IBN ଓଡ଼ିଶା ଏକ୍ସକ୍ଲୁସିଭ୍

Jyotish Shastra- ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗୁପ୍ତ କଥା, ଜାଣନ୍ତୁ ମିଥୁନ ରାଶିର ବ୍ୟକ୍ତି ଙ୍କ ବିଷୟରେ କିଛି ଅଜଣା କଥା

ନମସ୍କାର ବନ୍ଧୁଗଣ ଆଜି ଆମେ ମିଥୁନ ରାଶି ବିଷୟରେ କିଛି ଅଜଣା କଥା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା କିଛି ରହସ୍ୟ ଏବଂ ଅଜଣା କଥା ଏବଂ ବ୍ୟକ୍ତି ବିଶେଷ ଚରିତ୍ର ଆଦି ଉପରେ ଆଲୋଚନା କରିବା ।

ମିଥୁନ ରାଶି କୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରା ଯାଇଛି । ଯଥା ୫/୩ ମୃଗଶିରା ନକ୍ଷତ୍ର ମିଥୁନ ରାଶି । ଏମାନେ ହେଉଛନ୍ତି ଦେବଗଣ ଏବଂ ଆତ୍ମ ବିଶ୍ୱାସୀ ଅଟନ୍ତି । ୬/୩ ଆଦ୍ରା ନକ୍ଷତ୍ର ମିଥୁନ ରାଶି । ଏମାନେ ହେଉଛନ୍ତି ମାନବ ଗଣ ।

୭/୩ ପୁନର୍ବସୁ ନକ୍ଷତ୍ର ମିଥୁନ ରାଶି । ଏମାନେ ହେଉଛନ୍ତି ଦେବଗଣ । ସତ୍ୟ ଏବଂ ନ୍ୟାୟ ରେ ପରିଚାଳିତ ହୋଇଥାନ୍ତି ।

ମିଥୁନ ରାଶି ଏକ ଦାମ୍ଭିକ ରାଶି । ଏହା ହେଉଛି ଵାୟୁ ତତ୍ତ୍ୱ ରାଶି । ମିଥୁନ ରାଶି ର ବ୍ୟକ୍ତି ବିଶେଷ ଅନ୍ୟ ମାନଙ୍କୁ ସହଜରେ ବିଶ୍ୱାସ କରି ନିଅନ୍ତି । ଏହା ଛଡା ଏମାନେ ପରୋପକାରୀ ସ୍ଵଭାଵ ର ହୋଇ ଥାଆନ୍ତି । ଶାନ୍ତ ସ୍ଵଭାଵ ର ହୋଇଥାଆନ୍ତି । ରାଜନୀତି, ଅଧ୍ୟାପନ ଆଦି କ୍ଷେତ୍ରରେ ସେମାନଙ୍କର ବିଶେଷ ରୁଚି ରହିଥାଏ । ଏହା ଛଡା ବାଣିଜ୍ୟ ରେ ମଧ୍ୟ ରୁଚି ରହିଥାଏ ।
ଏହି ରାଶି ର ବ୍ୟକ୍ତି ମାନେ ପରିବାରର ପ୍ରିୟ ହୋଇ ଥାଆନ୍ତି । ପତି ପତ୍ନୀ ଙ୍କ ମଧ୍ୟ ରେ ବହୁତ ଭଲ ସଂପର୍କ ମଧ୍ୟ ଥାଏ । ପାରିବାରିକ ଜୀବନ ବହୁତ ଭଲ ଥାଏ ।

