IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେଉଁ ସ୍ତ୍ରୀ ଙ୍କ ପୂଜା ଘରେ ଏହି 1 ଜିନିଷ ଥାଏ, ସେଠାରେ ଦରିଦ୍ରତା କେବେ ବି ଆସିନଥାଏ, ସବୁବେଳେ ରହିଥାଏ ମା’ ଲକ୍ଷ୍ମୀ ଙ୍କ କୃପା

ନମସ୍କାର ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ଛୋଟ କିମ୍ବା ବଡ଼ ପୂଜା ହେଉ ସେ ସବୁକୁ କରିବାର କିଛି ନିର୍ଦ୍ଦିଷ୍ଟ ନିୟମ ଥାଏ । ଏବଂ ଏହି ନିୟମ ର ପାଳନ କରି ହିଁ ଆମକୁ ପୁଜା ପାଠ କରିବା ଉଚିତ ।

ଏହା ଦ୍ୱାରା ହିଁ ଆମ ପୂଜା ସଫଳ ହୋଇ ଥାଏ ଏବଂ ଆମକୁ ତାର ସଠିକ ଫଳ ମଧ୍ୟ ମିଳିଥାଏ । ବେଳେ ବେଳେ ଆମେ ପୁରା ଶ୍ରଦ୍ଧା ଏବଂ ଭକ୍ତି ରେ ପୂଜା ପାଠ କରିଥାଉ କିନ୍ତୁ ଏହାର ସଠିକ ଫଳ ଆମକୁ ପ୍ରାପ୍ତ ହୋଇ ନ ଥାଏ ।

ଆମ କଷ୍ଟ ଦୁଃଖର ମଧ୍ୟ ନିବାରଣ ହୋଇ ପାରି ନଥାଏ । ଏହା ଛଡା ଆମକୁ ମାନସିକ ଶାନ୍ତି ମଧ୍ୟ ମିଳି ନ ଥାଏ । ଏହାର କାରଣ ହେଉଛି ଆପଣଙ୍କ ପୂଜା କରିବାର ନିୟମ କିମ୍ବା ଶୈଳୀ ଭୁଲ ଥାଇ ପାରେ । କିମ୍ବା ଆପଣ ପୂଜା କରିବା ସମୟରେ କିଛି ଜରୁରୀ ଜିନିଷ କୁ ଭୁଲି ଯାଉଛନ୍ତି । ଆମ ଶାସ୍ତ୍ର ରେ ଯେତେ ବି ପୂଜାସାମଗ୍ରୀ କିମ୍ବା ପୂଜାର ନିୟମ ରହିଥାଏ ତାର ନିଜର ଏକ ମହତ୍ତ୍ୱ ରହିଥାଏ । ସେ ଦୀପ ହେଉ କିମ୍ବା ଧୂପ ହେଉ ଅଥବା କୁଂକୁମ କିମ୍ବା ଚନ୍ଦନ ଏହି ସବୁ ର ମହତ୍ତ୍ୱ ରହିଛି ।

ଏବଂ ଏହାର ବ୍ୟବହାର କରିବାର ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି ସେହି ନିୟମ ଅନୁସାରେ ହିଁ ଏହାର ବ୍ୟବହାର କରାଯାଏ । ଆଜି ଆମେ ପୂଜା କରିବା ସମୟରେ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ ସେ ବିଷୟରେ ଆଲୋଚନା କରିବା । ଏହା ସହ ଶାସ୍ତ୍ର ଅନୁସାରେ ପୂଜା ଘରେ କେଉଁ ଜିନିଷ କୁ ରଖିବା ଦ୍ୱାରା ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ ସେ ବିଷୟରେ ମଧ୍ୟ ଜାଣିନେବା ।

ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘର ସର୍ଵଦା ଇଶାଣ କୋଣ ଅର୍ଥାତ ଉତ୍ତର ପୂର୍ବ ଦିଗରେ ହେବା ଉଚିତ । ପ୍ରତିଦିନ ସକାଳୁ ଉଠି ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ହିଁ ଈଶ୍ୱର ଙ୍କ ପୂଜା ଅର୍ଚ୍ଚନା କରିବା ଉଚିତ । ସକାଳ ଏବଂ ସନ୍ଧ୍ୟା ରେ ଈଶ୍ୱରଙ୍କ ପାଖରେ ଏକ ଦିପ ଅବଶ୍ୟ ଜଳାଇବା ଉଚିତ । ମନ୍ଦିର ଏବଂ ତାର ଆଖ ପାଖ ସ୍ଥାନ କୁ ସଫା ସୁତୁରା ରଖିବା ଉଚିତ । ଭଗବାନ ଙ୍କୁ ସ୍ନାନ କରାଇ କୁଂକୁମ ଲଗାଇ ଫୁଲ ଚଢାଇବା ଉଚିତ ।

ଈଶ୍ୱର ଙ୍କ ପାଖରେ ଲଗା ଯାଉଥିବା ଭୋଗ କିମ୍ବା ନୈବେଦ୍ୟ କୁ କେବେବି ଚାଖି କରି ଅଇଁଠା କରିବା ଉଚିତ ନୁହେଁ । ଏହା ଛଡା ଭଗବାନ ଙ୍କ ପାଖରେ ଦୀପ, ଧୂପ, ଫୁଲ ଆଦି କୁ ଚଢାଇବା ପୂର୍ବରୁ କେବେବି ଶୁଙ୍ଘି କରି ରଖିବା ଉଚିତ ନୁହେଁ । କେବଳ ଆରତୀ କରିବା ସମୟରେ ହିଁ ଘଣ୍ଟି କିମ୍ବା ଶଙ୍ଖ ବଜାଇବା ଉଚିତ । ଶାସ୍ତ୍ର ରେ କଳସ କୁ ସୁଖ ଏବଂ ଦୁଃଖ ର ପ୍ରତୀକ କୁହାଯାଇଛି । କଳସ ରେ ଥିବା ଜଳ କୁ ଆମେ ପୂଜା କଲେ ଆମ ଘରର ଆଖ ପାଖରେ ଥିବା ବାତାବରଣ ବହୁତ ଶୁଦ୍ଧ ଏବଂ ଶାନ୍ତି ମୟ ହୋଇ ଯାଇଥାଏ । ଏବଂ ନକରାତ୍ମକ ଉର୍ଜା ଦୁର ହୋଇ ଥାଏ ଏବଂ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button