IBN ଓଡ଼ିଶା ଏକ୍ସକ୍ଲୁସିଭ୍

ହେ ଭଗବାନ ଚମତ୍କାର ! ଶେଷରେ ହସ୍ପିଟାଲ ହେଲା ଫେଲ୍, ପାଦୁକା ପାଣି ବଞ୍ଚାଇଲା ଜୀବନ, ବିଶ୍ବାସ ନହେଲେ ବି ସତ…….ଦୟାକରି ଏହି ପୋଷ୍ଟଟିକୁ ଅଧିକ ମାତ୍ରାରେ ସେୟାର କରନ୍ତୁ….

କଥାରେ ଅଛି ଯେଉଁ କାମ ବଡ଼ ବଡ଼ ଡାକ୍ତର କରି ପାରନ୍ତି ନାହିଁ ତାହା ଭଗବାନ କରିଥାନ୍ତି । ଭଗବାନ ଙ୍କ ଚମତ୍କାରିତା ଯିଏ ପାଇଥାଏ ସେ ମୃ-ତ୍ୟୁ ମୁଖରୁ ମଧ୍ୟ ବଞ୍ଚି ଯାଇ ଥାଏ । ଓଡ଼ିଶାରେ ଅନେକ ଦେବା ଦେବୀ ଙ୍କୁ ପୂଜା କରା ଯାଇ ଥାଏ । ସମସ୍ତ ମନ୍ଦିର ରେ ଲୁଚି ରହିଛି କିଛି ନା କିଛି ରହସ୍ୟ । ଯାହାର ଅନେକ ଉଦାହରଣ ଆପଣ ମାନେ ନିଶ୍ଚୟ ଦେଖି ଶୁଣି ଥିବେ । ଆଜି ଆମେ ଆପଣଙ୍କୁ ସେହିପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଏକ ଏମିତି ମନ୍ଦିର ଅଛି ଯାହାର ପାଦୁକା ରେ ଡାକ୍ତର ଫେରାଇ ଥିବା ରୋଗୀ ମଧ୍ୟ ଭଲ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣାଟି କଣ ।

ତେବେ ଆମେ ଆପଣଙ୍କୁ ଯେଉଁ ମନ୍ଦିର କଥା କହୁଛୁ ଏହା ଓଡ଼ିଶା ର ଜଗତସିଂହପୁର ର ଅଟେ ।  ଏଠାରେ ଥିବା ପୂଜକ ବହୁତ୍ ବର୍ଷ ରୁ ପୂଜା କରି ଆସୁଛନ୍ତି । ଏହି ମନ୍ଦିର ର ଚମତ୍କାରିତା ସେ ନିଜେ ଅଙ୍ଗେ ଲିଭାଇଛନ୍ତି ବୋଲି କୁହନ୍ତି । ତେବେ ସେ ନିଜେ ଅନୁଭୂତିର ଏକ ଘଟଣା ବିଷୟରେ କହିଲେ କି ଥରେ ଏକ ନବ ଜାତ ଶିଶୁ ଅସୁସ୍ଥ ହୋଇ ଥିଲା । ଡାକ୍ତର ପିଲାଟିକୁ ବଞ୍ଚାଇପାରିବେ ନାହିଁ ବୋଲି କହି ଦେଇଥିଲେ । କିନ୍ତୁ ଦୁଃଖରେ ଭାଙ୍ଗି ଥିବା ସେହି ପିଲାର ବାପା ମନ୍ଦିର କୁ ଆସି ଥିଲେ । ପୂଜା ସାରି ନିଜ ଦୁଃଖ କହିବା ପରେ ତାଙ୍କୁ ପୂଜକ ପାଦୁକା ଓ ଏକ ଫୁଲ ଦେଇଥିଲେ । ସେହି ପାଦୁକା ପାଇ ପିଲା ଓ ମା ଉଭୟ ସୁସ୍ଥ ହୋଇ ଘରକୁ ଫେରିଲେ । ଏହି ଭଳି ଅନେକ ଚମତ୍କରିତା ଦେଖିବାକୁ ମିଳିଥାଏ ।

ତେବେ ଆମେ ଯେଉଁ ମନ୍ଦିର ବିଷୟରେ କହୁଛୁ ତାହା ହେଲା ଖାଲୁଆ ହନୁମାନ ପୀଠ । ଅନେକ ଲୋକ ଆସିଥାନ୍ତି ମନ୍ଦିର କୁ । ମାନସିକ କରିବା ପାଇଁ ବହୁ ଦୂର ଦୁରନ୍ତ ରୁ ଆସିଥାନ୍ତି ଶ୍ରଦ୍ଧାଳୁ । ଛୋଟ ପିଲା ଙ୍କ ପାଟି ଫିଟୁ ନ ଥିଲେ ଏଠାରେ ମାନସିକ କରି କୁଲା ଲଗା ଯାଇ ଥାଏ । କିଛି ଦିନ ମଧ୍ୟ ରେ ଶିଶୁ ଟି କଥା କହିବାକୁ ଆରମ୍ଭ କରି ଦିଏ । ପୂଜକ କହିବା ଅନୁଯାୟୀ ବଡ଼ ବଡ଼ ହସ୍ପିଟାଲ୍ ଫେଲ ହୋଇ ଯାଇଥିଲେ ଏହି ମନ୍ଦିର ର ପାଦୁକା ପାଣି ବହୁତ୍ ବଡ଼ ବଡ଼ ରୋଗ କୁ ଭଲ କରି ଦେଇଛି ।

ଆଜି ପର୍ଯ୍ୟନ୍ତ ଯେତେ ଭକ୍ତ ଆସିଛନ୍ତି କେହି ମଧ୍ୟ ନିରାଶ ହୋଇ ଫେରି ନାହାନ୍ତି । ଏଠି ଥିବା ଗଛ ର ମାହାତ୍ମ୍ୟ ଅନେକ । ଗଛ ଟି ହେଉଛି ବଉଳ କୋଳି ଗଛ । ସେହି ଗଛ ରେ ସମସ୍ତେ ମାନସିକ କରି କୂଲା ଟାଙ୍ଗୀ ଦେଇଥାନ୍ତି । ତେବେ ୧୯୯୯ ମସିହା ମହାବାତ୍ୟା ରେ ସମସ୍ତ ଗଛ କ୍ଷତି ହୋଇ ଥିଲା । ମାତ୍ର ଏହି ଗଛ ର ପତ୍ର ଟିଏ ବ ଝଡି ନ ଥିଲା । ଆଜି ପର୍ଯ୍ୟନ୍ତ ଯିଏ ବ ଶ୍ରଦ୍ଧାଳୁ ସେହି ପୀଠ କୁ ଯାଇଛନ୍ତି ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଛି । ସନ୍ତାନ ନ ହେଉଥିବା ବ୍ୟକ୍ତି ଙ୍କ ମଧ୍ୟ ସନ୍ତାନ ହୋଇଛି । ତେବେ ନିଶ୍ଚିତ ରୂପେ ଏହି ପୀଠ କୁ ଭ୍ରମଣ କରିବା ଉଚିତ୍ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button