IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀ ର ଏହି ୫ ଟି ଭୁଲ ସ୍ଵାମୀକୁ କରିଦିଏ ଭିକାରୀ- Vastu Shastra

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମନା ଯାଇଥାଏ । କାରଣ ଗୋଟେ ନାରୀ ଚାହିଁଲେ ଘରକୁ ସ୍ଵର୍ଗ ଓ ନର୍କରେ ପରିଣତ କରି ଦେଇଥାଏ ।

ଆମ ହିନ୍ଦୁଧର୍ମରେ ଷୋଳସଂସ୍କାରର ପ୍ରଥା ରହିଛି ସେଥି ମଧ୍ୟରୁ ବିବାହ ପ୍ରଥା ହେଉଛି ଅନ୍ଯତମ । କାରଣ ବିବାହ ପରେ ସ୍ଵାମୀ ସ୍ତ୍ରୀ ଏକ ନୂଆ ଜୀବନର ଆରମ୍ଭ କରିଥାନ୍ତି ।

ବିବାହ ବନ୍ଧନରେ ବାନ୍ଧି ହେବାପରେ ସ୍ଵାମୀ ସ୍ତ୍ରୀ ସାତ ଜନ୍ମର ସାଥି ହୋଇଥାନ୍ତି । ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କର କର୍ମ ଗୋଟିଏ ଜାଗାରେ ଯୋଡି ହୋଇଥାଏ । ଏହି ଦୁଇଜଣଙ୍କ ମଧ୍ୟରେ ଯିଏ ବି ଖରାପ କାମ କରୁ ବା ଭଲ କାମ କରୁ ଏହି ଦୁଇଜଣଙ୍କ ଉପରେ ଏହାର କୁପ୍ରଭାବ ପଡିଥାଏ । ଯଦି ଜଣେ ମଧ୍ୟ ଖରାପ କାମ କରିଥାଏ ତା ହେଲେ ତାହା ଦୁଇଜଣଙ୍କୁ ଭୋଗ କରିବାକୁ ପଡିଥାଏ ।

ପୁରାଣ ଓ ଶାସ୍ତ୍ରରେ ସ୍ତ୍ରୀ ମାନଙ୍କର ଏପରି କିଛି ଭୁଲ ବିଷୟରେ କୁହାଯାଇଛି ଯାହାକୁ ସ୍ତ୍ରୀ ମାନେ କରିବା ଦ୍ଵାରା ଏହାର କୁପ୍ରଭାବ ତାଙ୍କ ସ୍ଵାମୀ ମାନଙ୍କ ଉପରେ ପଡିଥାଏ ଯାହାଫଳରେ ସେମାନଙ୍କ ସ୍ଵାମୀ ଆଜୀବନ ଦରିଦ୍ରତା ଭୋଗ କରିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭୁଲ କମ ଗୁଡିକ ବିଷୟରେ ।

୧. ବନ୍ଧୁଗଣ କୌଣସି ମହିଳାକୁ କେବେହେଲେ ସନ୍ଧ୍ୟା ସମୟରେ ଘର ମଧ୍ୟରେ ଝାଡୁ ମାରିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ମାନା ଯାଇଥାଏ । କାରଣ ଏହା କରିବା ଦ୍ଵାରା ଘରେ ଦରିଦ୍ରତା ଆସିବା ସହ ଏହାର ଖରାପ ପ୍ରଭାବ ସ୍ଵାମୀ ମାନଙ୍କ ଉପରେ ପଡିଥାଏ ।

୨. ବନ୍ଧୁଗଣ ଏପରି କିଛି ମହିଳା ଅଛନ୍ତି ଯେଉଁ ମାନେ ପ୍ରତି କଥାରେ ନିଜ ସ୍ଵାମୀଙ୍କ ସହ ଝଗଡା କରିଥାନ୍ତି ଓ ଏହା ସହିତ କଟୁକଥା ବ୍ୟବହାର ମଧ୍ୟ କରିଥାନ୍ତି । ଏପରି କରିବା ଦ୍ଵାରା ଘରେ ସବୁବେଳେ କଳହ ହୋଇଥାଏ । ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେଉଁ ଘରେ ଏପରି କଳହ ଲାଗି ଥାଏ ସେହି ଘରେ କେବେହେଲେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏପରି କରିବା ଦ୍ଵାରା ଘରେ ଦାରିଦ୍ରତା ମଧ୍ୟ ଆସିଥାଏ ।

୩. ଯେଉଁ ମହିଳା ମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି ସେହି ଘରେ କେବେହେଲେ ମା ଲକ୍ଷ୍ମୀ ଆସିନଥାନ୍ତି । ଏହି ଘରେ ସବୁବେଳେ ଆର୍ଥିକ ସମସ୍ଯା ଲାଗିରହିଥାଏ । ମହିଳା ମାନଙ୍କର ଏହି ଭୁଲ ପାଇଁ ସ୍ଵାମୀ ମାନଙ୍କୁ ଏହାର ଖରାପ ପ୍ରଭାବ ସହ୍ୟ କରିବାକୁ ପଡିଥାଏ ।

୪. ଯେଉଁ ମହିଳା ମାନେ ପର ପୁରୁଷ ମାନଙ୍କ ଉପରେ ନଜର ରଖିଥାନ୍ତି କିମ୍ବା ନିଜ ସ୍ଵାମୀ ପ୍ରତି ସବୁବେଳେ ଘୃଣା ଭାବ ଦେଖାଇଥାନ୍ତି ଏବଂ ଆଉ କାହା ସହିତ ଖରାପ ସମ୍ପର୍କ ରଖିଥାନ୍ତି ତା ହେଲେ ଏହି ଘରେ ସବୁବେଳେ ଦରିଦ୍ରତା ରହିଥାଏ । ବନ୍ଧୁଗଣ ଏହି ଘରେ କେବେହେଲେ ଶାଣି ରୁହେ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button