକୁ ପାଇବା ପାଇଁ କେବେ ହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ ବା ଲାଜ କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ପୁରୁଷମାନଙ୍କୁ କେଉଁ 3ଟିକାମ କରିବା ବେଳେ କେବେ ମଧ୍ୟ ଲାଜ କରିବା ଦରକାର ନଥାଏ ।

ପ୍ରଥମ: ସ୍ଵାମୀ ସ୍ତ୍ରୀଙ୍କ ଭଲପାଇବା । ଶାରୀରିକ ସମ୍ବନ୍ଧ ପ୍ରେମର ଏକ ପ୍ରତୀକ ଅଟେ । ତେଣୁଏହି ସମୟରେ କୌଣସି ପୁରୁଷଙ୍କୁ ମଧ୍ୟ ଲାଜ କରିବା ବା ଡରିବା ଉଚିତ ହୋଇନଥାଏ । ତାଙ୍କର ତାଙ୍କ ଜୀବନ ସାଥି ଉପରେ ସମ୍ପୂର୍ଣ ହକ ରହିଛି ଏହିସବୁ କରିବା ପାଇଁ । ଯଦି ଆପଣ ଏଭଳି ଡରି ଡରି ନିଜ ସ୍ତ୍ରୀ ଠାରୁ ଦୂରେଇ ରୁହନ୍ତି ତେବେ ଅନ୍ୟ କେହି ସେହି ସ୍ଥାନକୁ ପୁରା କରିଦେଇଥାଏ ।

ତେଣୁ କେବେ ମଧ୍ୟ ନିଜର ଏହି ହକ ଠାରୁ ଦୂରେଇ ରୁହନ୍ତୁ ନାହିଁ । ତେଣୁ ଶାରୀରିକ ସମ୍ବନ୍ଧ ବେଳେ ବୀନା ଲାଜରେ ହିଁ ସ୍ଵାମୀ ସ୍ତ୍ରୀ ଉଭୟଙ୍କୁ ପ୍ରେମ କରନ୍ତୁ । ଦିତୀୟ: ମଣିଷକୁ ନିଜ ଜୀବନ ବଞ୍ଚାଇବା ପାଇଁ ଖାଇବା ନିହାତି ଆବଶ୍ୟକ ତେଣୁ ଭୋଜନ କରିବା ସମୟରେ କୌଣସି ବ୍ୟକ୍ତି ଲାଜ କରିବା ଉଚିତ ନୁହେଁ । ଯେଉଁ ମାନେ ଏଭଳି କରନ୍ତି ସେମାନେ ପ୍ରାୟ ସବୁବେଳେ ଉପାସ ହିଁ ରହିଯାନ୍ତି । ଯାହା ଫଳରେ ଏହା ତାଙ୍କ ପାଇଁ ଭବିଷ୍ୟତରେ ଚିନ୍ତାର କାରଣ ହୋଇଯାଏ ।

ସ୍ଵାସ୍ତ ଅବସ୍ତା ଠିକ ରୁହେ ନାହିଁ । ଏହା ମଧ୍ୟ ଜାଣି ରଖନ୍ତୁ କି ଭୋକରେ ରହୁଥିବା ବ୍ୟକ୍ତି ସର୍ବଦା କ୍ରୋଧିତ ହୋଇଉଠନ୍ତି । ତେଣୁ ସବୁବେଳେ ପେଟ ଫୁଲ ଓ ମନ ଶାନ୍ତି କରି ଭଜନ କରିବା ଦରକାର । ଏହି ସମୟରେ କେବେ ହେଲେ ମଧ୍ୟ ନିଜକୁ ରୋକନ୍ତୁ ନାହିଁ । ଖାଇବାରେ ଲାଜ କରିବାକୁ ଖାଇବାର ଅପମାନ ବୋଲି ମନାଯାଏ ।

ତୃତୀୟ: ଗୁରୁଙ୍କ ଠାରୁ ଜ୍ଞାନ ନେଉଥିବା ସମୟରେ ବା ପାଠ ପଢୁଥିବା ସମୟରେ କେବେ ମଧ୍ୟ ଲାଜ କରନ୍ତୁ ନାହିଁ । ଯେଉଁ ବ୍ୟକ୍ତି ଜ୍ଞାନ ଗ୍ରହଣ କରିବା ସମୟରେ ଲାଜ କରିଥାଏ ସେହି ବ୍ୟକ୍ତିଙ୍କ ଜ୍ଞାନ ସବୁବେଳେ ଅଧା ହିଁ ରାହିଜାଏ । ଏହି ମଣିଷ ନିଜ ଜୀବନରେ କେବେ ମଧ୍ୟ ସଫଳ ହୋଇପାରନ୍ତି ନାହିଁ । ତେଣୁ କୁହଯାଏ କି ଅଧୁରା ଜ୍ଞାନ ଆପଣଙ୍କ ପାଇଁ ସବୁବେଳେ ହାର ଆଣିଦେଇଥାଏ ।

ଅନ୍ୟକୁ ଦେଇଥିବା ଉଧାର ଧନକୁ ମାଗିବା ପାଇଁ କେବେ ହେଲେ ମଧ୍ୟ କୁଣ୍ଠା ବୋଧ କରନ୍ତୁ ନାହିଁ

Related Articles

Leave a Reply

Your email address will not be published. Required fields are marked *

Back to top button