ମିଥୁନ ରାଶି ର ବ୍ୟକ୍ତି ବିଶେଷ ବହୁତ ସରଳ ମନ ର ହୋଇ ଥିବାରୁ ସେମାନଙ୍କ ର ଅନେକ ଫାଇଦା ମଧ୍ୟ ଉଠାଇ ଥାଆନ୍ତି । ଏହା ଛଡା ସେମାନେ ଦ୍ଵନ୍ଦ ସ୍ଵଭାଵ ର ହୋଇ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇ ଥାଆନ୍ତି । ଏମାନେ ନାନାଦି ଦେଵତା ଙ୍କ ଉପରେ ଭକ୍ତି ରଖିଥାନ୍ତି ଏବଂ ଭଲ ଲୋକଙ୍କ ସହ ମିଶିବା ଏମାନଙ୍କର ଏକ ଅଭ୍ୟାସ୍ ।

ଏହି ରାଶି ର ମନ୍ଦ ଗୁଣ ହେଉଛି । ଏମାନେ ପରିବେଶ ସହ ଖାପ ନ ଖୁଆଇ ଏବଂ କାହାର କଥା ନ ମାନି ନିଜ ମନ ମୁତାବକ ସବୁ କାର୍ଯ୍ୟ କରିଥାନ୍ତି । ମିଥୁନ ରାଶି ର ରୋଗ ହେଉଛି ଅର୍ଶ୍ଵ ରୋଗ , ଶ୍ୱାସ ରୋଗ, ବହୁ ମୂତ୍ର ରୋଗ, ପେଟ ରୋଗ ଲାଗି ରହିଥାଏ । ମିଥୁନ ରାଶି ର ବ୍ୟକ୍ତି ବିଶେଷ ଙ୍କ ଜୀବିକା ହେଉଛି । ଶସ୍ୟ ଜାତୀୟ କାଠ,ତୁଳା,ପଥର ଏବଂ ଓକିଲ ଅଧ୍ୟାପକ,ଡାକ୍ତର,ଧର୍ମ ପ୍ରତିନିଧି,କିରାଣୀ, ସାମ୍ବାଦିକ ଆଦି ।

ମିଥୁନ ରାଶି ର ବ୍ୟକ୍ତି ମାନଙ୍କ ର ଫାଇଦା ବହୁତ ଉଠାଇ ଥାଆନ୍ତି । ସେମାନେ ନିଜର କାର୍ଯ୍ୟ ସାରି ଆପଣ ମାନଂକୁ ଧୋକା ମଧ୍ୟ ଦେଇ ପଳାନ୍ତି ସେଥି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଆପଣ ମାନେ ଛୋଟ ଛୋଟ କଥାରେ ଦୁଃଖିତ ହୋଇ ଯାଆନ୍ତି । ଏହି ରାଶି ର ଶୁଭ ଦିଗ ହେଉଛି ପଶ୍ଚିମ ଦିଗ । ତେଣୁ ପଶ୍ଚିମ ଦିଗ କୁ ଯାତ୍ରା କିମ୍ବା କାର୍ଯ୍ୟ ସଫଳତା ପ୍ରଦାନ କରିଥାନ୍ତି । ଏହି ରାଶି ର ଲାଭ କିମ୍ବା ଶୁଭ ସମୟ ହେଉଛି ଚବିଶ ବର୍ଷ ରୁ ବତିଶ ବର୍ଷ ଏବଂ ଚଉତିରିଷ ବର୍ଷ ରୁ ଛତିଶ ବର୍ଷ ।

ଏହି ରାଶି ର ବ୍ୟକ୍ତି ମାନେ ନିଜ ଈଶ୍ୱର ପ୍ରତି ଅଟଳ ବିଶ୍ୱାସ ରଖିଥାନ୍ତି । ଏମାନଙ୍କ ର ଶୁଭ ସଂଖ୍ୟା ହେଉଛି ୪,୫,୭ । ଏହି ରାଶି ର ଶୁଭ ବାର ହେଉଛି ବୁଧବାର ଏବଂ ଗୁରୁବାର ।
ଏମାନଙ୍କ ର ଆୟୁ ହେଉଛି ୭୫ ବର୍ଷ, ୭୮ ବର୍ଷ ଏବଂ ୮୧ ବର୍ଷ ହୋଇ ଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button