ରାଜ୍ୟ

୧୦ ବର୍ଷ ଧରି ଅଚଳ ୧ କୋଟିର କୁସା ମେସିନ: ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ – Ibnodisha

[ad_1]

କାହିଁକି ଏଭଳି ଚିଠି କଲେ ଭିମସାର୍‌ ଅଧୀକ୍ଷକ

ଭୁବନେଶ୍ବର: କେଉଁ ଅଧିକାରୀଙ୍କ ଯୋଗୁଁ ୧୦ ବର୍ଷ ଧରି କେଭିଟ୍ରାଲ ଆଲଟ୍ରାସୋନିକ ସର୍ଜିକାଲ ଏସ୍ପାରେଟର ବା କୁସା ମେସିନ ଅଚଳ ହୋଇ ରହିଲା ତାଙ୍କୁ ଚିହ୍ନଟ କର ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ବୋଲି ସ୍ବାସ୍ଥ୍ୟ ବିଭାଗକୁ ସୁପାରିସ କରିଛି ପବ୍ଲିକ ଆକାଉଣ୍ଟସ୍ କମିଟି। ଅକ୍ଟୋବର ସୁଦ୍ଧା ଏହି ମେସିନ କାର୍ଯ୍ୟକ୍ଷମ ହୋଇଯିବ କିନ୍ତୁ ଏହା ଭିମସାର ବଦଳରେ ଏସସିବିରେ କାର୍ଯ୍ୟ କରିବ ବୋଲି ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତ କମିଟିକୁ ଜଣାଇଥିବା କହିଛନ୍ତି ଏହାର ସଦସ୍ୟ ତଥା ରେଙ୍ଗାଲି ବିଧାୟକ ନାଉରୀ ନାଏକ।

ସୂଚନା ଅନୁଯାୟୀ, ୨୦୧୩ ମସିହାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନା ପାଇଁ ୯୯ ଲକ୍ଷ ୭୫ ହଜାର ଟଙ୍କାରେ କୁସା ମେସିନର କ୍ରୟ କରାଯାଇଥିଲା। ଯାହା ସର୍ଜରି ପାଇଁ ଉପଯୋଗୀ ହୋଇ ପାରିଥାଆନ୍ତା। କିନ୍ତୁ ଏହାକୁ ଚଳାଇବା ପାଇଁ କୌଣସି ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଆଯାଇନଥିଲା। ୨୦୧୯ ମସିହା ପର୍ଯ୍ୟନ୍ତ ଭିମ୍‌ସାରରେ ଏହା ଅନୁପଯୋଗ ହୋଇ ରହିଥିବା ଜାଣିବା ପରେ ଏହାକୁ କଟକ ବଡ଼ ଡାକ୍ତରଖାନାକୁ ପଠାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୨୧ ମସିହାରେ ଏସସିବିକୁ ପଠାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଏହା ଅନୁପଯୋଗ ହୋଇ ପଡ଼ିଛି। କଟକ ସ୍ଥାନାନ୍ତରଣର ନିଷ୍ପତ୍ତି ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କମିଟିକୁ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ ହୋଇଛି। କୁସା ମେସିନକୁ ବୁର୍ଲାରୁ କଟକ ସ୍ଥାନାନ୍ତରଣ ସୁପାରିସ ଆଉ କେହି ନୁହେଁ ବରଂ ଭିମସାରର ତତକାଳୀନ ଅଧୀକ୍ଷକ ନିଜେ କରିଥିଲେ। ସ୍ବାସ୍ଥ୍ୟ ବିଭାଗକୁ ଦେଇଥିବା ଚିଠିରେ ସେ ଜଣାଇଥିଲେ, ଏହି ମେସିନ ଚଳାଇବା ପାଇଁ ବୁର୍ଲାରେ କେହି ଡାକ୍ତର ନାହାନ୍ତି ତେଣୁ ଏହାକୁ ଏଠୁ ନେଇଯିବା ପାଇଁ କହିଥିଲେ। ତେଣୁ ବର୍ତ୍ତମାନ ସ୍ଥିତିରେ ଆଉ ଥରେ ଏହାକୁ ଭିମ୍‌ସାରକୁ ପଠାଯାଇ ପାରିବ ନାହିଁ।

ଏହାକୁ ଏସସିବିରେ ରଖାଯାଇ ସଚଳ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ପ୍ରଶ୍ନ ଉଠୁଛି ଯେ ଯଦି ଭିମସାରର ଯୋଗ୍ୟତା ନଥିଲା ତେବେ ୧ କୋଟି ଟଙ୍କାରେ କୁସା ମେସିନ ଏହି ଡାକ୍ତରଖାନା ପାଇଁ କାହିଁକି କିଣାଗଲା? ପରବର୍ତ୍ତୀ ସମୟରେ ପ୍ରଶିକ୍ଷଣ ପାଇଁ ଡାକ୍ତର ରାଜିଥିଲେ, ପ୍ରଶିକ୍ଷଣ ଦେବା ପାଇଁ କମ୍ପାନି ଚାହୁଁଥିଲା। ଏହା ସତ୍ତ୍ବେ ଭିମ୍‌ସାର କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ କାହିଁକି ପଠାଗଲା ନାହିଁ। ଭିମ୍‌ସାର ଅଧୀକ୍ଷକ ନିଜ ରୋଗୀଙ୍କ କଲ୍ୟାଣ ପାଇଁ ନିଜ ପାଖରେ ନ ରଖି କାହିଁକି କଟକ ନେଇଯିବା ପାଇଁ କହିଲେ ତାକୁ ନେଇ ପ୍ରଶ୍ନବାଚୀ ରହିଛି। ବର୍ତ୍ତମାନ ଯେତେବେଳେ ଅକ୍ଟୋବର ସୁଦ୍ଧା ଏହା ସଚଳ ହେବ ବୋଲି ପ୍ରତିଶ୍ରୁତି ମିଳୁଛି ଭିମ୍‌ସାର ଭଳି ପଛୁଆ ଏବଂ ଗରିବ ଅଞ୍ଚଳରେ ସ୍ଥିତ ଡାକ୍ତରଖାନାର ମେସିନ କଟକରେ କାହିଁକି ରହିବ ବୋଲି ପ୍ରଶ୍ନ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button