IBN ଓଡ଼ିଶା ବ୍ୟୁରୋ

ଭଲ ସମୟ ଆସିବା ପୂର୍ବରୁ ମା’ ଲକ୍ଷ୍ମୀ ଙ୍କ ବାହନ ପେଚା ଦେଇଥାଏ ଏହି 3 ଟି ସଙ୍କେତ, ମା’ ଲକ୍ଷ୍ମୀଙ୍କର ହୋଇଥାଏ ଆଗମନ- Vastu Shastra

ବନ୍ଧୁଗଣ ଏହି ପୃଥିବୀରେ ଥିବା ସମସ୍ତ ପଶୁ ପକ୍ଷୀ ମାନଙ୍କର କିଛି ନା କିଛି ବିଶେଷତ୍ଵ ରହିଛି । ବହୁତ ଥର ଏହି ପଶୁ ପକ୍ଷୀ ମାନଙ୍କୁ ଶୁଭ ଓ ଅଶୁଭ ଦ୍ରୁଷ୍ଟିରୁ ମଧ୍ୟ ଦେଖାଯାଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପେଚା ବିଷୟରେ କହିବାକୁ ଯାଉଛୁ ।

ଏହି ଦୁନିଆର କେତେକ ଲୋକ ପେଚାକୁ ଶୁଭ ମାନି ଥାନ୍ତି ତ ଅନ୍ୟ କେତେକ ଲୋକ ପେଚାକୁ ଅଶୁଭ ମାନିଥାନ୍ତି । ପେଚା ଏକ ନିଶାଚର ଜୀବ ଅଟେ ଯିଏ ରାତିରେ ଜାଗ୍ରତ ରହିଥାଏ ଓ ଦିନରେ ଶୋଇଥାଏ । ବନ୍ଧୁଗଣ ପେଚାର ଶାରୀରିକ ରଚନା ବହୁତ ଭୟଙ୍କର ଅଟେ ।

ପେଚା ନିଜ ବେକକୁ ବୁଲାଇ ପାରେ, ତାର ବଡ କାନ ଅଛି ଓ ତାର ମୁହଁ ବାଦାମ ଆକୃତିରେ ହୋଇଛି । ପେଚାର ଚିତ୍କାରକୁ ଶୁଣି ଲୋକମାନେ ଡରିଯାଇ ଥାନ୍ତି । ପେଚାକୁ ପୁରାଣରେ ବହୁତ ଅଶୁଭ ମାନା ଯାଇଛି । ହେଲେ ପୂରଣ ଅନୁସାରେ ଯେତେବେଳେ ମା ଲକ୍ଷ୍ମୀ ପୃଥିବୀ ପୃଷ୍ଟରେ ପାଦ ଦେଇଥିଲେ ସେତେବେଳେ ରାତ୍ରି ହୋଇଯାଇଥିଲା ସେହି ସମୟରେ କେବଳ ପେଚା ଜାଗ୍ରତ ହୋଇ ରହିଥିଲା ।

ସେବେଠାରୁ ପେଚା ମା ଲକ୍ଷ୍ମୀଙ୍କର ବାହନ ରୂପେ ପରିଚିତ ଅଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପେଚା ସହ ଜଡିତ ଏପରି କିଛି ସଙ୍କେତ ବିଷୟରେ କହିବୁ ଯାହା ମଣିଷ ଜୀବନ ପାଇଁ ବହୁତ ଶୁଭ ଅଟେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ସଙ୍କେତ ଗୁଡିକ ବିଷୟରେ ।

୧. ଯଦି ବନ୍ଧୁଗଣ ଦୀପାବଳି ଦିନ ଆପଣ କୌଣସି ସ୍ଥାନରେ ପେଚା ଦେଖୁଛନ୍ତି ବା ଆପଣଙ୍କ ଘରକୁ ପେଚା ଆସୁଛି ତା ହେଲେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଏହା ମା ଲକ୍ଷ୍ମୀଙ୍କର ଆସିବାର ସଙ୍କେତ ଅଟେ । ତେଣୁ ଯଦି ଆପଣ ମାନଙ୍କୁ ଏହି ସଙ୍କେତ ମିଳୁଛି ତା ହେଲେ ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଆସୁଛନ୍ତି । ଏହାଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବା ସହିତ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ଓ ଆପଣଙ୍କ ପରିବାର ସୁଖ ସମୃଦ୍ଧିରେ ଭରିଯିବ ।

୨.ଯଦି ବନ୍ଧୁଗଣ କୌଣସି ଗର୍ଭବତୀ ମହିଳାକୁ ପେଚା ଦେଖାଯାଇଥାଏ ତା ହେଲେ ଏହା ମ ଓ ସନ୍ତାନ ପାଇଁ ବହୁତ ଶୁଭ ହୋଇଥାଏ । ଯଦି ସେହି ଗର୍ଭବତୀ ମହିଳା ଜଣକ ପେଚାକୁ ସ୍ପର୍ଶ କରିଥାଏ ତା ହେଲେ ତାର ଗର୍ଭରେ ଥିବା ସନ୍ତାନ ବହୁତ ଭାଗ୍ୟଶାଳୀ ହୋଇଥାଏ ।

୩. ଯଦି କୌଣସି ରୋଗୀକୁ ପେଚା ସ୍ପର୍ଶ କରି ଚାଲିଯାଇଥାଏ ତା ହେଲେ ସେହି ରୋଗୀକୁ ସୁସ୍ଥ ହୋଇଯିବ। ଯଦି ଆପଣ ନିଜର ବ୍ୟାପାର କ୍ଷେତ୍ରରେ ବା ଚାକିରି କ୍ଷେତ୍ରରେ କୌଣସି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ତା ହେଲେ ଯଦି ଆପଣ ପେଚାକୁ ସ୍ପର୍ଶ କରିଦିଅନ୍ତି ତା ହେଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ । ଏହା ସହିତ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ନିଶ୍ଚୟ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button