IBN ଓଡ଼ିଶା ଏକ୍ସକ୍ଲୁସିଭ୍

Holi Special- ଆପଣଙ୍କୁ କୋଟିପତି କରିଦେବ ହୋଲି ର ପାଉଁଶ, ସାତ ଜନ୍ମ ପାଇଁ ଦରିଦ୍ରତା ହେଇଯିବ ଦୂର

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏଥିପାଇଁ ମଣିଷ ଦିନରାତି କଷ୍ଟ କରିଥାନ୍ତି । କାରଣ ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ଧନର ବହୁତ ଆବଶ୍ୟକତା ରହିଥାଏ ।

ତେଣୁ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ଦିନ ରାତି କଷ୍ଟ କରିଥାନ୍ତି । ହେଲେ ବନ୍ଧୁଗଣ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ଯେତେ ଟଙ୍କା ଅର୍ଜନ କରିଲେ ମଧ୍ୟ ସେମାନଙ୍କ ଆଖରେ ସବୁବେଳେ ଧନର ଅଭାବ ଦେଖାଦେଇଥାଏ ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ କମ କଷ୍ଟରେ ଅଧିକ ଫଳ ପାଇଥାନ୍ତି ।

ଯଦି ବନ୍ଧୁଗଣ ଆପଣଙ୍କ ଜୀବନରେ ଅର୍ଥ ଜନିତ ସମସ୍ଯା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପାୟ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ମାନେ ବହୁତ ଶୀଘ୍ର ଅଧିକ ଧନ ଅର୍ଜନ କରିପାରିବେ ଓ ଆପଣ ନିଜ ଜୀବନରେ ହେଉଥିବା ସମସ୍ତ ସମସ୍ଯାକୁ ଦୂର କରିପାରିବେ ।

ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଉପାୟ ହୋଲି ଦିନରେ କରିବାକୁ ହେବ । ଆଉ କିଛି ଦିନ ପରେ ହୋଲି ଆସିବାକୁ ଯାଉଛୁ ଏହି ଉତ୍ସବକୁ ସମଗ୍ର ଦେଶବାସୀ ବହୁତ ଧୁମଧାମରେ ପାଳନ କରିଥାନ୍ତି । ହେଲେ ଏହି ଦିନରେ ମଣିଷ ଯାହା ବି ପାୟ କରିବ ତାକୁ ଏହାର ବହୁତ ଭଲ ଫଳ ମିଳିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧. ଯଦି ବନ୍ଧୁଗଣ ଆପଣଙ୍କ ଘରେ ସୁଖ ସମୃଦ୍ଧି ହେଉନାହିଁ ବା ଆପଣଙ୍କ ଘରେ ସବୁବେଳେ ଝଗଡା ଆଦି ଲାଗିରହୁଛି ତା ହେଲେ ଆପଣଙ୍କ ଘର ଉପରେ କିଛି ନକରାତ୍ମକ ଶକ୍ତିର ପ୍ରଭାବ ରହିଛି । ବନ୍ଧୁଗଣ ଆପଣ ମାନେ ଏହି ହୋଲି ଦିନ ସଖାଳ ସମୟରେ କିଛି କଳାରାଶିକୁ ଏକ କଳା କପଡାରେ ଗୁଡାଇ ନିଜ ପକେଟ ମଧ୍ୟରେ ରଖିଦିଅନ୍ତୁ । ଏହାପରେ ବନ୍ଧୁଗଣ ହୋଲି ଦହନ ଦିନ ଆପଣ ହୋଲି ମାତାଙ୍କୁ ସ୍ମରଣ କରି ସେହି କଳା କପଡାକୁ କଳାରାଶି ସହ ଅଗ୍ନିରେ ଅର୍ପଣ କରିଦିଅନ୍ତୁ । ଦେଖିବେ ଆପଣଙ୍କର ଘରେ ହେଉଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ।

୨. ଯଦି ବନ୍ଧୁଗଣ ଆପଣଙ୍କୁ ବ୍ୟାପାର କ୍ଷେତ୍ରରେ ଲାଭ ମିଳୁନାହିଁ ବା ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଅଛି ତା ହେଲେ ଆପଣ ହୋଲି ଦହନ ପରେ ବଞ୍ଚିଥିବା କିଛି ପାଉଁଶ ନିଜ ଘରକୁ ନେଇ ଆସନ୍ତୁ । ଯଦି ଆପଣ ନିଜର ବ୍ୟାପାର କ୍ଷେତ୍ରରେ ଏହାକାଉ ରଖିବାକୁ ଚାହୁଁଛନ୍ତି ତା ହେଲେ ଆପଣ ଅଳ୍ପ ଲୁଣ ମିଶାଇ ଏସେହି ପାଉଁଶକୁ ଏକ କପଡାରେ ବାନ୍ଧି ରଖିଦିଅନ୍ତୁ । ଯଦି ଆପଣ ଏହାକୁ ନିଜ ଘର ମଧ୍ୟରେ ରଖିବାକୁ ଚାହୁଁଛନ୍ତି ତା ହେଲେ ଏକ କୁଣ୍ଡରେ ଏହି ପାଉଁଶକୁ ରଖି ଅଳ୍ପ ମାଟି ଦ୍ଵାରା ଏକ ତୁଲସୀ ଗଛକୁ ପୋତି ଏହାକୁ ରଖିଦିଅନ୍ତୁ ଓ ସବୁଦିନ ଏହା ସମ୍ମୁଖରେ ଆପଣ ଦୀପ ଜଳାଇ ଦିଅନ୍ତୁ ।

୩. ବନ୍ଧୁଗଣ ହୋଲି ଦହନ ସମୟରେ ଆପଣ ନିଜ ସମସ୍ତ ପରିବାର ଲୋକଙ୍କ ସହ ମିଶି ଦେଶି ଘିଅ, ଦୁଇଟି ଲବଙ୍ଗ, ବତାସା ଓ କୁମକୁମକୁ ସେହି ଦହନ ଅଗ୍ନିରେ ଅର୍ପଣ କରିଦିଅନ୍ତୁ । ଅର୍ପଣ କରିବା ପରେ ଆପଣ ନିଜ ଘର ଲୋକଙ୍କ ସହ ମିଶି ହୋଲି ଦହନର ୧୧ ଥର ପରିକ୍ରମା କରନ୍ତୁ । ପରିକ୍ରମା କରିବା ପରେ ଆପଣ ଏକ ଶୁଖିଲା ନଡିଆକୁ ସେହି ଅଗ୍ନିରେ ଅର୍ପଣ କରିଦିଅନ୍ତୁ । ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ଧନ ସମ୍ବନ୍ଧିତ ସମସ୍ଯା ସଂପୂର୍ଣ୍ଣ ଦୂର ହୋଇଯିବ । ଏହା ସହିତ ଆପଣ ବ୍ୟାପର ଓ ଚାକିରି କ୍ଷେତ୍ରରେ ପ୍ରଚୁର ଧନଲାଭ କରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button