IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Shastra- ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୪ ଟି ସଂକେତ (ଶୁଭ ଅଶୁଭ ସଙ୍କେତ)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସମୟ ହେଉଛି ବଡ଼ ବଳବାନ । ସମୟ ର ଚକ୍ର କୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ସମୟ ର ଗତିବିଧି ରେ ମନୁଷ୍ୟ ବନ୍ଧା ହୋଇଥାଏ । ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସମୟ ର ପ୍ରଭାବ ରେ ସଫଳତା ର ଶୀର୍ଷ ସ୍ଥାନରେ ପହଁଚିଥାନ୍ତି ।

ତେବେ ମନୁଷ୍ୟ ନିଜ ଜୀଵନ ରେ ଭଲ ସମୟ ଆସିବା ପୂର୍ବରୁ କୌଣସି ଆଭାସ ପାଇ ନଥାଏ । ଥରେ ନାରଦ ମୁନି ଶ୍ରୀକୃଷ୍ଣ ଙ୍କୁ ଏହି ସମ୍ବନ୍ଧରେ ପ୍ରଶ୍ନ କରି ପଚାରି ଥିଲେ ଯେ ଜୀବନ ରେ ଭଲ ସମୟ ଆସିବା ପୂର୍ବରୁ ମନୁଷ୍ୟ ଜାଣିବ କିପରି ଏବଂ ଏହାର ଉତ୍ତର ରେ ଶ୍ରୀକୃଷ୍ଣ କହିଥିଲେ ଯେ ମନୁଷ୍ୟ ଜୀବନ ରେ ଶୁଭ ସମୟ ର ଆଗମନ ହେବା ପୂର୍ବରୁ ପ୍ରକୃତି ଦ୍ବାରା ହିଁ ସଂକେତ ମିଳିଥାଏ ।

ତାହା କେବଳ ମନୁଷ୍ୟ ଜାଣିପାରି ନଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସଂକେତ ଗୁଡ଼ିକ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣଙ୍କ ଆଖି ବ୍ରହ୍ମ ମୁହୂର୍ତ୍ତରେ ଖୋଲି ଥାଏ ଏବଂ ଈଶ୍ୱର ଙ୍କ ସ୍ମରଣ ହୋଇଥାଏ । ଏହା ସହିତ ଯଦି ଆପଣଙ୍କୁ ଏହା ପ୍ରତୀତ ହୋଇଥାଏ ଯେ କୌଣସି ବ୍ୟକ୍ତିଗତ ଆପଣଙ୍କୁ ଏକ ଦିଗକୁ ଟାଣି ନେଉଛି ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ସଫଳତା ର ମାର୍ଗ ହାସଲ ହେବାକୁ ଯାଉଛି ଏବଂ ଆପଣଙ୍କୁ ଈଶ୍ୱର ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ଆପଣ ଜୀବନ ରେ ଉନ୍ନତି କରିବେ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣଙ୍କ ମନ ବିନା କାରଣ ରେ ପ୍ରସନ୍ନ ରହୁଛି ଏବଂ ଆପଣଙ୍କ ଚେହେରା ସର୍ଵଦା ପ୍ରଫୁଲ୍ଲିତ ରହୁଛି ତେବେ ଏହାର ଅର୍ଥ ଭବିଷ୍ୟତ ରେ ଆପଣଙ୍କ ଜୀବନ ରେ ଖୁସି ର ଆଗମନ ହେବାକୁ ଯାଉଛି । ଏପରି ହେବା ଏହା ଦର୍ଶାଇ ଥାଏ ଯେ ଆପଣଙ୍କୁ ଭବିଷ୍ୟତ ରେ ଏଭଳି ଖୁସି ଖବର ମିଳିବ ଯାହାର ଆପଣ ସ୍ୱୟଂ କଳ୍ପନା ମଧ୍ୟ କରି ନଥିବେ । ମନ ପ୍ରସନ୍ନ ରହିବା ହେଉଛି ସବୁଠାରୁ ବଡ଼ ଶୁଭ ସଂକେତ ।

୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣଙ୍କ ଦ୍ୱାର ସମ୍ମୁଖରେ ବାରମ୍ବାର ଗୋମାତା କିଛି ଖାଇବା ପାଇଁ ଆସୁଛନ୍ତି, ମାଙ୍କଡ଼ ଆପଣଙ୍କ ଘରୁ ସ୍ୱୟଂ ଜିନିଷ ଉଠାଇ ନେଇ ଯାଉଛି, ପକ୍ଷୀ ମାନେ ଆପଣଙ୍କ ଘର ସାମ୍ନା ରେ ଆବାଜ କରୁଛନ୍ତି ଏବଂ ବିଲେଇ ଯଦି ଆପଣଙ୍କ ଘରେ ଛୁଆ ଜନ୍ମ କରୁଛି ତେବେ ଏହି ସବୁ ସଂକେତ ର ଅର୍ଥ ଆପଣ ଭବିଷ୍ୟତ ରେ ବଳବାନ ହେବେ ଏବଂ କୌଣସି ଏକ ଯୋଗ୍ୟ ପଦବୀ ରେ ପହଞ୍ଚିବେ ।

୪. ବନ୍ଧୁଗଣ ଚତୁର୍ଥତଃ, ପ୍ରତ୍ୟେକ ଶିଶୁ ଙ୍କ ମଧ୍ୟରେ ଈଶ୍ୱର ଙ୍କ ବାସ ରହିଥାଏ । ତେଣୁ ଯଦି କେବେବି କୌଣସି ଶିଶୁ ଆପଣଙ୍କୁ ଦେଖି ହସିଥାଏ ଏବଂ ଆପଣଙ୍କ ଘର କୁ ଆସି ଖୁସି ରେ ଖେଳିଥାଏ ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ଭବିଷ୍ୟତ ରେ ହସ ଖୁସିରେ ପୂର୍ଣ୍ଣ ହେବାକୁ ଯାଉଛି । ଏହିପରି ସଂକେତ ସ୍ୱୟଂ ଈଶ୍ୱର ଙ୍କ ଦ୍ଵାରା ପ୍ରାପ୍ତ ହୋଇଥାଏ । ଏହି ସଂକେତ ଭବିଷ୍ୟତ ରେ ଆପଣଙ୍କ ସୁନ୍ଦର ଜୀବନ ର ସୂଚନା ପ୍ରଦାନ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button