ଦେଶ

ସୋମବାର ରାତି ବି ଦିଲ୍ଲୀରେ ରହିବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ – Ibnodisha

[ad_1]

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗତ ଦୁଇଦିନ ହେଲା ନୂଆ ଦିଲ୍ଲୀରେ ଅଟକି ରହିଛନ୍ତି । ସେ ରବିବାର କାନାଡା ଫେରିବାର କାର୍ଯ୍ୟକ୍ରମ ଥିଲେ ବି ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ଯାଇପାରିନଥିଲେ ଓ ଦିଲ୍ଲୀରେ ରାତ୍ରୀ ଯାପନ କରିଥିଲେ । ସୋମବାର ତାଙ୍କର ବିମାନର ତ୍ରୁଟି ସଜଡ଼ା ଯିବା ପରେ ସେ ଫେରିବାର ଥିଲା । କିନ୍ତୁ ମିଳିଥିବା ସୂଚନା ଅନୁସାରେ ତାଙ୍କ ବିମାନ ସଜଡ଼ାଯାଇପାରିନାହିଁ । ଏଣୁ ତାଙ୍କୁ ନେବା ପାଇଁ କାନାଡାରୁ ଆଉ ଏକ ବିମାନ ଆସୁଛି । ତାହା ଆଜି ରାତିରେ ଦିଲ୍ଲୀରେ ପହଞ୍ଚିବ । ଏହା ପରେ ଟ୍ରୁଡୋ ଫେରିବାର ସମ୍ଭାବନା ରହିଛି ।

କାନାଡାର ସିଟିଭି ନ୍ୟୁଜ୍ ରିପୋର୍ଟ କରିଛି ଯେ ବିମାନରେ ବୈଷୟିକ ତ୍ରୁଟି ହେତୁ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପ୍ରତିନିଧି ଦଳ ଦିଲ୍ଲୀରେ ଫସି ରହିଛନ୍ତି ଏବଂ ମଙ୍ଗଳବାର ସକାଳେ ଦିଲ୍ଲୀରୁ ଉଡ଼ାଣ ଭରିବେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ, ଟ୍ରୁଡୋ ତାଙ୍କ ପୁଅ ଜାଭିୟରଙ୍କ ସହ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଶୁକ୍ରବାର ଭାରତରେ ପହଞ୍ଚିଥିଲେ । ଜଷ୍ଟିନ ଟ୍ରୁଡୋଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କାନାଡାରେ ଖଲିସ୍ତାନୀ ଉଗ୍ରବାଦୀ ବିଚ୍ଛିନ୍ନତାବାଦ କାର୍ଯ୍ୟକଳାପ ବୃଦ୍ଧିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button