IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Tips- ଶନିବାର ରାତିରେ ଚୁପଚାପ ଏହି ଠାରେ ରଖନ୍ତୁ 1 ଲବଙ୍ଗ, ସବୁ ଦୁଃଖ କଷ୍ଟ ରୁ ମିଳିବ ମୁକ୍ତି

ନମସ୍କାର ବନ୍ଧୁଗଣ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ । କିଏ ଧନ କୁ ନେଇ ଚିନ୍ତା ରେ ଥାଏ ତ କିଏ ସନ୍ତାନ ସମସ୍ୟା କୁ ନେଇ ଚିନ୍ତାରେ ରହିଥାନ୍ତି । ଆଉ କିଛି ଲୋକ ନିଜର ସ୍ୱାସ୍ଥ୍ୟ କୁ ନେଇ ମଧ୍ୟ ଚିନ୍ତିତ ଥାଆନ୍ତି ।

ପ୍ରତ୍ୟେକ ବ୍ୟକ୍ତି ର ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଥାଏ । ଜ୍ୟୋତିଷ ଶାସ୍ତ୍ର ରେ ଏହି ସବୁ ସମସ୍ୟାରୁ ବାହାରିବାର ଉପାୟ ରହିଛି । ଆଜି ଆମେ ତା ବିଷୟରେ ଚର୍ଚ୍ଚା କରିବା ।

ତେବେ ଆସନ୍ତୁ ସେହି ଉପାୟ ଗୁଡିକ ବିଷୟରେ ଜାଣିନେବା ଏବଂ ସେଗୁଡିକ କୁ ନିଜ ଜୀଵନ ରେ ପ୍ରୟୋଗ କରି ନିଜ ଜୀବନରେ ଥିବା ସମସ୍ତ ସମସ୍ୟା ରୁ ମୁକ୍ତି ପାଇଁ ପାରିବେ ।

୧- ପ୍ରଥମ ଉପାୟ ହେଉଛି ଯେତେବେଳେ ଆପଣ ସକାଳୁ ଉଠିବେ ସେତେବେଳେ ଏକ ନିୟମ ବନେଇ ଦିଅନ୍ତୁ । ସର୍ବ ପ୍ରଥମେ ନିଜ ହାତ କୁ ଦେଖନ୍ତୁ କାରଣ ଆପଣଙ୍କ ହାତରେ ସବୁ କିଛି ରହିଛି । ଲକ୍ଷ୍ମୀ, ସରସ୍ୱତୀ, ବ୍ରହ୍ମା ଆଦି ସମସ୍ତେ ଆପଣଙ୍କ ହାତ ରେ ବାସ କରିଥାନ୍ତି । ଦୁଇ ହାତ କୁ ଦେଖନ୍ତୁ ପ୍ରଣାମ କରନ୍ତୁ ଏବଂ ଘଷି ନିଜ ମୁହଁରେ ଲଗାନ୍ତୁ । ଏହା ଦ୍ୱାରା ସକରାତ୍ମକ ଉର୍ଜା ମିଳି ଥାଏ ।

୨- ଦ୍ଵିତୀୟ ଉପାୟ ଟି ହେଉଛି ଆପଣ ସକାଳୁ ଉଠି କବାଟ ଖୋଲିଲା ବେଳେ କିଛି ପାଣି ବୁନ୍ଦା ପକାଇବେ ଏବଂ ତାପରେ ଝାଡୁ କରିବେ । ଏହା ଦ୍ୱାରା ଘରକୁ ସକରାତ୍ମକ ଶକ୍ତି ଜାଗ୍ରତ ହୋଇ ଥାଏ ।

୩- ତୃତୀୟ ଉପାୟ ଟି ହେଉଛି ଯଦି ଆପଣ ଅନୁଭବ କରୁଥିବେ କି ଆପଣ ଙ୍କ ଘରେ ବହୁତ ସମସ୍ୟା ଲାଗି ରହୁଛି କିମ୍ବା ଆପଣ ଙ୍କୁ କିଏ ଗୁଣୀ ଗାରେଡି କରିଛି । ତେବେ ଆପଣ ଶନିବାର ଦିନ ଓସ୍ତ ଗଛ ମୂଳରେ ପାଣି ଢାଳନ୍ତୁ ଏହାକୁ ପ୍ରତ୍ୟେକ ଶନିବାର ଦିନ କରନ୍ତୁ ଏହା ଦ୍ୱାରା ପିତୃ ଦୋଷ ଦୁର ହୋଇଥାଏ । ରାହୁ କେତୁ ଏବଂ ଶନି ଙ୍କ ପୀଡ଼ା ସମାପ୍ତ ହୋଇଥାଏ । ଜୀବନରେ ଥିବା ସମସ୍ତ ସମସ୍ୟା ଶେଷ ହୋଇଥାଏ ।

୪- ଚତୁର୍ଥ ଉପାୟ ହେଉଛି ଶନିବାର ଦିନ ଘରେ ଫିଟିକିରି ପକାଇ ଘର ସଫା କଲେ ଘରେ ଲକ୍ଷ୍ମୀ ବାସ କରନ୍ତି । ଝଗଡା ଲଢେ଼ଇ ସମାପ୍ତ ହୁଏ । ଏହା ଛଡା ଯଦି ଆପଣଙ୍କ ସ୍ୱାସ୍ଥ୍ୟ ସର୍ଵଦା ଖରାପ ରହୁଛି ତେବେ ଆପଣ ଶନିବାର ଦିନ ଓସ୍ତ ଗଛ ମୂଳରେ ରାଶି ତେଲ ର ଏକ ଦୀପ ଜାଳନ୍ତୁ ଏହା ଦ୍ୱାରା ଆପଣ ଙ୍କ ଦେହ ଭଲ ହୋଇ ଯିବ ।

୫- ପଞ୍ଚମ ରେ ହେଉଛି ରାଶି ତେଲ ରେ ଅଳ୍ପ ସୋରିଷ ତେଲ ମିଶାଇ ଏକ ଲୁହା ଦୀପ କିମ୍ବା ମାଟି ଦୀପ ରେ ଏକ ଲୁହା କଣ୍ଟା ପକାଇ ,ଶନିବାର ଦିନ ଶନି ଗଛ ର ତଳେ ଜଳାଇବେ ଦୀପ ଲିଭିବା ପରେ ଜଳରେ ପ୍ରଭାବିତ କରାଇ ଦେବେ । ଲଗାତାର ଆଠ ସପ୍ତାହ କରିବେ ଏହା ଦ୍ୱାରା ଆପଣଙ୍କ ର ନିଜ ଘରର ସମସ୍ୟା ଦୂର ହେବ ।

୬- ଷଷ୍ଠ ଉପାୟ ହେଉଛି ରାତିରେ ଶୋଇବା ପୂର୍ବରୁ ଏହି ଉପାୟ ଟି ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଏବଂ ଦୁଃଖ ଦୂର ହୋଇଯିବ । ଉପାୟ ଟି ହେଉଛି ଏକ ଲବଙ୍ଗ ନେବେ ଘରେ ସମସ୍ତ ଙ୍କ ମୁଣ୍ଡ ଉପରେ ଓଲଟା ବୁଲାଇ ବେ ତିନିଥର ଏବଂ ବାମ ହାତରେ ନେଇ ମୁଣ୍ଡ ରେ ଛୁଆଇ ଦିଅନ୍ତୁ ଏହା ପରେ ଘରର ଉତ୍ତର ଦିଗ ରେ ଫୋପାଡ଼ି ଦିଅନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button